ଓଡ଼ିଶାରେ ଆହୁରି ୨୪ ଘଣ୍ଟା ବର୍ଷା ସହ ବିଜୁଳି ଘଡ଼ଘଡ଼ି, ୨୩ ଜିଲ୍ଲାକୁ ସତର୍କତା ଜାରି
24 ଘଣ୍ଟା ମଧ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ହେବାର ସମ୍ଭାବନା । 3 ଦିନ ପରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ ।

Published : February 25, 2026 at 6:53 PM IST
Odisha Weather ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଛି । କାଳବୈଶାଖୀର ତାଣ୍ଡବ ପରେ ବାୟୁମଣ୍ଡଳ ଥଣ୍ଡା ରହିଛି । ଗତ ଦୁଇ ଦିନ ଧରି କେନ୍ଦ୍ରୀୟ ଭାରତର ଉପରି ଭାଗରେ ଏକ ଟ୍ରପ ଲାଇନ ରହିଥିବା ବେଳେ ଏହାର ପ୍ରଭାବରେ କାଳବୈଶାଖୀ ସ୍ଥିତି ଉପୁଜିଥିଲା । ଆଗାମୀ 24 ଘଣ୍ଟା ମଧ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
#Weather briefing (In #Odia) by Head & Scientist-F : Dr. Manorama Mohanty, based on 0830 Hrs IST observation of #25th February,2026.https://t.co/Q8YVGxsZlS
— Meteorological Centre, Bhubaneswar (@mcbbsr) February 25, 2026
24 ଘଣ୍ଟା ପାଇଁ ସତର୍କତା:
ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ କହିବା ଅନୁସାରେ, ଆଗାମୀ 24 ଘଣ୍ଟାରେ ମଧ୍ୟରେ ଓଡ଼ିଶାର 23 ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହ ଘଣ୍ଟା ପ୍ରତି 30-40 କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି । ଯାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ।
Warning for the State.
— Meteorological Centre, Bhubaneswar (@mcbbsr) February 25, 2026
Day-1 : Thunderstorm with Lightning and Gusty Surface Wind warnings over the marked districts.
Day-2 to Day-7 : No warning.#Warning #THUNDER #Rain #Odisha pic.twitter.com/56HVai1Tzu
ତାପମାତ୍ରା ବୃଦ୍ଧି:
ସେପଟେ ଆଗାମୀ 3 ଦିନ ପରେ ଓଡି଼ଶାରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଫଳରେ ଦିନରେ ତାତି ବଢ଼ିବାର ସମ୍ଭାବନା ରହିଛି । ସେହିପରି ଆଗାମୀ 2 ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 2-3 ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହା ମଧ୍ୟ ପଢ଼ନ୍ତୁ... ଭୁବନେଶ୍ୱରରେ ପ୍ରବଳ ବର୍ଷା ! 3 ଘଣ୍ଟା ପାଇଁ ଟ୍ୱିନସିଟିକୁ କାଳବୈଶାଖୀ ଆଲର୍ଟ, 6 ଜିଲ୍ଲାକୁ କୁଆପଥର ବର୍ଷା ସତର୍କତା ବଙ୍ଗୋପସାଗରରେ ଲଘୁଚାପ; ଆଜିଠୁ ଭିଜିପାରେ ଓଡ଼ିଶା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ |
ଗତ 24ଘଣ୍ଟାରେ 12ଟି ସ୍ଥାନରେ ପବନ ସହ ବର୍ଷା ହୋଇଥିବା ବେଳେ ଗଞ୍ଜାମର ପୋଲସରାରେ ସର୍ବାଧିକ 53.4 ମିମି ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ 36.6 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ 14.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
Minimum Temperature & Maximum Temperature Forecast #temperature #hotweather #WINTER #Odisha pic.twitter.com/EPOP6y9mX3
— Meteorological Centre, Bhubaneswar (@mcbbsr) February 25, 2026

