ETV Bharat / state

ରାଜ୍ୟରେ ପୁଣି ଚା' ବାଗାନର ଆଶା ତେଜିଲା: କେନ୍ଦୁଝର ତରମାକାନ୍ତରେ ଟି' ବୋର୍ଡ ଟିମ୍

ଟିମ୍ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ତରମାକାନ୍ତ ପରିଦର୍ଶନ କରି ଚା' ବଗିଚାର କିଭଳି ପୁନରୁଦ୍ଧାର ହୋଇପାରିବ ସେ ସଂପର୍କରେ ଆଲୋଚନା କରିଛନ୍ତି ।

କେନ୍ଦୁଝର ତରମାକାନ୍ତରେ ପହଞ୍ଚିଛନ୍ତି କୋଲକାତା ଟି ବୋର୍ଡର ଦୁଇ ଜଣିଆ ଟିମ୍ |
କେନ୍ଦୁଝର ତରମାକାନ୍ତରେ ପହଞ୍ଚିଛନ୍ତି କୋଲକାତା ଟି ବୋର୍ଡର ଦୁଇ ଜଣିଆ ଟିମ୍ | (ETV BHARAT ODISHA)
author img

By ETV Bharat Odisha Team

Published : January 10, 2026 at 12:25 PM IST

2 Min Read
Choose ETV Bharat

କେନ୍ଦୁଝର: ଫେରିବ କି ସେହି ସବୁଜ ଦିନ? ଚା' ଉତ୍ପାଦନରେ ପୁଣି ଫେରି କି ସେହି ସ୍ବର୍ଣ୍ଣିମ ଅଧ୍ୟାୟ ? ଏଭଳି କିଛି ସମ୍ଭାବନା ନେଇ କେନ୍ଦୁଝର ତରମାକାନ୍ତରେ ପହଞ୍ଚିଛନ୍ତି କୋଲକାତା ଟି' ବୋର୍ଡର ଦୁଇ ଜଣିଆ ଟିମ୍ | ଏହି ଟିମ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ବପ୍ନର ପ୍ରକଳ୍ପକୁ ସାକାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଟିମ୍ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ତରମାକାନ୍ତ ପରିଦର୍ଶନ କରି ଚା' ବଗିଚାର କିଭଳି ପୁନରୁଦ୍ଧାର ହୋଇପାରିବ ସେ ସଂପର୍କରେ ଆଲୋଚନା କରିଛନ୍ତି ।

ରାଜ୍ୟରେ ପୁଣି ଚା' ବାଗାନର ଆଶା ତେଜିଲା: କେନ୍ଦୁଝର ତରମାକାନ୍ତରେ ଟି' ବୋର୍ଡ ଟିମ୍ (ETV BHARAT ODISHA)


ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଚରଣ ମାଝୀ ତରମାକାନ୍ତ ଚା' ବଗିଚାର ପୁନରୁଦ୍ଧାର ହେବ ବୋଲି ଘୋଷଣା କରିଥିଲେ । ସରକାରଙ୍କ ନିର୍ଦ୍ଦେଶକ୍ରମେ କିଛି ଦିନ ତଳେ କୋଲକାତାସ୍ଥିତ ଟି' ବୋର୍ଡ ଇଣ୍ଡିଆର ସେକ୍ରେଟେରୀ ଡ. ଋଷିକେଶ ରାୟଙ୍କୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଚିଠି କରିଥିଲେ । କୋଲକାତା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ରାକେଶ କୁମାର ଓ ଉନ୍ନୟନ ଅଧିକାରୀ ଶୁଭାଶିଷ କୁମାର ସ୍ବାଇଁ, ତରମାକାନ୍ତ ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବେ ବୋଲି ଜଣାଇଥିଲେ ।

ଟିମ୍ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ତରମାକାନ୍ତ ପରିଦର୍ଶନ କରି ଚା' ବଗିଚାର କିଭଳି ପୁନରୁଦ୍ଧାର ହୋଇପାରିବ ସେ ସଂପର୍କରେ ଆଲୋଚନା କରିଛନ୍ତି ।
ଟିମ୍ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ତରମାକାନ୍ତ ପରିଦର୍ଶନ କରି ଚା' ବଗିଚାର କିଭଳି ପୁନରୁଦ୍ଧାର ହୋଇପାରିବ ସେ ସଂପର୍କରେ ଆଲୋଚନା କରିଛନ୍ତି । (ETV BHARAT ODISHA)


୨୦୦୨ ମସିହାରେ ଏହି ଚା' ବଗିଚାର ବ୍ୟବସାୟ ଶୀର୍ଷକୁ ଛୁଇଁଥିଲା। ହେଲେ ପରିଚାଳନାଗତ ତ୍ରୁଟି ପାଇଁ ୨୦୦୪ ମସିହାରେ ଏହା ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା l ଏହା ପୁନଃ କାର୍ଯ୍ୟକ୍ଷମ ହେଲେ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏହା ଏକ ସ୍ବପ୍ନର ପ୍ରକଳ୍ପ । ବିଧାୟକ ଥିବା ସମୟରେ ସେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରୁଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରୁଥିବା ଲୋକେ କହିଛନ୍ତି । ଏଥିପାଇଁ ଖୁସିବ୍ୟକ୍ତ କରିଛନ୍ତି, ଯାତ୍ରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ସଞ୍ଜୟ ଶେଖର ଗିରି ।

