IMD Alert: ଆଜିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ଆଜିଠାରୁ(ସେପ୍ଟେମ୍ବର 1) ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ(IMD)ର ଆଲର୍ଟ ଜାରି । ସୁନ୍ଦରଗଡ଼ ଏବଂ କେନ୍ଦୁଝର ସମେତ ଉତ୍ତର ଓଡ଼ିଶା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।


Published : September 1, 2026 at 8:34 AM IST
ODISHA HEAVY RAIN , ଭୁବନେଶ୍ବର: ସେପ୍ଟେମ୍ବର ୧ ରୁ ଭିଜିବ ଓଡିଶା । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ, କାଳବୈଶାଖୀ ଏବଂ ପବନର ବେଗ ବଢିବା ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଗଷ୍ଟ ୩୧ ରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ଅର୍ଥାତ୍ ସେପ୍ଟେମ୍ବର ୧ ରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଉତ୍ତର ଓଡ଼ିଶା ପାଇଁ ରେଡ ୱାର୍ଣ୍ଣିଂ
ଉତ୍ତର ଓଡ଼ିଶାର ସୁନ୍ଦରଗଡ଼ ଏବଂ କେନ୍ଦୁଝର ଭଳି ଜିଲ୍ଲା ଗୁଡ଼ିକ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ ଏବଂ ମୟୂରଭଞ୍ଜ ଭଳି ଅନ୍ୟ କେତେକ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅଧିକାଂଶ ଜିଲ୍ଲାରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Warning for Odisha.
— Meteorological Centre, Bhubaneswar (@mcbbsr) August 31, 2026
Day-1 : Extremely Heavy Rainfall.
Day-1 & Day-2: Heavy to Very Heavy Rainfall.
Day-1 to Day-3 : Heavy Rainfall.
Day-1 to Day-3 : Thunderstorm with Lightning and Gusty Wind.
Day-4 to Day-7: No Warning. #odisha #rainfall #weather #warning pic.twitter.com/FFE85JHldI
ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୨ ମଧ୍ୟରେ ବର୍ଷା ଜାରି ରହିବ। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର, କେନ୍ଦ୍ରୀୟ ଏବଂ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହା ସହିତ ବିଜୁଳି, ଘଡ଼ଘଡ଼ି ଏବଂ ଜୋରରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ତୃତୀୟ ଦିନରେ ଅର୍ଥାତ ସେପ୍ଟେମ୍ବର ୨ ରୁ ସେପ୍ଟେମ୍ବର ୩ ମଧ୍ୟରେ ବର୍ଷାର ପ୍ରକୋପ କମିବ । ତଥାପି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବଜ୍ରପାତ, ବିଜୁଳି ଏବଂ ପବନର ପ୍ରଭାବ ମଧ୍ୟ ରହିବ। ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ଏବଂ କେତେକ ସ୍ଥାନରେ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
Rainfall Forecast for the State. Day-1 to Day-7 : Light to Moderate Rainfall. #Odisha #odishaweather #WeatherUpdate pic.twitter.com/QhR9e0lokW
— Meteorological Centre, Bhubaneswar (@mcbbsr) August 31, 2026
ସେପ୍ଟେମ୍ବର 3ରୁ ବଦଳିବ ପାଗ
ଏହାପରେ ପାଣିପାଗ ବଦଳିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପ୍ଟେମ୍ବର ୩ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଓଡ଼ିଶା ପାଇଁ କୌଣସି ପାଣିପାଗ ଚେତାବନୀ ଜାରି କରିନାହିଁ ଆଇଏମଡି। ରେଡ୍, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକୁ ସତର୍କ ରହିବାକୁ ଏବଂ ବଜ୍ରପାତ ସମୟରେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
— Meteorological Centre, Bhubaneswar (@mcbbsr) August 31, 2026
ଏହା ମଧ୍ୟ ପଢନ୍ତୁ ରାଜ୍ୟରେ ଆଗାମୀ ୪୮ ଘଣ୍ଟା ଯାଏଁ ଭୀଷଣ ବର୍ଷା: ରେଡ୍ ଆଲର୍ଟରେ ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲା
ଏହା ମଧ୍ୟ ପଢନ୍ତୁ Rain Alert: ଆଜି ପଶ୍ଚିମ ଓଡ଼ିଶା ଭୀଷଣ ବର୍ଷିବ; ପୁଣି ଫୁଲିପାରେ ନଦୀ, ବନ୍ୟା ପ୍ରତି ସତର୍କ ରହିବାକୁ ପରାମର୍ଶ
ଇଟିଭି ଭାରତ, ଭୁବନେଶ୍ବର

