Rain Alert: ମୌସୁମୀ ପ୍ରଭାବରେ ରାଜ୍ୟରେ ଗର୍ଜିବ ମେଘ, ଆଗାମୀ 6 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ
ଆଜି ପାଇଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ରିପୋର୍ଟ: ଦେବସ୍ମିତା ରାଉତ

Published : July 9, 2026 at 6:00 PM IST
ଭୁବନେଶ୍ବର: ରାଜ୍ୟରେ ମୌସୁମୀ ସ୍ପର୍ଶ କରିବା ପରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ହେଲେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିଛି । ଗତକାଲି ରାଜ୍ୟର ଗୋଟିଏ 2ଟି ସ୍ଥାନରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଜି ପାଇଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ବିଭିନ୍ନ ଜିଲ୍ଲାଙ୍କୁ ଚେତାବନୀ ଜାରି କରାଯାଇଛି ।
6 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା:
ରାଜ୍ୟରେ ମୌସୁମୀ ବର୍ଷା ଜାରି ଜାରି ରହିଥିବା ବେଳେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୬ ଦିନ ଯାଏ କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ୟେଲୋ ୱାର୍ଣ୍ଣିଂ:
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା ପୁରୀ, କଟକ କେନ୍ଦ୍ରାପଡା, ପୁରୀ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଢେଙ୍କାନାଳ ଅନୁଗୁଳ କେନ୍ଦୁଝର ମୟୁରଭଞ୍ଜ, ସୁନ୍ଦରଗଡ ଓ ଝାରସୁଗୁଡ଼ା ଆଦି ସ୍ଥାନରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
Warning for the State.
— Meteorological Centre, Bhubaneswar (@mcbbsr) July 9, 2026
Day-1 to Day-5 : Thunderstorm, Lightning & Gusty Wind Warning.
Day-5 & Day-6 : Isolated Heavy Rainfall Warning.
Day-7 : No Warning. #rainfall #weather #odisha #warning pic.twitter.com/jYYXbxLFDA
ଆସନ୍ତାକାଲି କେନ୍ଦୁଝର,ବାଲେଶ୍ୱର ଭଦ୍ରକ, ଅନୁଗୁଳ, ବୌଦ୍ଧ, ସୁନ୍ଦରଗଡ଼, ସମ୍ବଲପୁର ଝାରସୁଗୁଡା, ଦେଓଗଡ ଓ ମୟୁରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ସମ୍ଭାବନା ରହିଛି । ଏନେଇ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୩ରୁ ବର୍ଷାର ପରିମାଣ ବଢିବ । ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି ।
ମତ୍ସ୍ୟଜୀବୀଙ୍କ ପାଇଁ ଚେତାବନୀ:
ଆସନ୍ତାକାଲି ମେଘୁଆ ପାଗ ଓ ଝଟକା ପବନ ସହିତ ପବନର ବେଗ 35ରୁ 55କିମି ପ୍ରତି ଘଣ୍ଟା ରହିବ ।
ସେପଟେ ଗତ 24 ଘଣ୍ଟା ମଧ୍ୟରେ ୧୩ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ବର୍ଷା କେନ୍ଦୁଝର ତେଲକୋଇରେ ୧୭.୨ ମିମି ବର୍ଷା ରେକର୍ଡ ହୋଇଛି । ଏବେ ୪ଟି ଜିଲ୍ଲା ଯଥା: ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି।
ଇଟିଭି ଭାରତ, ଭୁବନେଶ୍ବର

