ETV Bharat / state

ଶିଶୁ ପ୍ରତିଭା ଅନିକେତ, କଅଁଳ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ କଲେ

ଅନିକେତ ବରାହଙ୍କ ବୟସ ମାତ୍ର 1 ବର୍ଷ 7 ମାସ । 13ଟି ବିଷୟବସ୍ତୁ ଉପରେ ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ନିଜ ନାମକୁ ଲେଖିପାରିଛନ୍ତି ।

ANIKET BARAH INDIA BOOK OF RECORDS
ଶିଶୁ ପ୍ରତିଭା ଅନିକେତ, କଅଁଳ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ କଲେ (Etv Bharat)
author img

By ETV Bharat Odisha Team

Published : December 27, 2025 at 8:07 PM IST

2 Min Read
Choose ETV Bharat

ଯାଜପୁର: ଅନିକେତ ବରାହ, ବୟସ ମାତ୍ର 1 ବର୍ଷ 7 ମାସ । ଭଲରେ ଚାଲି ଜାଣିନି କି କଥା କହିବି ଜାଣିନି, ମାତ୍ର ସ୍ମରଣଶକ୍ତି ଓ ବୁଦ୍ଧିମତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ଅଧିକାର କରିପାରିଛନ୍ତି । 13ଟି ବିଷୟବସ୍ତୁ ଉପରେ ଉତ୍ତର ଦେଇ ଏହି ରେକର୍ଡ ହାସଲ କରିପାରିଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ଅନିକେତ । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ।

ଇଣ୍ଡିଆବୁକ ଅଫ ରେକର୍ଡ୍ସ କଲା 1 ବର୍ଷ 7 ମାସର ଅନିକେତ:

ଶିଶୁ ପ୍ରତିଭା ଅନିକେତ, କଅଁଳ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ କଲେ (ETV BHARAT ODISHA)

ଅନିକେତଙ୍କ ବାପାଙ୍କ ଘର ଅନୁଗୋଳ ଜିଲ୍ଲାରେ ହୋଇଥିଲେ ମଧ୍ୟ ବ୍ୟାସନଗର ପୌରାଞ୍ଚଳର ନହକାର ରୁହନ୍ତି । ସୌମ୍ୟରଞ୍ଜନ ବରାହ ଓ ସ୍ନେହରିକା ମହାନ୍ତିଙ୍କ ପୁଅ ହେଉଛନ୍ତି ଅନିକେତ । କୁନି ପିଲାଟିଏ ହୋଇଥିଲେ ମଧ୍ୟ ସ୍ମରଣସକ୍ତି ବେଶ ପ୍ରଖର । ସେ 13ଟି ବିଷୟ ଉପରେ ଯଥା ଶରୀରର ବିଭିନ୍ନ ଅଙ୍ଗର ନାମ, ପଶୁପକ୍ଷୀ, ଫଳ, ପନିପରିବା, ବିଭିନ୍ନ ରଙ୍ଗ, ବାରଟି ମାସ, ସପ୍ତାହର ସାତ ଦିନ, ବିଭିନ୍ନ ଗାଡି,ଦେବାଦେବୀଙ୍କର ନାମ ଆଦି ନିର୍ଭୁଲ ଭାବରେ ଚିହ୍ନିବା ସହ କହିପାରୁଛନ୍ତି । ଯାହାଫଳରେ ଆଜି ସେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅନିକେତଙ୍କ ସଫଳତା ପାଇଁ ପରିବାର ଲୋକ ବେଶ ଖୁସି ଥିବାବେଳେ ଆଗାମୀ ଦିନରେ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ପାଇଁ କାମନା କରିଛନ୍ତି ।

Jajpur Little boy Aniket Barah enters India book of records
ଶିଶୁ ପ୍ରତିଭା ଅନିକେତ, କଅଁଳ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ କଲେ (ETV BHARAT ODISHA)

କେମିତି ଇଣ୍ଡିଆବୁକ ଅଫ ରେକର୍ଡ୍ସ କଲେ ଅନିକେତ?

Jajpur Little boy Aniket Barah enters India book of records
ଶିଶୁ ପ୍ରତିଭା ଅନିକେତ, କଅଁଳ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ କଲେ (ETV BHARAT ODISHA)

