ETV Bharat / state

ବାରିପଦାରୁ ଆରମ୍ଭ ହେବ ହେଲି ଟ୍ୟାକ୍ସି ସେବା, ପର୍ଯ୍ୟଟକଙ୍କୁ ମିଳିବ Joy Ride ଅନୁଭୂତି

ବାରିପଦାରେ ଆରମ୍ଭ ହେବ ହେଲି ଟେକ୍ସି ସେବା । ଗତକାଲି ଏହାର ଟ୍ରାଏଲ୍‌ ରନ୍‌ ହୋଇଛି । ମାର୍ଚ୍ଚ ମାସରେ ଆରମ୍ଭ ହେବାକୁ ଯାଉଛି ଏହି ସେବା ।

Heli Taxi Service
ହେଲି ଟେକ୍ସି ସେବା (ETV Bharat Odisha)
author img

By ETV Bharat Odisha Team

Published : February 25, 2026 at 2:30 PM IST

1 Min Read
Choose ETV Bharat

Heli Taxi Service ରାଇରଙ୍ଗପୁର: ଏଣିକି ଭୁବନେଶ୍ବରରୁ ବାରିପଦା ଆସୁଥିବା ପର୍ଯ୍ୟଟକ ନେବେ ଏୟାର ଟ୍ୟାକ୍ସିର ଅନୁଭୂତି । ଖୁବଶୀଘ୍ର ବାରିପଦାରୁ ଭୁବନେଶ୍ବରକୁ ଚାଲିବ ହେଲି ଟ୍ୟାକ୍ସି । ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଗତକାଲି(ମଙ୍ଗଳବାର) ଦିନ ପବନହଂସ କମ୍ପାନୀ ପକ୍ଷରୁ ପ୍ରଥମ କରି ଟ୍ରାଏଲ୍‌ ରନ୍ କରାଯାଇଛି ।

ବାରିପଦାରୁ ଆରମ୍ଭ ହେବ ହେଲି ଟ୍ୟାକ୍ସି ସେବା (ETV Bharat Odisha)

ସରିଲା ଟ୍ରାଏଲ ରନ୍‌:

ଗତକାଲି(ମଙ୍ଗଳବାର) ଟ୍ରାଏଲ୍‌ ରନ୍‌ ପରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହିତ ପବନହଂସ କମ୍ପାନୀର କର୍ମକର୍ତ୍ତା ମାନେ ଆଲୋଚନା କରିଛନ୍ତି । ବାରିପଦା ପୋଲିସ ଲାଇନ ହେଲିପ୍ୟାଡ ଠାରୁ ଭୁବନେଶ୍ବର ବିମାନ ବନ୍ଦରକୁ ସେବା ପ୍ରଦାନ ହେବ ବୋଲି ସୂଚନା ରହିଛି । ରାଜ୍ୟ ବାଣିଜ୍ୟ, ପରିବହନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଲୋଚନା ପରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତି ସୂଚନା ଦେଇଛନ୍ତି ।

Heli Taxi Service
ହେଲି ଟ୍ୟାକ୍ସି ସେବା (ETV Bharat Odisha)

ଭୁବନେଶ୍ବରରୁ ଆସିବେ, ଶିମିଳିପାଳରେ ରହିବେ:

ଭୁବନେଶ୍ବରରୁ ପର୍ଯ୍ୟଟକ ମାନଙ୍କୁ ଆଣି ବାରିପଦା ପହଞ୍ଚାଇବା ସହିତ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ଠାରେ ରହଣୀ ବ୍ୟବସ୍ଥା କରାଯିବ । ଖୁବଶୀଘ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ଏସ୍ଓପି ଜାରି କରାଯିବ । ଏହି ସେବା ଆରମ୍ଭ ହେଲେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ବାଣିଜ୍ୟ ଓ ଆପାତକାଳୀନ ସେବାରେ ନୂତନ ଗତି ଆସିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ବର୍ତ୍ତମାନ ପାଇଁ ଏହି ହେଲିକପ୍ଟର ମାସକୁ ୪ ରୁ ୫ ଥର ଉଡାଣ ଭରିବ ବୋଲି ପର୍ଯ୍ୟଟନ ଅଧିକାରୀ କହିଛନ୍ତି ।

Heli Taxi Service
ହେଲି ଟ୍ୟାକ୍ସି ସେବା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଶିମିଳିପାଳରେ ବେଆଇନ ଅଫିମ ଚାଷ: ପୋଲିସ-ବନ ବିଭାଗର ମିଳିତ ରେଡ, 2 କୋଟିରୁ ଊର୍ଦ୍ଧ୍ବ ଚାଷ ନଷ୍ଟ

ପର୍ଯ୍ୟଟନସ୍ଥଳୀକୁ ଉଡ଼ିବ ପବନହଂସ; ହେଲିକପ୍ଟରରେ ବୁଲିବେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କୁ ଏୟାର ଟ୍ୟାକ୍ସି ଅନୁଭୂତି:

ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତି କହିଛନ୍ତି, ‘ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ପବନ ହଂସ କମ୍ପାନୀ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଯେଉଁ ପର୍ଯ୍ୟଟକ ଏୟାର ଟ୍ୟାକ୍ସିର ସୁବିଧା ନେବାକୁ ଇଚ୍ଛୁକ ସେମାନେ ଏହି ସେବାର ଲାଭ ଉଠାଇ ପାରିବେ । ପର୍ଯ୍ୟଟକ ଭୁବନେଶ୍ବରରୁ ବାରିପଦା ହେଲି ଟ୍ୟାକ୍ସରେ ଆସିବେ । ସେମାନଙ୍କ ପାଇଁ ମୟୂରଭଞ୍ଜରେ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ରହିବା ବ୍ୟବସ୍ଥା କରାଯିବ । JOY Rideର ମଧ୍ୟ ବ୍ୟବସ୍ଥା ରହିଛି । ସେମାନେ ଚାହିଁଲେ ସ୍ଥାନୀୟ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିପାରିବେ । ଭୁବନେଶ୍ବରରୁ ବାରିପଦା ଆସୁଥିବା ପର୍ଯ୍ୟଟକ ପାଇଁ ଅଲଗା ପ୍ୟାକେଜର ବ୍ୟବସ୍ଥା ରହିଥିବା ବେଳେ ‘JOY Ride’ର ସୁବିଧା ନେବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ ଅଲଗା ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏହାର ଚୁଡାନ୍ତ ହୋଇନି ।’

ଇଟିଭି ଭାରତ, ରାଇରଙ୍ଗପୁର