ETV Bharat / state

Rain Alert: 30 ତାରିଖ ଯାଏଁ ପ୍ରବଳ ବର୍ଷା ସହ ବଜ୍ରପାତ, ଏସବୁ ଜିଲ୍ଲାକୁ ସତର୍କତା ଜାରି

ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

Odisha Weather
ବର୍ଷା (ETV Bharat)
author img

By ETV Bharat Odisha Team

Published : June 26, 2026 at 6:52 PM IST

1 Min Read
Choose ETV Bharat

Odisha Weather ଭୁବନେଶ୍ବର: ଓଡ଼ିଶାର ସବୁ ଅଞ୍ଚଳକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ବାୟୁ ଉତ୍ତର ଆରବ ସାଗରର କିଛି ଅଧିକ ଅଂଶ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ର ବାକି ଅଂଶ, ଝାଡ଼ଖଣ୍ଡ ଏବଂ ବିହାରର କିଛି ଅଂଶ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର କିଛି ଅଂଶରେ ଆଗକୁ ବଢ଼ିବା ପାଇଁ ସ୍ଥିତି ଅନୁକୂଳ ରହିଛି ।

କାଲି ପାଇଁ ପ୍ରବଳ ବର୍ଷା ସତର୍କତା:

ଆସନ୍ତାକାଲି (ଶନିବାର) କନ୍ଧମାଳ ଓ କୋରାପୁଟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେହିପରି ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି 40-50 କିମି ବେଗରେ ପବନ ବହିବ । ଏହି 10 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ବାକି 20 ଜିଲ୍ଲାରେ 30-40 କିମି ବେଗରେ ପବନ ବହିବା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

28 ତାରିଖ (ରବିବାର) ଦିନ ସାରା ରାଜ୍ୟରେ ବଜ୍ରପାତ ସହ 30-40 କିମି ବେଗରେ ଝଡ଼ି ପବନ ବହିବ । ଏହାସହ ପ୍ରବଳ ବର୍ଷା ପାଇଁ ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ସ୍ନାନ ପୂର୍ଣ୍ଣିମାରେ ପ୍ରବଳ ବର୍ଷିବ:

29 ତାରିଖ (ସୋମବାର) ସ୍ନାନ ପୂର୍ଣ୍ଣିମା ଦିନ ରାଜ୍ୟରେ ବର୍ଷା ବଢ଼ିବ । ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 40-50 କିମି ବେଗରେ ଝଡ଼ି ପବନ ସହ ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଭିତରେ ରଖାଯାଇଛି । ଅନ୍ୟ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

30 ତାରିଖ (ମଙ୍ଗଳବାର) କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ..

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ୭ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ମୌସୁମୀର ସକ୍ରିୟତା ସହ ଲାଗିରହିଛି କାଳବୈଶାଖୀ: ୭ ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ

ଇଟିଭି ଭାରତ, ଭୁବନେଶ୍ବର