ETV Bharat / state

ପୁରୀରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ଡିଜିଟାଲ୍ ହୁଣ୍ଡି ସହ ଶାମୁକା ପ୍ରକଳ୍ପ

ଐତିହ୍ୟ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା: ଓଡ଼ିଶାର ନୂତନ ବିକାଶ ଦୃଷ୍ଟିକୋଣର ନେତୃତ୍ୱ ନେବ ପୁରୀ ।

ପୁରୀରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ଡିଜିଟାଲ୍ ହୁଣ୍ଡି ସହ ଶାମୁକା ପ୍ରକଳ୍ପ
ପୁରୀରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ଡିଜିଟାଲ୍ ହୁଣ୍ଡି ସହ ଶାମୁକା ପ୍ରକଳ୍ପ (ETV BHARAT ODISHA)
author img

By ETV Bharat Odisha Team

Published : February 20, 2026 at 8:00 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦିବ୍ୟ କୃପା ଓ ଆଶୀର୍ବାଦରେ ପ୍ରେରିତ ହୋଇ ରାଜ୍ୟ ସରକାର ପୁରୀରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ସ୍ଥାପନା ପାଇଁ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟ ଅନୁମାନରେ ଏହି ପ୍ରକଳ୍ପ ରୂପାୟନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଦ୍ଵିତୀୟ ବାର୍ଷିକ ବଜେଟ୍ ଆରମ୍ଭ କରିଥିଲେ ।

ବିଧାନସଭାରେ ଦିଆଯାଇଥିବା ବଜେଟ୍ ଭାଷଣରେ ମାଝୀ କହିଛନ୍ତି,“ମହାପ୍ରଭୁଙ୍କ ଅନନ୍ତ ମହିମାର ସଂରକ୍ଷଣ ରାଜ୍ୟର କର୍ତ୍ତବ୍ୟ । ଏହି ପରିକଳ୍ପନା ମାଧ୍ୟମରେ ପୁରୀର ଆଧ୍ୟାତ୍ମିକ ଓ ଐତିହ୍ୟ ସ୍ଥଳଗୁଡ଼ିକ ଯେପରିକି ଗୁଣ୍ଡିଚା ମନ୍ଦିର, ଏମାର ମଠ ପ୍ରମୋଦ ଉଦ୍ୟାନ ଓ ଐତିହାସିକ ରଘୁନନ୍ଦନ ଲାଇବ୍ରେରୀର ପୁନରୁଦ୍ଧାର ଓ ଗୌରବ ବୃଦ୍ଧି କରାଯିବ ।”

  • ପୁରୀରେ ଏକ ହଜାର କୋଟି ବ୍ୟୟରେ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରାଯିବ
  • ଗୁଣ୍ଡିଚା ମନ୍ଦିର, ଏମାର ମଠ, ପ୍ରମୋଦ ଉଦ୍ୟାନ ଏବଂ ଐତିହାସିକ ରଘୁନନ୍ଦନ ପାଠାଗଗାର ପୁନରୁଦ୍ଧାର କରାଯିବ
  • ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାମରେ ଡିଜିଟାଲ୍ ହୁଣ୍ଡି ଆରମ୍ଭ କରାଯିବ
  • ପୁରୀ ମନ୍ଦିର ପାଇଁ କୋଟି ଟଙ୍କା ଆବଣ୍ଟନ
  • ପର୍ଯ୍ୟଟନ ବିକାଶ ପାଇଁ ପୁରୀରେ 'ଶାମୁକା' ପ୍ରକଳ୍ପ
  • ୧୫ ଶହ ଏକର ଅଞ୍ଚଳରେ 'ଶାମୁକା ପ୍ରକଳ୍ପ' ପରିକଳ୍ପନା

ଅନଲାଇନ୍ ଦାନ ପ୍ଲାଟଫର୍ମ “ଡିଜିଟାଲ୍ ହୁଣ୍ଡି” ଆରମ୍ଭ
ଭକ୍ତମାନଙ୍କ ପାଇଁ ସରକାର “ସମର୍ପଣ” ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ “ଡିଜିଟାଲ୍ ହୁଣ୍ଡି” ଆରମ୍ଭ କରିଛନ୍ତି । ଏହି ପ୍ଲାଟଫର୍ମ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପୋର୍ଟାଲ ସହ ସମନ୍ୱିତ ହୋଇ ଏକ ଡିଜିଟାଲ ବ୍ୟବସ୍ଥା ଯେଉଁଥିରେ ଦେଶ-ବିଦେଶର ଭକ୍ତମାନଙ୍କୁ ଶ୍ରୀମନ୍ଦିର ସହ ଯୋଡ଼ିବ । ଏଥିରେ ବିଭିନ୍ନ ଡିଜିଟାଲ୍ ଦେୟ ବିକଳ୍ପ ଉପଲବ୍ଧ ରହିଛି ।

