Women's Day Special: ନାରୀ ଶକ୍ତିର ଉଦାହରଣ ମୀରା କର, ସମାଜ ଗ୍ରହଣ କରୁ ନଥିଲା କାମରେ କରିକି ଦେଖାଇଥିଲେ
ଓଡ଼ିଶାର ମହିଳା ଧାନ ଗବେଷକ । ଚକଡ଼ା ପୋକ ନିରୋଧୀ କ୍ଷମତା ଥିବା 3ଟି କିସମ ଧାନ ବିକଶିତ କରିଥିବା ପ୍ରଫେସର ମୀରା କରଙ୍କ ସହ ETV Bharatର ସ୍ବତନ୍ତ୍ର ସାକ୍ଷାତକାର ।

Published : March 2, 2026 at 6:58 PM IST
ସ୍ବତନ୍ତ୍ର ସାକ୍ଷାତକାର: ସଞ୍ଜୀବ କୁମାର ରାୟ
ଭୁବନେଶ୍ବର: ଆଜିର ନାରୀ ସଶକ୍ତ, ସ୍ୱାବଲମ୍ବୀ ଏବଂ ସମାଜରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ୮୦ ଦଶକରେ ଯେତେବେଳେ ମହିଳାମାନେ ଚାକିରି ପ୍ରତି ଏତେଟା ସ୍ପୃହା ଦେଖାଉ ନଥିଲେ ସେତେବେଳେ ସେ କୃଷି କ୍ଷେତ୍ର ପ୍ରତି ମନ ବଳାଇଥିଲେ । ସେ ଓଡ଼ିଶାର ଚାଷୀମାନଙ୍କ ଉନ୍ନତି ପାଇଁ ଧାନ ଗବେଷଣା କରି 194 ଉନ୍ନତ କିସମର ଧାନ ବିକଶିତ କରିଛନ୍ତି । ସେ ହେଉଛନ୍ତି ପ୍ରଫେସର ଡକ୍ଟର ମୀରା କୁମାରୀ କର । ବର୍ତ୍ତମାନ ସେ ଏସିଆ ମହାଦେଶର ବୃହତମ ଧାନ ଗବେଷଣା କେନ୍ଦ୍ର କଟକର ସେଣ୍ଟ୍ରାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CRRI)ରେ କାର୍ଯ୍ୟରତ କୃଷି ବିଜ୍ଞାନୀ ତଥା ଧାନ ଗବେଷକ ଭାବରେ କାର୍ଯ୍ୟରତ ଅଛନ୍ତି । ମହିଳା ଦିବସ ଅବସରରେ ପ୍ରଫେସର ମୀରା କରଙ୍କ ସହ ETV Bharatର ସ୍ବତନ୍ତ୍ର ସାକ୍ଷାତକାର ।
ଉତ୍ତର: ଯେତେବେଳେ ସ୍କୁଲରେ ପଢ଼ୁଥିଲି ସେତେବେଳେ ବିଜ୍ଞାନ କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଥିଲା, କିନ୍ତୁ କୃଷି ବିଜ୍ଞାନରେ ମହିଳାମାନଙ୍କ ପ୍ରବେଶ ବହୁତ କମ ଥିଲା । ତେଣୁ ମୁଁ ତାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (OUAT)ରେ କୃଷି ବିଜ୍ଞାନରେ ଆଡ୍ମିଶନ ନେଇଥିଲି । ପାଠପଢା ପରେ ମୁଁ କୃଷି ଗବେଷଣା ସର୍ଭିସରେ ଚୟନ ହୋଇଥିଲି ।
୧୯୯୫ରେ କଟକର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (Central Rice Research Institute)ରେ ନିଯୁକ୍ତି ପାଇଥିଲି । ସେହିଠାରୁ ଗବେଷଣା ଜୀବନ ଆରମ୍ଭ ହୋଇଥିଲା । ଯେହେତୁ ମୋ ବାପା, ଜେଜେ ବାପା ଭଲ ଚାଷୀ ଥିଲେ, ତେଣୁ ପିଲାବେଳୁ ଧାନ ଚାଷ ପ୍ରତି ମୋର ଦୁର୍ବଳତା ଥିଲା । ଧାନ ଚାଷ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଥିଲା । ଧାନ ହେଉଛି ଆମ ମୁଖ୍ୟ ଫସଲ । କୃଷି ପ୍ରତି ଆକର୍ଷଣ ଥିଲା । ଆଜି ପର୍ଯ୍ୟନ୍ତ ଗବେଷଣା କାର୍ଯ୍ୟ ଜାରି ରହିଛି ।
ପ୍ରଶ୍ନ: NRRIରେ ଓଡ଼ିଶାର ପ୍ରଥମ ମହିଳା ଧାନ ବୈଜ୍ଞାନିକ ଭାବରେ ଆପଣ କେଉଁ ସବୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ?
ଉତ୍ତର: ମହିଳା ବୈଜ୍ଞାନିକ ଭାବରେ କୌଣସି ବାଛ ବିଚାର ନଥିଲା । କ୍ୟାରିୟର ଆରମ୍ଭ ସମୟରେ ଏ କ୍ଷେତ୍ରରେ ମହିଳାମାନଙ୍କ ପ୍ରବେଶ ନଥିଲା । ମୁଁ ଜଣେ ରାଇସ ବ୍ରିଡର୍ ଭାବେ ଯୋଗ ଦେଇଥିଲି । ଗ୍ରହଣୀୟତା କମ ଥିଲା । ଫିଲଡ୍ରେ ଏତେଟା ଗ୍ରହଣ କରିପାରୁନଥିଲେ । ଜଣେ ମହିଳା ଭାବରେ ମୁଁ କରିକି ଦେଖାଇଲି । ଏହା ମଧ୍ୟରେ 30 ବର୍ଷ ବିତିଗଲାଣି, ବହୁତ ଝିଅ ଗବେଷଣା କ୍ଷେତ୍ରରେ ଆସୁଛନ୍ତି । ଲୋକଙ୍କ ମାନସିକତା ଓ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି।


