ETV Bharat / state

ଜୁନ ସୁଦ୍ଧା ପ୍ରକଳ୍ପ ଓ ଭିତ୍ତିପ୍ରସ୍ତର ସ୍ଥାପନରେ ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ: ଶିଳ୍ପ ମନ୍ତ୍ରୀ

ରାଜ୍ୟରେ ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ମନ୍ତ୍ରୀ ଶିଳ୍ପ ବିଭାଗକୁ ଟାର୍ଗେଟ ଦେଇଛନ୍ତି ।

Industry Minister gave Target of Rs 3 lakh crore investment projects and foundation work by June
ଶିଳ୍ପ ମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା: ଜୁନ ସୁଦ୍ଧା ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ପୁଞ୍ଜିନିବେଶ ପ୍ରକଳ୍ପ ଓ ଭିତ୍ତିପ୍ରସ୍ତର ସ୍ଥାପନ ଟାର୍ଗେଟ (ETV Bharat Odisha)
author img

By ETV Bharat Odisha Team

Published : February 26, 2026 at 9:37 AM IST

1 Min Read
Choose ETV Bharat

ODISHA INDUSTRY INVESTMENT PROJECTS, ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଶିଳ୍ପ ବିଭାଗ । ଜୁନ ମାସ ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଲକ୍ଷ୍ୟ ସ୍ଥିର ହୋଇଛି । ଏଥିପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । ଏହା ସହ ମନ୍ତ୍ରୀ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏବଂ ଇପିକଲର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Industry Minister gave Target of Rs 3 lakh crore investment projects and foundation work by June
ଶିଳ୍ପ ମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା: ଜୁନ ସୁଦ୍ଧା ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ପୁଞ୍ଜିନିବେଶ ପ୍ରକଳ୍ପ ଓ ଭିତ୍ତିପ୍ରସ୍ତର ସ୍ଥାପନ ଟାର୍ଗେଟ (ETV Bharat Odisha)

ଶିଳ୍ପ ମନ୍ତ୍ରୀଙ୍କ ସମୀକ୍ଷା:
ଶିଳ୍ପାୟନ ପ୍ରକ୍ରିୟାର ସମୀକ୍ଷା କରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି " ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ବା HLCA ଓ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା SLSWCA ଦ୍ୱାରା ଅନୁମୋଦିତ ଶିଳ୍ପ ପ୍ରକଳ୍ପଗୁଡ଼ିକର କିପରି ଶୀଘ୍ର ବାସ୍ତବ ରୂପାୟନ କରାଯାଇପାରିବ ।" ସମସ୍ତ ଶିଳ୍ପ ବିଭାଗୀୟ ଅଧିକାରୀ ଏକ ଦଳ ହୋଇ ଏବଂ ସମୟବଦ୍ଧ ଭାବେ କାର୍ଯ୍ୟ କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ତଥା ଜୁନ ୨୦୨୬ ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ସେ ଶିଳ୍ପ ବିଭାଗକୁ ଟାର୍ଗେଟ ଦେଇଛନ୍ତି ।

Industry Minister gave Target of Rs 3 lakh crore investment projects and foundation work by June
ଶିଳ୍ପ ମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା: ଜୁନ ସୁଦ୍ଧା ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ପୁଞ୍ଜିନିବେଶ ପ୍ରକଳ୍ପ ଓ ଭିତ୍ତିପ୍ରସ୍ତର ସ୍ଥାପନ ଟାର୍ଗେଟ (ETV Bharat Odisha)

୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ସମ୍ଭାବନା:
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, "ଶିଳ୍ପାୟନ ହିଁ ରାଜ୍ୟର ଅର୍ଥନୈତିକ ପ୍ରଗତିର ମୂଳଦୁଆ । SLSWCA ଏବଂ HLCA ଦ୍ୱାରା ମୋଟ ୩୯୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏଥିରେ ମୋଟ ୮.୧୫ ଲକ୍ଷ କୋଟି ଟଙ୍କା ନିବେଶ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୨.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶରେ ୧୦୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ଉଦଘାଟନ ସରିଛି । ଯାହା ମାଧ୍ୟମରେ ପ୍ରାୟ ୧.୭୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ବାକି ରହିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ରାଜ୍ୟର ଯୁବପିଢ଼ିଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି କରିବାକୁ ମୋହନ ସରକାର ପ୍ରତିବଦ୍ଧ ରହିଛନ୍ତି ।"

Industry Minister gave Target of Rs 3 lakh crore investment projects and foundation work by June
ଶିଳ୍ପ ମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା: ଜୁନ ସୁଦ୍ଧା ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ପୁଞ୍ଜିନିବେଶ ପ୍ରକଳ୍ପ ଓ ଭିତ୍ତିପ୍ରସ୍ତର ସ୍ଥାପନ ଟାର୍ଗେଟ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଏପ୍ରିଲରୁ କାର୍ଯ୍ୟକ୍ଷମ ହେବ 'ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ'

ସିଏସଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ; ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ସରକାରୀ ପଦବୀ

କଳିଙ୍ଗ ଷ୍ଟାଡିୟମରୁ 250ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର