ଅଘଟଣ ପରେ ବିଏମସିର ଚେତା ପଶିଲା ! ଏଣିକି ମନଇଛା ସହରରେ ଲଗାଇ ପାରିବେନି ହୋର୍ଡିଂ
ହୋର୍ଡିଂ ପରିଚାଳନା ନେଇ ବିଏମସିର ବୈଠକ । ହୋର୍ଡିଂ ଲଗାଇବା ପାଇଁ ବିଏମସିର ନେବାକୁ ପଡିବ ଅନୁମତି କହିଲେ ବିଏମ୍ସି କମିଶନର ।


Published : February 27, 2026 at 11:16 PM IST
ଭୁବନେଶ୍ୱର: ପ୍ରତ୍ୟେକ ହୋର୍ଡିଂର ହେବ ତୃତୀୟ ପକ୍ଷ (Third Party) ଇନସ୍ୟୁରାନ୍ସ । ସଂଶୋଧିତ ହେବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ହୋର୍ଡିଂ ବ୍ୟବସ୍ଥା । ଏଣିକି ମନଇଛା ସହରରେ ଲଗାଇ ପାରିବେନି ହୋର୍ଡିଂ । ଏଥିପାଇଁ ବିଏମସିର ନେବାକୁ ପଡିବ ଅନୁମତି । ଏଣିକି ପ୍ରତି ହୋର୍ଡିଂର ହେବ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ । ବିଏମ୍ସି କମିଶନର ଚଞ୍ଚଳ ରାଣାଙ୍କ ନିର୍ଦେଶ କ୍ରମେ ହୋଡିଂ ସହ ଅନୁବନ୍ଧିତ ବିଜ୍ଞାପନ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ମାସିକ ସମୀକ୍ଷା ବୈଠକ ବସିଥିବା ବେଳେ ବିଏମ୍ସି ଏହି ନିର୍ଦ୍ଦେଶ ଜାରି କରିଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା ହୋର୍ଡିଂଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ସ୍ଥାୟୀ ପ୍ରମାଣପତ୍ର ଦେବା ପାଇଁ ବାଧ୍ୟତାମୂଳକା କରାଯାଇଛି ବୋଲି କହିଛନ୍ତି କମିଶନର ଚଞ୍ଚଳ ରଣା ।
In a continued effort to ensure public safety and maintain urban order BMC has undertaken a special drive for the removal of unsafe and unauthorized hoardings across different wards of the city.#PublicSafety #SafeCity #UrbanGovernance #SwachhCity #SwachhBhubaneswar pic.twitter.com/BpGyVaGYvn
— BMC (@bmcbbsr) February 26, 2026
ତେବେ ଏହି ବୈଠକରେ ସମସ୍ତ ଅନୁବନ୍ଧିତ ସଂସ୍ଥାଙ୍କୁ ଚିଠି ମାଧ୍ୟମରେ ହୋର୍ଡିଂଗୁଡିକର ସ୍ଥାୟୀତ୍ୱ ପ୍ରମାଣପତ୍ର ଦେବା ପାଇଁ ଆଲୋଚନା ହୋଇଯାଇଛି । ସମସ୍ତ ହୋର୍ଡିଂ ଷ୍ଟ୍ରକଚର କିପରି ପରିଚାଳନା, ଦେଖାଶୁଣା ଓ ସୁରକ୍ଷା କିପରି ହେଉଛି, ତାହାର ପ୍ରାମାଣିକ ବିବରଣୀ ଦେବାକୁ ମଧ୍ୟ କୁହାଯାଇଛି । ଏହି ଅବସରରେ ସମସ୍ତେ ନିଜ ନିଜର ହୋର୍ଡିଂଗୁଡିକୁ ସମୀକ୍ଷା କରି ଏହାର ସ୍ଥିତି କିପରି ଅଛି, ତାହା ଜଣାଇବାକୁ ବିଏମସି ପକ୍ଷରୁ କୁହାଯାଇଛି । ମରାଯାଇଥିବା ହୋର୍ଡିଂଗୁଡିକରେ ନିଜ ସଂସ୍ଥାର ନାମ ଲେଖିବାକୁ ମଧ୍ୟ କୁହାଯାଇଛି । ପ୍ରତ୍ୟେକ ଏଜେନ୍ସି ସବୁ ହୋର୍ଡିଂର ଥାର୍ଡ ପାର୍ଟି ଇନସ୍ୟୁରାନ୍ସ କରିବାକୁ କୁହାଯାଇଛି । ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି କୌଣସି ହୋର୍ଡିଂରେ ଫ୍ଲେକ୍ସ ଇତ୍ୟାଦି ଛିଡିକରି ଉଡେ, ତେବେ ସେଗୁଡିକୁ ସଂଗେ ସଂଗେ କାଟିଦେବା ପାଇଁ କୁହାଯାଇଛି । ତେବେ ଆବଶ୍ୟକୀୟ ସ୍ଥଳେ, ସୁରକ୍ଷା ଦୃଷ୍ଟିରୁ ହୋର୍ଡିଂଗୁଡିକୁ ହଟାଇ ଦେବାପାଇଁ ଏଜେନ୍ସିମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

ଏଠାରେ ସୂଚନା ଥାଉକି ବର୍ତ୍ତମାନ ୩ଟି ଏଜେନ୍ସିକୁ ସରକାରୀ ଦର ଅନୁସାରେ ହୋର୍ଡିଂ ଲଗାଇବାକୁ ଅନୁମତି ଦେଇଛି ବିଏମ୍ସି । ବାକି ଏଜେନ୍ସି ପାଇଁ ଆସନ୍ତା ୬ ତାରିଖ ପରେ ଟେଣ୍ଡର ଖୋଲା ହେବ । କୌଣସି ଅମୂଲ୍ୟ ଜୀବନ ଯେପରି ନଷ୍ଟ ନ ହୁଏ ତାକୁ ଗୁରୁତ୍ୱ ଦେଉଛି ବିଏମ୍ସି । ଦୁଇରୁ ତିନି ସପ୍ତାହ ଭିତରେ ସମସ୍ତେ ସୁରକ୍ଷା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିଏମସି କମିଶନର ।

ତେବେ ନିକଟରେ କାଳବୈଶାଖୀରେ ଭୁବନେଶ୍ୱର ଆଇଗିଣିଆଠାରେ ହୋର୍ଡିଂ ପଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାସହିତ ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ୱର

