ETV Bharat / state

ଅପରେସନ ପ୍ରହାର; କୋଟିଏ ଟଙ୍କାର ଗଞ୍ଜେଇ, ଗୋଟିଏ ଟ୍ରକ୍ ଜବତ

ଅନୁଗୋଳ ପୋଲିସକୁ ମିଳିଛି ବଡ଼ ସଫଳତା । ଗୋଟିଏ ଟ୍ରକ ସହ ୧୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । କନ୍ଧମାଳରୁ ଆଣି ଅନୁଗୋଳରେ ଗଞ୍ଜେଇ ବିକ୍ରି ପାଇଁ ହେଉଥିଲା ଯୋଜନା ।

huge amount of ganja seized
ଅନୁଗୋଳରୁ ବିଫୁଳ ଗଞ୍ଜେଇ ଜବତ (ETV Bharat Odisha)
author img

By ETV Bharat Odisha Team

Published : February 20, 2026 at 6:01 PM IST

1 Min Read
Choose ETV Bharat

GANJA SEIZED IN ANGUL ଅନୁଗୋଳ: ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅନୁଗୋଳ ପୋଲିସ । ଗୋଟିଏ ଟ୍ରକ ଗଞ୍ଜେଇ ଜବତ । ନିଶାମୁକ୍ତ ଅନୁଗୋଳ ଅପରେସନ ପ୍ରହାର ୨.୦ ଚାଲିଥିବା ବେଳେ ପୋଲିସର ସ୍ୱତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେଉଥିବା ନିଶା କାରବାର ଉପରେ କଡ଼ା ନଜର ରଖିଛି । ଏନେଇ ଗତକାଲି (ଗୁରୁବାର) ଗୋଟିଏ ୧୨ ଚକିଆ ଟ୍ରକ ସହ ୧୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି ।ଏହି ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ଆଣାଯାଇ ଅନୁଗୋଳର ଶିଳ୍ପାଞ୍ଚଳରେ ବକ୍ରି କରିବା ପାଇଁ ଯୋଜନା ହେଉଥିବା ବେଳେ ମାଡି ବସିଥିଲା ପୋଲିସର ସ୍ବତନ୍ତ୍ର ଟିମ୍ ।

ଅନୁଗୋଳ ପୋଲିସର ସୂଚନା ଅନୁଯାୟୀ, ଶିଳ୍ପାଞ୍ଚଳ ଥାନାର ଜାମୁଣ୍ଡା ଜଙ୍ଗଲ ଅଞ୍ଚଳରୁ ଗୋଟିଏ ଟ୍ରକ ସହ ପ୍ରାୟ ୧୫୭୩ କେଜି ଗଞ୍ଜେଇ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ଜରପଡା ଥାନା ଦୁର୍ଗାପୁର ଗାଁର ଟିକନ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଟିକନ ଏହି ଗଞ୍ଜେଇ କନ୍ଧମାଳରୁ ଚୋରାରେ ଆଣି ରଖିଥିଲା । ବିଭିନ୍ନ ଶିଳ୍ପ ସଂସ୍ଥାରୁ ବାହାର ରାଜ୍ୟକୁ ଯାଉଥିବା ଗାଡ଼ିରେ କୌଶଳ କରି ସେଇ ଗଞ୍ଜେଇକୁ ଚାଲାଣ ପାଇଁ ଯୋଜନା କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ହେବ।

ଅନୁଗୋଳରୁ ବିଫୁଳ ଗଞ୍ଜେଇ ଜବତ (ETV Bharat Odisha)

ଅନୁଗୋଳ SDPO ରମାକାନ୍ତ ମହାଳିକ କହିଛନ୍ତି, "ଏସପି ସାରଙ୍କ ତତ୍ତ୍ବାବଧାନରେ ନିଶାମୁକ୍ତ ଅନୁଗୋଳ ଅପରେସନ ଜାରି ରହିଛି । ନିଶା କାରବାରକୁ ରୋକିବା ପାଇଁ ସ୍ବତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି । ପ୍ରତ୍ୟେକ ଦିନ ନିଶା କାରବାର ଉପରେ କଡ଼ା ନଜର ରଖାଯାଇଛି । ଆମେ ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଲୁ ଯେ ଗୋଟିଏ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚଲାଣ ହେଉଛି । ଏହାପରେ ଆମ ଟିମ୍ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟ୍ରକକୁ ଜବତ କରିବା ସହ ୧୫୭୩ କେଜି ଗଞ୍ଜେଇକୁ ମଧ୍ୟ ଜବତ କରାଯାଇଛି ।"

huge amount of ganja seized
ଅନୁଗୋଳରୁ ବିଫୁଳ ଗଞ୍ଜେଇ ଜବତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ମାଲକାନଗିରି ପୋଲିସକୁ ବଡ଼ ସଫଳତା; ଗଞ୍ଜେଇ ତେଲ କାରଖାନା ଠାବ, ୪ ଗିରଫ

ଏହା ମଧ୍ୟ ପଢନ୍ତୁ...ଟ୍ରେନରେ ଗଞ୍ଜେଇ ଚୋରାଚାଲାଣ; ସନ୍ଧାନୀ କୁକୁର ଧରାଇଲା ନୀଳ ଜହର, ହରିଆଣାର 2 ଯୁବକ ଅଟକ

ଏହା ମଧ୍ୟ ପଢନ୍ତୁ...ଗଞ୍ଜେଇ ମାଫିଆଙ୍କୁ ସାବାଡ଼ କରିବ ପୋଲିସ୍, କଳା ଧନରେ ଗଢା ସମ୍ପତ୍ତି ହେବ ବାଜ୍ୟାପ୍ତ



ଇଟିଭି ଭାରତ, ଅନୁଗୋଳ