ଉତ୍ତର: ଅନିୟମିତ ବର୍ଷାକୁ ଆଖି ଆଗରେ ରଖି ବିଭିନ୍ନ କିସମର ଧାନ ବିକଶିତ କରାଯାଇଛି । ମରୁଡି ସମୟରେ କେଉଁ ଧାନ କରି ହେବ ସେନେଇ ମଧ୍ୟ ଭିନ୍ନ କିସମ ଧାନ ବିକଶିତ କରାଯାଇଛି । ଜଳବାୟୁକୁ ନଜରରେ ରଖି ଆମେ ଚାଷୀମାନଙ୍କ ପାଇଁ ଧାନ ବିକଶିତ କରୁଛୁ ।

ଉତ୍ତର: ମହିଳା ହୁଅନ୍ତୁ କିମ୍ବା ପୁରୁଷ, ସଂସ୍ଥା ପକ୍ଷରୁ ସମସ୍ତଙ୍କୁ ସହଯୋଗ ମିଳୁଛି । ମହିଳାମାନଙ୍କ ଦାୟିତ୍ୱ ଅଧିକ । ପରିବାର ପାଇଁ ସମୟ ଦେବାକୁ ପଡେ । ମୁଁ କେବେ ବି ବୃତ୍ତିଗତ ଜୀବନରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ ।
ପ୍ରଶ୍ନ: ଆପଣ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ କିପରି ସନ୍ତୁଳିତ କରନ୍ତି ?
ଉତ୍ତର: ଭଗବାନଙ୍କ ପାଖରେ ମୁଁ ଋଣୀ, ପରିବାର ପକ୍ଷରୁ ସାହାଯ୍ୟ ପାଇଛି । ବାପା, ମାଆ, ଶାଶୁ, ଶଶୁର, ପିଲାମାନେ ମୋ ଅସୁବିଧାକୁ ବୁଝିଛନ୍ତି । ପରିବାରର ସମର୍ଥନ ରହିଲେ ମହିଳାମାନେ ସବୁ କିଛି କରିପାରିବେ । ମୁଁ କେବେ ବିଶେଷ ଅସୁବିଧା ଅନୁଭବ କରିନି ।

ଉତ୍ତର: ଗବେଷଣା କ୍ଷେତ୍ରରେ କିଛି ନୂଆ ଜିନିଷ କରିଲେ ବହୁତ ଖୁସି ଅନୁଭବ ହୁଏ । ଲାଗେ ଶ୍ରମ ସାର୍ଥକ ହୋଇଛି । ଆମ ଅନୁଷ୍ଠାନ ପକ୍ଷରୁ ଯେତେବେଳେ କିଛି ଭଲ କାମ ଆସେ ବହୁତ ଖୁସି ଲାଗେ । ବୃତ୍ତିଗତ ଜୀବନରେ କୌଣସି ଅସୁବିଧା ନାହିଁ ।
ପ୍ରଶ୍ନ: ଯଦି ଆପଣ ଜଣେ ବୈଜ୍ଞାନିକ ହୋଇନଥାନ୍ତେ, ତେବେ କ'ଣ ହେବାକୁ ଇଚ୍ଛାଥିଲା ?
ଉତ୍ତର: ଜଣେ ଶିକ୍ଷାବିତ ହେବାକୁ ମୋର ବହୁତ ଇଚ୍ଛା ଥିଲା । କିନ୍ତୁ ବୈଜ୍ଞାନିକ ହୋଇଗଲି ।