ଅନିକେତଙ୍କ ବାପା ସୌମ୍ୟ ରଞ୍ଜନ ବରାହ କୁହନ୍ତି," ପୁଅ ଏବେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପକ୍କା କରିଛି l ସେ 1 ଏପ୍ରିଲ 2024 ମସିହାରେ ଅନୁଗୋଳ ଜିଲ୍ଲା ଶଳଗାଡ଼ିଆ ଗାଁରେ ଜନ୍ମ ଲାଭ କରିଥିଲା l ଆମେ ଦେଖିଲୁକି ଛୋଟ ଛୋଟ ପିଲା ମାନେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଭାଗ ନେଉଛନ୍ତି l ଏହାକୁ ଦେଖି ପୁଅ ପାଇଁ ଚେଷ୍ଟା କରିଥିଲୁ l ଯେତେବେଳେ 6 ମାସ ହେଇଥିଲା ଅନିକେତକୁ ଆମେ ଯେଉଁ ୱାର୍ଡ କହିଲେ କ୍ୟାଚ କରିନେଉଥିଲା l ଯେତେବେଳେ 1 ବର୍ଷ ହେଲା ଉତ୍ତର ଦେବା ଆରମ୍ଭ କଲା l ତା ମମି ଶିଖେଇବାକୁ ଚେଷ୍ଠା କଲେ l A ଟୁ Z ପର୍ଯ୍ୟନ୍ତ ସବୁ କହିପାରିଲା ଏପରିକି 13ଟି ବିଷୟବସ୍ତୁ ଉପରେ ନିର୍ଭୁଲ ଉତ୍ତର ଦେଲା l "

ANIKET BARAH INDIA BOOK OF RECORDS
ଶିଶୁ ପ୍ରତିଭା ଅନିକେତ, କଅଁଳ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ କଲେ (ETV BHARAT ODISHA)


ଅନିକେତଙ୍କ ମାଆ ସ୍ନେହରିକା ମହାନ୍ତି କୁହନ୍ତି," ଯେତେବେଳେ ସେ 6-7 ମାସର ହେଇଥିଲା ତାକୁ ଆମେ ଯେକୌଣସି ୱାର୍ଡ କହୁ ଶୁଣେ ଆଉ କହିବାକୁ ଚେଷ୍ଟା କରେ l ।ଯେତେବେଳେ ଜାଣିବାକୁ ପାଇଲୁ କି ଏଭଳି ଛୋଟ ପିଲାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ପ୍ରତିଯୋଗିତାରେ ଭାଗ ନେଇ ପାରୁଛି, ଆମେ ମଧ୍ୟ ଆବେଦନ କରିଥିଲୁ l ଯାହା ଦ୍ୱାରା ତାଙ୍କ ଆଡୁ ଯୋଗ୍ୟ ବିବେଚିତ କରିଛନ୍ତି l ଆମେ 13ଟା ବିଷୟବସ୍ତୁ ଉପରେ ଦେଇଥିଲୁ ସେ A ଟୁ Z,ପକ୍ଷୀ ନାଁ,ବିଭିନ୍ନ ଗାଡିର ନାଁ ଏମିତି କହିପାରୁଛି l ଜିକେ କହିପାରୁଛି l ଯେତେବେଳେ ତାକୁ 1 ବର୍ଷ ହେଇଥିଲା ସେ ସବୁ କହିପାରୁଥିଲା l ଆମେ ତାର ଏହି ପ୍ରତିଭା ଦେଖିକି ଚିନ୍ତାକଲୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଭାଗ ନେବା ପାଇଁ l ସେ 1ବର୍ଷ ସବୁ ଉତ୍ତର ଦେଇପାରୁଥିଲାସ ଯେହେତୁ ଇଣ୍ଡିଆ ବୁକ ଅଫ ରେକର୍ଡର ଆବେଦନ ନିୟମ ନଥିଲା ତେଣୁ ଆମେ 1 ବର୍ଷ 6 ମାସ ପରେ ଆବେଦନ କଲୁ l ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ତାର ଚଲାପଥ କୁସୁମିତ ହେଉ l ଆମେ ଏମିତି ବସିଥିବୁ ସେ ମନମନେ ଗୁଣୁଗୁଣୁ ହୁଏ l ସେ ନିଜେନିଜେ ସବୁ ୱାର୍ଡ କହୁଥାଏ l ଏହାକୁ ଦେଖି ଅମର ଇଚ୍ଛା ହେଲା ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଭଗନେବା ପାଇଁ l

ANIKET BARAH INDIA BOOK OF RECORDS
ଶିଶୁ ପ୍ରତିଭା ଅନିକେତ, କଅଁଳ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ କଲେ (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କୁନି କଣ୍ଠରେ ବିରାଜିଛନ୍ତି ସରସ୍ବତୀ, ଅଢେଇ ବର୍ଷରେ ଗାଉଛି ଅନର୍ଗଳ ଶ୍ଳୋକ ଓ ଗୀତ

ଏହା ମଧ୍ୟ ପଢନ୍ତୁ-ଆଶ୍ଚର୍ଯ୍ୟ କରିବ ଅନଭିକାଙ୍କ ପ୍ରତିଭା, ଅଢେଇ ବର୍ଷରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌

ଇଟିଭି ଭାରତ, ଯାଜପୁର