ETV Bharat / state

ଜୁନ୍ ୪ରେ କେରଳମ ଛୁଇଁବ ମୌସୁମୀ, ସ୍ପଷ୍ଟ କଲା IMD

ଗରମ, ଗୁଳୁଗୁଳିରୁ ମିଳିବ ତ୍ରାହି । ଜୁନ୍ ୪ରେ କେରଳମ୍ ଛୁଇଁବ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ରିପୋର୍ଟ- ଦେବସ୍ମିତା ରାଉତ

IMD WEATHER FORECAST
ଜୁନ ୪ରେ କେରଳମ ଛୁଇଁବା ନେଇ ମୌସୁମୀ (IANS)
author img

By ETV Bharat Odisha Team

Published : June 2, 2026 at 7:28 PM IST

2 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସିଲା ଖୁସି ଖବର । ଜୁନ ୪ରେ ମୌସୁମୀ କେରଳମ୍ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । କେରଳମ୍ ଓ ତାମିଲନାଡ଼ୁର କିଛି ଅଂଶରେ ମୌସୁମୀ ଛୁଇଁବାର ସମ୍ଭାବନା ଥିବା ବେଳେ ମୌସୁମୀ ଆଗକୁ ବଢ଼ିବା ନେଇ ବି ପାଗ ଅନୁକୂଳ ଥିବା ସୂଚନା ଦେଇଛି । ଏନେଇ ତାମିଲନାଡୁର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳରେ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

ଜୁନ ୧ ତାରିଖରେ କେରଳମ ଛୁଇଁବାର ସ୍ୱାଭାବିକ ତାରିଖ ଥିବା ବେଳେ ଚଳିତ ବର୍ଷ ୩ ଦିନ ବିଳମ୍ବରେ ଅର୍ଥାତ ୪ରେ ଛୁଇଁବାର ସମ୍ଭାବନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହି କ୍ରମରେ ମୌସୁମୀ କେରଳମ ଛୁଇଁବାର ୧୦ରୁ ୧୨ ଦିନ ଅର୍ଥାତ ଜୁନ୍ ମାସ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥାଏ ବା ଓଡ଼ିଶାକୁ ଅଗ୍ରସର ହୋଇଥାଏ ମୌସୁମୀ ବାୟୁ । ଯଦି ଜୁନ ୪ରେ କେରଳମ ଛୁଏଁ ମୌସୁମୀ ବାୟୁ ତେବେ ୪ ଦିନ ବିଳମ୍ବରେ ଅର୍ଥାତ ୧୫ ତାରିଖ ପରେ ଓଡ଼ିଶା ଛୁଇଁବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ଏପଟେ ରାଜ୍ୟରେ ପ୍ରଚଣ୍ଡ ରୁଦ୍ର ତାପ ସହ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ କାଳବୈଶାଖୀର ପ୍ରଭାବ ରହୁଛି । ଏଭଳି ସ୍ଥିତି ୫ ଦିନ ଯାଏଁ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଉପକୂଳର ୧୩ ଜିଲ୍ଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ୨୩ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଓ ପବନ ରହିଥିବା ବେଳେ କଳାହାଣ୍ଡି, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଏହି ୯ଟି ଜିଲ୍ଲାକୁ ବିଜୁଳି, ଘଡଘଡ଼ି ସହ ୫୦ରୁ ୬୦ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ୧୪ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ପୁରୀ ବିଜୁଳି, ଘଡଘଡ଼ି ସହ ୩୦ରୁ ୫୦ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ବିଜୁଳି, ଘଡଘଡି ସହ ବର୍ଷା ଓ ୫୦ରୁ ୬୦ କି.ମି ଝଟକା ପବନ ବହିବା ସମ୍ଭାବନା ଥିବା ବେଳେ ଏହି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ରହିବ ୫ ଓ ୬ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ପାଇଁ ଚେତାବନୀ ଦେଇଛି ବିଭାଗ । ସେପଟେ ରାଜ୍ୟରେ ଗରମ ସହ ଅସହ୍ୟ ତାତି ହେଉଥିବା ବେଳେ ୪ ଦିନ ଭିତରେ ୨ରୁ ୩ ଡିଗ୍ରୀ ପାରଦ ବଢ଼ିବ ।



ଅନ୍ୟପଟେ ଗତ ୨୪ ଘଣ୍ଟାରେ ୪ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ଖୋର୍ଦ୍ଧାରେ ୪୧ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଦୁର୍ବଳ ରହିବ ମୌସୁମୀ, ସ୍ବାଭାବିକ ଠାରୁ କମ୍‌ ହେବ ବର୍ଷା: ଜୁନ୍‌ରେ କଲବଲ କରିବ ତାତି

ଏହା ମଧ୍ୟ ପଢନ୍ତୁ...IMDର ପୂର୍ବାନୁମାନ, ଏଥର ଓଡିଶାରେ କମ ବର୍ଷା

ଇଟିଭି ଭାରତ, ଭୁବନେଶ୍ବର