ଦୁର୍ବଳ ହେଉଛି ଅବପାତ: ହ୍ରାସ ପାଇବ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ରିପୋର୍ଟ: ଦେବସ୍ମିତା ରାଉତ

Published : July 7, 2026 at 6:08 PM IST
|Updated : July 8, 2026 at 8:02 AM IST
ଭୁବନେଶ୍ବର: ଦୁର୍ବଳ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଦୁର୍ବଳ ହେବା ପରେ ବଦଳିଛି ପାଗର ମିଜାଜ । ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଇଛି ।
ହ୍ରାସ ପାଉଛି ବର୍ଷା:
ଏହାର ପ୍ରଭାବରେ ଆସନ୍ତା୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ କୌଣସି ଚେତାବନୀ ଦିଆଯାଇ ନାହିଁ । ଆସନ୍ତାକାଲି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ଅଞ୍ଚଳରେ ବର୍ଷା ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

ଆସନ୍ତା 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ପବନ ଦେଖା ଦେବାର ସମ୍ଭାବନା ରହିଛି । ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଆଦି 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସମୟରେ ବର୍ଷା ସହିତ ବିଜୁଳି ଓ ଘଡଘଡି ହେବା ସହିତ ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା, ଡଃ ମନୋରମା ମହାନ୍ତି କହିଛନ୍ତି ।

ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା:
ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଏହି ସମୟରେ ବର୍ଷା ସହିତ ପବନ 35ରୁ 40 କିମି ବେଗରେ ପ୍ରବାହିତ ହେବାର ସମ୍ଭାବନା ରହିଛି । ଫଳରେ ସମୁଦ୍ର ଅଶାନ୍ତ ରହିବ ବୋଲି ସତର୍କ ସୂଚନା ପ୍ରଦାନ କରାଯାଇଛି ।

ବର୍ଷାର ପରିମାଣ:
ଗତ ଜୁନ ୧ ତାରିଖରୁ ଏଯାବତ ୩୩୪.୬ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୨୧ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି । ୧୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ବର୍ଷା ବରଗଡ଼ ବିଜେପୁରରେ ୧୦୯ ମିମି ରେକର୍ଡ ହୋଇଛି । ଏବେବି କଳାହାଣ୍ଡି ଓ ନବରଙ୍ଗପୁର ଆଦି ୨ ଟି ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Rain Alert: ଓଡ଼ିଶାରେ ଆଜି ବି ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା IMD ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର: ବେନ୍ଦେର ନଦୀରେ ଭାସିଗଲେ ଗୋରୁ, ଅଧିକାଂଶ ଅଞ୍ଚଳ ଜଳବନ୍ଦୀ |
ଇଟିଭି ଭାରତ, ଭୁବନେଶ୍ବର

