ETV Bharat / state

ସରକାରୀ ନୀତିକୁ ଆଖିଠାର, ଯଶୋଦା ଆଶ୍ରମକୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍ ଜାରି

ଶିଶୁ ଚୋରା ଚାଲାଣ ରୋକିବା ପାଇଁ ସରକାରଙ୍କ ବିଭିନ୍ନ କଡ଼ା ନିୟମ ସତ୍ତ୍ବେ ଆଶ୍ରମ ପରିଚାଳକ ବେଆଇନ ଭାବେ ଜଣେ ଅନାଥ ଶିଶୁକୁ ହସ୍ତାନ୍ତର କରିବା ଘଟଣା ଆଶ୍ଚର୍ଯ୍ୟ କରିଛି ।

illegal child sale in Jashoda Orphanage Kalahandi probe underway
କଳାହାଣ୍ଡିରେ ସରକାରୀ ନୀତିକୁ ଆଖିଠାର, ଯଶୋଦା ଅନାଥ ଆଶ୍ରମରୁ ବେଆଇନ ଶିଶୁ ବିକ୍ରି ଅଭିଯୋଗ (ETV Bharat Odisha)
author img

By ETV Bharat Odisha Team

Published : March 3, 2026 at 11:07 AM IST

2 Min Read
Choose ETV Bharat

ରିପୋର୍ଟ: ଅଜିତ କୁମାର ସିଂ

ଭବାନୀପାଟଣା (କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ବେଆଇନ ଶିଶୁ ହସ୍ତାନ୍ତର ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଆଶ୍ରମର ପରିଚାଳକ ବେଆଇନ ଭାବେ ଜଣେ ଅନାଥ ଶିଶୁକୁ ହସ୍ତାନ୍ତର କରିଥିବା ନେଇ ଜଣାପଡିବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି । ମାମଲାକୁ ଗୁରୁତ୍ୱର ସହିତ ନେଇ କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଭବାନୀପାଟଣା ଟାଉନ ଥାନା ପୋଲିସ ନିକଟରେ ଅଭିଯୋଗ କରିଛି । ଏନେଇ ଶିଶୁକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ଭବାନୀପାଟଣା ପୋଲିସ ।

କଳାହାଣ୍ଡିରେ ସରକାରୀ ନୀତିକୁ ଆଖିଠାର, ଯଶୋଦା ଅନାଥ ଆଶ୍ରମରୁ ବେଆଇନ ଶିଶୁ ବିକ୍ରି ଅଭିଯୋଗ (ETV Bharat Odisha)

ଦୋଷୀକୁ ମିଳିବ ଦଣ୍ଡ:
ଏନେଇ କଳାହାଣ୍ଡି ଜିଲ୍ଳା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ମହାନ୍ତି କହିଛନ୍ତି,"କେଉଁ ପରିପ୍ରେକ୍ଷୀରେ ସେ ଛୁଆଟିକୁ ଦେଇଛନ୍ତି, ସେ ପ୍ରଥମ ଦେଖାରେ ଦେଇଛନ୍ତି ନାଁ କିଛି ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା, ତାହା ଲିଖିତ ଭାବରେ ସେ ଦେବେ । ସେହି ଆଶ୍ରମ ଭିତରେ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ବର୍ତ୍ତମାନ FIRକୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଉଭୟ ପକ୍ଷ ଆଶ୍ରମ କର୍ତ୍ତୃପକ୍ଷ ଓ ଗ୍ରହଣ କରିଥିବା ପକ୍ଷ ମଧ୍ୟ ଶିଶୁ ମଙ୍ଗଳ ସମିତିକୁ ଏସଂପର୍କରେ ଜଣେଇ ନାହାଁନ୍ତି । ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ କର୍ତ୍ତା ହିସାବରେ ଜିଲ୍ଲାପାଳ ଆଶ୍ରମକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏହାର ଉତ୍ତର ଦେଲା ପରେ ନିରପେକ୍ଷ ଭାବରେ ଉଭୟ ପକ୍ଷକୁ ନେଇ ତଦନ୍ତ ହେବ । ଜେଜେ ଆକ୍ଟ ବେଆଇନ ପୋଷ୍ୟ ସନ୍ତାନ ଅନୁଯାୟୀ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