୨୦୦୨ ମସିହାରେ ଏହି ଚା' ବଗିଚାର ବ୍ୟବସାୟର ଶୀର୍ଷକୁ ଛୁଇଁଥିଲା । ହେଲେ, ପରିଚାଳନାଗତ ତ୍ରୁଟି ପାଇଁ ୨୦୦୪ ମସିହାରେ ଏହା ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା l
୨୦୦୨ ମସିହାରେ ଏହି ଚା' ବଗିଚାର ବ୍ୟବସାୟର ଶୀର୍ଷକୁ ଛୁଇଁଥିଲା । ହେଲେ, ପରିଚାଳନାଗତ ତ୍ରୁଟି ପାଇଁ ୨୦୦୪ ମସିହାରେ ଏହା ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା l (ETV BHARAT ODISHA)

ଦୁଇ ଜଣିଆ ଟିମ୍ ତରମାକାନ୍ତ ଚା’ ବଗିଚା ପରିଦର୍ଶନ କରିଛନ୍ତି । ଉନ୍ନୟନ ଅଧିକାରୀ ଶୁଭାଶିଷ କୁମାର ସ୍ବାଇଁ କହିଛନ୍ତି, "ପ୍ରଥମ ଗସ୍ତ ଅବସରରେ ବିଭିନ୍ନ ଦିଗକୁ ନେଇ ତର୍ଜମା ଚାଲିଛି । ଆଗାମୀ ଦିନରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ବିସ୍ତୃତ ଯୋଜନା ପ୍ରସ୍ତୁତ ହେବ," ବୋଲି ପ୍ରକାଶ କରିଛନ୍ତି ଉନ୍ନୟନ ଅଧିକାରୀ ଶୁଭାଶିଷ ସ୍ବାଇଁ ।

ଏହା ପୁନଃ କାର୍ଯ୍ୟକ୍ଷମ ହେଲେ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏହା ଏକ ସ୍ବପ୍ନର ପ୍ରକଳ୍ପ ।
ଏହା ପୁନଃ କାର୍ଯ୍ୟକ୍ଷମ ହେଲେ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏହା ଏକ ସ୍ବପ୍ନର ପ୍ରକଳ୍ପ । (ETV BHARAT ODISHA)


ଏହି ଟିମରେ ଡେପୁଟି ଡାଇରେକ୍ଟର ଅନୁପମ ଦାସ, ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ରାଉତ, ବାଂଶପାଳ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ତହସିଲଦାର ବିକାଶ ଚନ୍ଦ୍ର ସାହୁ ପ୍ରମୁଖ ଟିମ୍ ସହ ସାମିଲ ହୋଇଥିଲେ । ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ବୈଠକ ହେବା ପରେ ନିଷ୍ପତି ଅନୁଯାୟୀ ଯାହା ହେବ ଜଣାପଡ଼ିବ ବୋଲି ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ପ୍ରକାଶ କରିଛନ୍ତି।

ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ବୈଠକ ହେବା ପରେ ନିଷ୍ପତି ଅନୁଯାୟୀ ଯାହା ହେବ ଜଣାପଡ଼ିବ ବୋଲି ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ପ୍ରକାଶ କରିଛନ୍ତି।
ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ବୈଠକ ହେବା ପରେ ନିଷ୍ପତି ଅନୁଯାୟୀ ଯାହା ହେବ ଜଣାପଡ଼ିବ ବୋଲି ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ପ୍ରକାଶ କରିଛନ୍ତି। (ETV BHARAT ODISHA)

୧୯୮୨ ମସିହାରେ ରାଜ୍ୟ ସରକାରଙ୍କ ଇପିକଲ୍ ଓ କୋଲକାତାର ଶିଳ୍ପପତି ବସନ୍ତ କୁମାର ଦୁବେଙ୍କ ମିଳିତ ସହଯୋଗରେ ଗଠିତ ଓଟିପିଏଲ୍ ପକ୍ଷରୁ ତରମାକାନ୍ତରେ ୮୯୬.୫୪ ହେକ୍ଟର ଜମିରେ ଚା’ ବଗିଚା ଆରମ୍ଭ ହୋଇଥିଲା। ଓଡ଼ିଶା ଟି ପ୍ଲାଣ୍ଟେସନ୍ ଲିଂ ବିଭିନ୍ନ ସ୍ଥାନକୁ ଚା’ ରପ୍ତାନି କରି ବେଶ ଲାଭବାନ ହୋଇଥିଲା । ପରିଚାଳନାଗତ ତ୍ରୁଟି ଯୋଗୁଁ ୨୦୦୪ରେ ଏହା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା | ବର୍ତମାନ ଚା' ବଗିଚାର ପୁନରୁଦ୍ଧାର କରିବାକୁ ଡିପିଆର୍ ପ୍ରସ୍ତୁତ କରାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ- ମହାନଦୀ-ବାହୁଦାକୁ ଋଷିକୂଲ୍ୟା ନଦୀ ସଂଯୋଗୀକରଣ ଦାବି, ରାଜ୍ୟପାଳଙ୍କୁ ଭେଟିଲା ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ

ଏହା ମଧ୍ୟ ପଢ଼ନ୍ତୁ- ୮ ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ; ପର୍ଯ୍ୟଟନକୁ ଗୁରୁତ୍ୱ, ସଂଶୋଧନ ହେଲା ନୀତି

ଇଟିଭି ଭାରତ, କେନ୍ଦୁଝର