ଚାଷୀମାନେ ଆମ ସହ ଯୋଡି ହୋଇ ଅଛନ୍ତି । ନୂଆ କିସମ ନେଇ ଯୁବ ଚାଷୀମାନେ ଆମ ସହ ଯୋଗାଯୋଗ ରଖିଛନ୍ତି । ଅନେକ ପୁରୁଣା କିସମ ଅପେକ୍ଷା ନୂଆ ଉନ୍ନତମାନର କିସମ ଧାନ କରନ୍ତୁ । ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଲେ ସେମାନଙ୍କ ସହ ଆମେ ରହିଛୁ ।
ମହିଳା ଦିବସ ପାଇଁ ବାର୍ତ୍ତା:
ପ୍ରଫେସର ମୀରା କୁମାରୀ କର କହିଛନ୍ତି, "ଆନ୍ତର୍ଜାତିକ ମହିଳା ଦିବସ ଗୋଟିଏ ଦିନ ନୁହେଁ । ଆମର ସବୁ ଦିନ ଅନ୍ତର୍ଜାତୀୟ ଦିବସ । ଯେଉଁ ମହିଳାମାନେ କାର୍ଯ୍ୟ କରୁଛନ୍ତି ସେମାନେ ଭାଗ୍ୟବାନ ଆଉ ଯେଉଁମାନେ କିଛି କାମ କରିପାରୁ ନାହାଁନ୍ତି ସେମାନଙ୍କୁ ସୁଯୋଗ ଦେଲେ ଭଲ । ନିଜକୁ ପ୍ରତିପାଦିତ କରାନ୍ତ ଏବଂ ନିଜେ ଆଗକୁ ବଢ଼ାନ୍ତୁ ଏବଂ ଦେଶକୁ ଆଗକୁ ବଢ଼ାନ୍ତୁ ।"

ବ୍ୟକ୍ତିଗତ ଜୀବନ:
ଡ଼ ମୀରା କୁମାରୀ କର ୨୬ ଅଗଷ୍ଟ ୧୯୬୫ ମସିହାରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ୟୁନିଟ-୬ ସ୍ଥିତି ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୮୧ ମସିହାରେ ସ୍କୁଲ ଶିକ୍ଷା ଶେଷ କରିଥିଲେ । ୧୯୮୩ ମସିହାରେ ବିଜେବି କଲେଜରୁ ଯୁକ୍ତ ଦୁଇ ଶେଷ କରିବା ପରେ ୧୯୮୩-୧୯୮୭ ପର୍ଯ୍ୟନ୍ତ ଭୁବନେଶ୍ୱର OUATରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ୧୯୯୩ ନଭେମ୍ବର ୩୦ରେ ରାଜ୍ୟ ସରକାରଙ୍କ କୃଷି ବିଭାଗର ଜଣେ କୃଷି ବିଜ୍ଞାନୀ, ପୁରୀ ଜିଲ୍ଲା ବୀରରାମଚନ୍ଦ୍ରପୁରର ଅବନୀ ଭୂଷଣ ମିଶ୍ରଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ବୃତ୍ତିଗତ ଜୀବନ:
୧୯୯୪ରେ CRRIରେ କୃଷି ବିଜ୍ଞାନୀ ଭାବେ ଚାକିରି ଆରମ୍ଭ । ଆଜି ପର୍ଯ୍ୟନ୍ତ ଗୋଟିଏ ଅନୁଷ୍ଠାନରେ କାର୍ଯ୍ୟରତ ଅଛନ୍ତି । ୨୦୨୭ରେ ସେ ଚାକିରିରୁ ଅବସର ଗ୍ରହଣ କରିବେ ।
ଜୀବନରେ ସରକାରୀ ସ୍ୱୀକୃତି:
- OUATରୁ ୧୯୮୭ରେ B.sc agricultureରେ 6ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
- Mscରେ ଟପ୍ପର ହୋଇ,ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
- ୧୯୯୫ରେ କ୍ଷେତ୍ର ଅଭିଜ୍ଞତା ତାଲିମ (Field Experience Training)ରେ ହାଇଦ୍ରାବାଦ NAARM ଦ୍ୱାରା ସ୍ୱର୍ଣ୍ଣ ପଦକ ପାଇଥିଲେ ।
- ୨୦୧୭ରେ CRRIରେ ଶ୍ରେଷ୍ଠ କାର୍ଯ୍ୟରତ (ମୁଖ୍ୟ ବୈଜ୍ଞାନିକ) ଆୱାର୍ଡ ଗ୍ରହଣ କରିଥିଲେ ।
ବେସରକାରୀ ସ୍ୱୀକୃତି:
କଟକ Lions କ୍ଲବ ଦ୍ୱାରା ୨୦୧୮ରେ ପ୍ରେରଣାଦାୟକ ମହିଳା ପୁରସ୍କାର (Women Of Inspiration Award) ବିଜେତା ।
ଚାକିରି ଜୀବନରେ ବିଶେଷ ଅବଦାନ:
ଚକଡ଼ା ପୋକ ଦମନ କ୍ଷେତ୍ରରେ ଉନ୍ନତ କିସମର ଧାନ ବିକଶିତ କରିବା ।

ଇଟିଭି ଭାରତ, ଭୁବନେଶ୍ବର