ପୁରୀ ମନ୍ଦିର ପାଇଁ ୫ କୋଟି ଟଙ୍କା ଆବଣ୍ଟନ
ନିର୍ବାଚନ ପ୍ରତିଶ୍ରୁତି ପୂରଣ ସ୍ୱରୂପ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ରହିଥିବା ସମସ୍ତ ଅଳଙ୍କାରର ଏକ ବିସ୍ତୃତ ତାଲିକା ପ୍ରସ୍ତୁତି ପାଇଁ ସରକାର ୫ କୋଟି ଟଙ୍କା ଅନୁଦାନ ଆବଣ୍ଟନ ପ୍ରସ୍ତାବ ରଖିଛନ୍ତି । ଏହା ମାଧ୍ୟମରେ ମନ୍ଦିର ସମ୍ପତ୍ତିର ପ୍ରତିପାଳନ ଓ ପାରଦର୍ଶିତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


"ଏହି ପଦକ୍ଷେପଗୁଡ଼ିକ ପୁରୀକୁ ବିଶ୍ୱ ଆଧ୍ୟାତ୍ମିକ ମାନଚିତ୍ରରେ ଅଧିକ ସୁଦୃଢ଼ କରିବା ସହ ଭକ୍ତମାନଙ୍କ ସହ ଶ୍ରୀମନ୍ଦିରର ଆଧୁନିକ ଓ ସୁରକ୍ଷିତ ସଂଯୋଗ ସୃଷ୍ଟି କରିବ," ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ପର୍ଯ୍ୟଟନ ବିକାଶ ପାଇଁ 'ଶାମୁକା' ପ୍ରକଳ୍ପ
ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟ ଓ ନୈସର୍ଗିକ ବେଳାଭୂମିକୁ ଏକତ୍ର କରି ବିଶ୍ୱମାନର ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ପାଇଁ ମୋହନ ସରକାର ପ୍ରାୟ ୧୫୦୦ ଏକର ଅଞ୍ଚଳରେ ଶାମୁକା ପ୍ରକଳ୍ପ ପରିକଳ୍ପନା କରିଛନ୍ତି । ଏହି ପ୍ରକଳ୍ପ ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟବର୍ତ୍ତୀ ହୋଇଥିବାରୁ ଜାତୀୟ ଓ ଅନ୍ତର୍ଜାତୀୟ ସଂଯୋଗକୁ ସୁନିଶ୍ଚିତ କରିବ । ପୁରୀ ଠାରେ ପ୍ରସ୍ତାବିତ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର (WTC) ଆଲୋଚନା, ନବସୃଜନ (innovation ), ଗବେଷଣା, ସମ୍ମିଳନୀ ଓ ପ୍ରଦର୍ଶନୀ ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବେ ଗଢି ଉଠିବା ସହ ଓଡ଼ିଶାର ଅନ୍ତର୍ଜାତୀୟ ସ୍ଥିତିକୁ ସୁଦୃଢ କରିବାରେ ସାହାଯ୍ୟ କରିବ, ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଅର୍ଥନୀତି ଭାବେ ଉଦୟ ହୋଇଛି, ଯାହା ରାଜ୍ୟର ଉନ୍ନତି ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି ।"

ଏହା ମଧ୍ୟ ପଢ଼ନ୍ତୁ- Odisha Budget 2026: ବଜେଟରେ 16 ନୂଆ ଯୋଜନା, ମଡେଲ୍ ମଣ୍ଡି ପାଇଁ 100 କୋଟି

ଏହା ମଧ୍ୟ ପଢ଼ନ୍ତୁ- Budget Highlights; 3 ଲକ୍ଷ 10 ହଜାର କୋଟିର ବଜେଟ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ କେଉଁ ଯୋଜନାକୁ ମିଳିଲା କେତେ ?

ଏହା ମଧ୍ୟ ପଢ଼ନ୍ତୁ- ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ବଜେଟରେ 10 ହଜାର 145 କୋଟି ଟଙ୍କା

ଇଟିଭି ଭାରତ, ଭୁବନେଶ୍ବର