କାରଣ ଦର୍ଶାଅ ନୋଟିସ୍:
ବେଆଇନ ଶିଶୁ ହସ୍ତାନ୍ତର ମାମଲା ବିଷୟରେ ଜଣାପଡିବା ପରେ ଆଶ୍ରମ ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୩ ଦିନ ମଧ୍ୟରେ କାରଣ ଦର୍ଶାଇ ଉତ୍ତର ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁ ମଙ୍ଗଳ ସମିତି ଦ୍ଵାରା ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଏର କରାଯାଇଛି । କିପରି ଓ କେଉଁ ପରିସ୍ଥିତିରେ ଶିଶୁକୁ ହସ୍ତାନ୍ତର କରାଗଲା, ସେନେଇ ତନାଘନା ଆରମ୍ଭ କରିଛି ପୋଲିସ ।

Show cause notice
କାରଣ ଦର୍ଶାଅ ନୋଟିସ୍ (ETV Bharat Odisha)
ଅନୈତିକ ଭାବେ ଶିଶୁ ହସ୍ତାନ୍ତର ଅଭିଯୋଗ:ସୂଚନା ଅନୁଯାୟୀ ଫେବୃଆରୀ ୨୭ ତାରିଖରେ ଯଶୋଦା ଅନାଥ ଆଶ୍ରମରୁ ଭବାନୀପାଟଣା ସ୍ଥିତ ଇରିଗେସନ୍ କଲୋନୀକୁ ଏକ ଅନାଥ ଶିଶୁ ହସ୍ତାନ୍ତର କରାଯାଇଥିଲା । ସଂପୃକ୍ତ ଶିଶୁଟି ୨୦୧୯ ମସିହା ଜୁନ ୨୬ ତାରିଖରେ ଏହି ଅନାଥ ଶିଶୁ ଆଶ୍ରମକୁ ଆସିଥିଲା । ଆଶ୍ରମ ପରିଚାଳନା କମିଟି ଏହାର ଦାୟିତ୍ବ ଗ୍ରହଣ କରିଥିଲେ । ମାତ୍ର 7 ବର୍ଷ ପରେ ଶିଶୁଟିକୁ ଅନୈତିକ ଭାବରେ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଶିଶୁ ମଙ୍ଗଳ ସମିତି ଓ ପୋଲିସ ଶିଶୁଟିକୁ ଉଦ୍ଧାର କରି ନେହେରୁ ସେବା ସଙ୍ଘକୁ ହସ୍ତାନ୍ତର କରିଛନ୍ତି ।
Yashoda Orphanage Kalahandi
ଯଶୋଦା ଅନାଥ ଆଶ୍ରମ କଳାହାଣ୍ଡି (ETV Bharat Odisha)

3 ଦିନ ମଧ୍ୟରେ ଉତ୍ତର:
ଏହି ଘଟଣାକୁ ନେଇ ଗତ ଫେବୃଆରୀ ୨୮ ତାରିଖରେ ଜିଲ୍ଲାପାଳଙ୍କ ତରଫରୁ ଯଶୋଦା ଅନାଥ ଆଶ୍ରମର ପରିଚାଳକ ଶ୍ୟାମ ଜାଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଲା? କାହିଁକି ଆପଣଙ୍କ ସିସିଆଇ ରେଜିଷ୍ଟ୍ରେସନ୍‌କୁ ବାତିଲ କରାଯିବ ନାହିଁ ଆଦି ପ୍ରଶ୍ନର କାରଣ ଦର୍ଶାଇ ଆସନ୍ତା ୩ ଦିନ ମଧ୍ୟରେ ଚିଠିର ଉତ୍ତର ଦେବା ପାଇଁ ଲେଖା ଯାଇଛି ।

Child Welfare Committee Kalahandi
ଶିଶୁ ମଙ୍ଗଳ ସମିତି କଳାହାଣ୍ଡି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଶିଶୁ ହସ୍ତାନ୍ତରରେ ନିୟମ ଭାଙ୍ଗିଲା ଆଶ୍ରମ, ମାମଲା ରୁଜୁ

୩ ହଜାରରୁ ୪ କୋଟିର ମାଲିକ; ଜେଲ ଗଲେ କୋଟିପତି ଫରେଷ୍ଟର, ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ

ପ୍ରେମ ସପ୍ତାହରେ କଳଙ୍କିତ ହେଲା ପ୍ରେମ: ଗର୍ଭବତୀ ପତ୍ନୀକୁ ହତ୍ୟା କରି ପୋତିଥିଲା ସ୍ବାମୀ, ଏମିତି ଖୋଲିଲା ରହସ୍ୟ



ଇଟିଭି ଭାରତ, କଳାହାଣ୍ଡି