ETV Bharat / state

ଶିଶୁ ହସ୍ତାନ୍ତରରେ ନିୟମ ଭାଙ୍ଗିଲା ଆଶ୍ରମ, ମାମଲା ରୁଜୁ

କଳାହାଣ୍ଡିରେ ଥିବା ଏକ ଆଶ୍ରମରୁ ଶିଶୁ ହସ୍ତାନ୍ତରରେ ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

CHILD WELFARE COMMITTEE
ଶିଶୁ ହସ୍ତାନ୍ତରରେ ନିୟମ ଭାଙ୍ଗିଲା ଆଶ୍ରମ, ମାମଲା ରୁଜୁ (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 2:29 PM IST

1 Min Read
Choose ETV Bharat

ରିପୋର୍ଟ: ଅଜିତ୍‌ ସିଂହ

ଭବାନୀପାଟଣା: ଆଶ୍ରମରୁ ବେଆଇନ ଭାବେ ଅନାଥ ଶିଶୁ ହସ୍ତାନ୍ତର ଅଭିଯୋଗ । ଏଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆଣିଛି ଖୋଦ ଶିଶୁ ମଙ୍ଗଳ ସମିତି । ତେବେ ଏହି ଆଶ୍ରମଟିର ସୁନାମ ରହିଥିବା ବେଳେ ବେଆଇନ ଶିଶୁ ହସ୍ତାନ୍ତରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭବାନୀପାଟଣା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଶିଶୁ ହସ୍ତାନ୍ତରରେ ନିୟମ ଭାଙ୍ଗିଲା ଆଶ୍ରମ, ମାମଲା ରୁଜୁ (ETV Bharat Odisha)

ଖୋଳତାଡ କରୁଛି ଟାଉନ ପୋଲିସ:

2019 ମସିହା, ଜୁନା 26ରେ କଳାହାଣ୍ଡିରେ ଥିବା ଏହି ଅନାଶ୍ରମକୁ ଜଣେ ଶିଶୁ ଆସିଥିଲା । ଯାହାର ଦାୟିତ୍ୱ ନେଇଥିଲା ଆଶ୍ରମ ପରିଚାଳନା କମିଟି । ହେଲେ ଦୀର୍ଘ 7 ବର୍ଷ ପରେ ସେହି ଶିଶୁଟିକୁ ବେଆଇନ ଭାବରେ ଭବାନୀପାଟଣା ସ୍ଥିତ ଇରିଗେସନ୍ କଲୋନୀରେ ହସ୍ତାନ୍ତର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଦ୍ଵାରା ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ CWC ଓ ପୋଲିସ ଶିଶୁଟିକୁ ଉଦ୍ଧାର କରି ନେହେରୁ ସେବା ସଙ୍ଘକୁ ହସ୍ତାନ୍ତର କରିଛି । ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ସାଜିଛି। ଘଟଣାକୁ ଖୋଳତାଡ଼ ଆରମ୍ଭ କରିଛି ଟାଉନ ଥାନା ପୋଲିସ ।

CWC CHILD STORY
ଆଶ୍ରମରୁ ଶିଶୁ ହସ୍ତାନ୍ତରରେ ଆଇନ ଉଲ୍ଲଂଘନ ଅଭିଯୋଗ (ETV Bharat Odisha)
ମାମଲା ରୁଜୁ, ତଦନ୍ତ ଜାରି:

ଏନେଇ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ମିଶ୍ର କହିଛନ୍ତି, ‘CWCର ଅଧ୍ୟକ୍ଷ ସ୍ୱର୍ଣ୍ଣଲତା ମହାନ୍ତି ଏକ ରିପୋର୍ଟ୍ ଦେଇଥିଲେ ଯେ ଧର୍ମଗଡରେ ଥିବା ଏକ ଆଶ୍ରମର ଜଣେ ଶିଶୁକୁ ଭବାନୀପାଟଣା ଇରିଗେସନ କଲୋନୀର ଦମ୍ପତି ବେଆଇନ ଭାବରେ ଗ୍ରହଣ କରିଥିଲେ । ସେଥିପାଇଁ CWC ଟାଉନ ଥାନାରେ ଏକ ରିପୋର୍ଟ୍ କରିଥିଲେ । ଏନେଇ ଟାଉନ ଥାନାରେ କେସ ନମ୍ବର ୭୫/୩୯୦ ବିଏନଏସ ଏବଂ ଜେଜେ ଆକ୍ଟରେ କେସଟି ରୁଜ୍ଜୁ କରଯାଇଛି ଓ ତଦନ୍ତ ଚାଲିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଶିଶୁଟିକୁ ଉଦ୍ଧାର କରିବା ପରେ ନେହେରୁ ସେବା ସଂଘରେ ଶିଶୁଟିକୁ ଛଡା ଯାଇଛି । ହସ୍ତାନ୍ତର କରିଥିବା ବ୍ୟକ୍ତି ଓ ଗ୍ରହଣ କରିଥିବା ବ୍ୟକ୍ତି ନିୟମକୁ ଅନୁକରଣ କରିନାହାନ୍ତି । ବର୍ତ୍ତମାନ ମଧ୍ୟ ଏହାର ତଦନ୍ତ ଚାଲିଛି ।’

CWC CHILD STORY
ଆଶ୍ରମରୁ ଶିଶୁ ହସ୍ତାନ୍ତରରେ ଆଇନ ଉଲ୍ଲଂଘନ ଅଭିଯୋଗ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

କିସ୍ ରେ ପୁଣି ମିଳିଲା ମୃତଦେହ, ଯୁକ୍ତ ଦୁଇର ଜଣେ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ

4 ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ; ଦୁଇ ବର୍ଷ ଧରି ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ, 5 ଜଣଙ୍କୁ ଅଟକ ରଖି ପୋଲିସର ଜେରା

ଶିକ୍ଷିତ ଜିଲ୍ଲା କେନ୍ଦ୍ରାପଡା ପାଇଁ ଲଜ୍ଜା ; ମାସକରେ ଦୁଇ ଦୁଇଟି ବାଲ୍ୟବିବାହ ପ୍ରଶାସନିକ ଅପାରଗତାକୁ ପଦାରେ ପକାଇଲା

ଇଟିଭି ଭାରତ, କଳାହାଣ୍ଡି