ETV Bharat / state

Alert: ମେ' 5 ଯାଏଁ ବର୍ଷା ସହ ବଜ୍ରପାତ, ଗରମ ଓ ଗୁଳୁଗୁଳି ପାଇଁ ଏସବୁ ଜିଲ୍ଲାକୁ ସତର୍କତା ଜାରି

ଝାରସୁଗୁଡାରେ 45.3 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଓଡ଼ିଶାର 13ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଅସହ୍ୟ ତାତିରୁ କାଳବୈଶାଖୀ ଆଶ୍ବସ୍ତି ଆଣିପାରେ ।

IMD Odisha Weather Rain till 5 May Heatwave Warning
ଓଡ଼ିଶା ପାଣିପାଗ ଖବର (ETV Bharat)
author img

By ETV Bharat Odisha Team

Published : April 29, 2026 at 9:30 AM IST

2 Min Read
Choose ETV Bharat

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଝାରସୁଗୁଡାରେ 45.3 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଦେଶରେ ଏ ବର୍ଷର ସର୍ବାଧିକ ତାପମାତ୍ରା ଉତ୍ତରପ୍ରଦେଶରେ 47.6 ଡିଗ୍ରୀ ରେକର୍ଡ ହୋଇଛି । ଓଡ଼ିଶାର 13ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିଛି । ସେପଟେ ଅସହ୍ୟ ତାତିରୁ କାଳବୈଶାଖୀ ଆଶ୍ବସ୍ତି ଆଣିପାରେ । ମେ' 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ଝଡ଼ି ପବନ ବହିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗରମ ଓ ଗୁଳୁଗୁଳି ଆଲର୍ଟ:

ଆଜି (ବୁଧବାର) ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମ୍‌ ରହିବାକୁ ଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏଥିପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ସେହପରି ଆଜି 4 ଜିଲ୍ଲା କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ସହ ପ୍ରବଳ ବଜ୍ରପାତ ଓ ଘଣ୍ଟାପ୍ରତି 50-60 କିମି ବେଗରେ ଝଡ଼ି ପବନ ପହିବ । ସେହିପରି ସୁନ୍ଦରଗଡ଼, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜେଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ 40-50 କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତାକାଲି ସତର୍କତା:

ଆସନ୍ତାକାଲି (30 ତାରିଖ, ଗୁରୁବାର) ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।

ସେପଟେ ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବଜ୍ରପାତ ସହ ବର୍ଷା ଓ 50-60 କିମି ବେଗରେ ଝଡି ପବନ ବହିବ । ଅନ୍ୟପଟେ କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୋଳ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ବର୍ଷା ସହ 40-50 କିମି ବେଗରେ ଝଡି ପବନ ଓ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଏବଂ ଏହାର ଆଖପାଖ ଅଞ୍ଚଳରେ ଘଣ୍ଟାପ୍ରତି 50-60 କିମିରୁ 70 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମେ' 1 ଏବଂ 2 ତାରିଖରେ ଉପକୂଳରେ ଏବଂ ଆଖପାଖ ଅଞ୍ଚଳରେ 45-55 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମେ'2 ତାରିଖ ପର୍ଯ୍ୟନ୍ତ ସମୁଦ୍ର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 13ଟି ସ୍ଥାନରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି ।

  • ବୌଦ୍ଧରେ 43.7 ଡିଗ୍ରୀ
  • ସମ୍ବଲପୁରରେ 43.5 ଡିଗ୍ରୀ
  • ହୀରାକୁଦ 43.4 ଡିଗ୍ରୀ
  • ବରଗଡ଼ 42.9 ଡିଗ୍ରୀ ସେଲସିୟସ୍
  • ନୂଆପଡ଼ା 42.5 ଡିଗ୍ରୀ
  • ଟିଟଲାଗଡ଼ 42.2 ଡିଗ୍ରୀ ସେଲସିୟସ୍

ଏହା ମଧ୍ୟ ପଢ଼ନ୍ତୁ...

ଗରମରୁ ମିଳିବ ଆଶ୍ବସ୍ତି; ୫ ତାରିଖ ଯାଏଁ ରାଜ୍ୟରେ ରହିଛି କାଳବୈଶାଖୀ ବର୍ଷା!

ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା, ଆହୁରି 2 ଦିନ ଅଗ୍ନିବର୍ଷା ନେଇ IMDର ଆକଳନ

ଇଟିଭି ଭାରତ, ଭୁବନେଶ୍ବର