ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ନସିପ୍
ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ହାସଲ କରିଥିବା ଅଭିଜ୍ଞତା ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅନୁଭୂତି ଉପସ୍ଥାପନ କରିଛନ୍ତି । ରିପୋର୍ଟ-ଭବାନୀ ଶଙ୍କର ଦାସ


Published : August 24, 2026 at 6:46 PM IST
Utkal University students on SIR, ଭୁବନେଶ୍ୱର: ନିର୍ବାଚନୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଇଣ୍ଟର୍ନସିପ୍ । ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ହାସଲ କରିଥିବା ଅଭିଜ୍ଞତା ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅନୁଭୂତି ଉପସ୍ଥାପନ କରିଛନ୍ତି । ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏହି ଉପସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ବୈଠକ-ସହ-ଆଲୋଚନା ଚକ୍ରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ଅଧ୍ୟକ୍ଷତା କରିଛନ୍ତି । ଛାତ୍ରଛାତ୍ରୀମାନେ ଏସଆଇଆର କାର୍ଯ୍ୟସୂଚୀ ସମୟରେ କ୍ଷେତ୍ରସ୍ତରରେ ସମ୍ମୁଖୀନ ହୋଇଥିବା ବାସ୍ତବ ସମସ୍ୟା ବାବଦରେ ବିବରଣୀ ରଖିଛନ୍ତି । ସେହିପରି ସେମାନଙ୍କର ନିରୀକ୍ଷଣ ଏବଂ ଶିକ୍ଷଣୀୟ ଅନୁଭୂତି ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ତଥ୍ୟ ଆଧାରିତ ବିବରଣୀ ଦେଇଛନ୍ତି । ଇଣ୍ଟର୍ନସିପ୍ ସମୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ କ୍ଷେତ୍ରସ୍ତରରେ ସେମାନଙ୍କର ଅନୁଭୂତି, କାର୍ଯ୍ୟପଦ୍ଧତି ଏବଂ ହାସଲ କରିଥିବା ଶିକ୍ଷଣୀୟ ଅନୁଭବକୁ ଛାତ୍ରଛାତ୍ରୀମାନେ ବିସ୍ତୃତ ଭାବେ ଉପସ୍ଥାପନ କରିଛନ୍ତି ।



ଏହା ମଧ୍ୟ ପଢ଼ନ୍ତୁ- SIR ୨୦୨୬; ଶେଷ ହୋଇଛି ଆପତ୍ତି ସମୟ, ୨୧ ସେପ୍ଟେମ୍ବରରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
ଏହା ମଧ୍ୟ ପଢ଼ନ୍ତୁ- SIR 2026ରେ ପାରଦର୍ଶିତାକୁ ଗୁରୁତ୍ୱ, ପ୍ରତିଦିନ ଅପଡେଟ ହେବ ଦାବି ଆପତ୍ତି ତାଲିକା
ଇଟିଭି ଭାରତ, ଭୁବନେଶ୍ୱର

