ETV Bharat / state

ନୟାଗଡ଼ ପୋଲିସ କବଜାରେ ଗୁଟଖା ମାଫିଆ, 50 ଲକ୍ଷ ଟଙ୍କାର ଗୁଟଖା ଜବତ, 6 ଗିରଫ

ପୋଲିସ ଏହି ଘଟଣାରେ ଇଟାମାଟି ଥାନା ସଦର ଥାନା ଏବଂ ଟାଉନ ଥାନା ପକ୍ଷରୁ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Gutkha mafia in Nayagarh police custody, gutkha worth lakhs of rupees seized
ନୟାଗଡ଼ ପୋଲିସ କବଜାରେ ଗୁଟଖା ମାଫିଆ, ଲକ୍ଷ ଲକ୍ଷ ଟଙ୍କାର ଗୁଟଖା ଜବତ (ETV BHARAT ODISHA)
author img

By ETV Bharat Odisha Team

Published : February 9, 2026 at 11:21 PM IST

2 Min Read
Choose ETV Bharat

NAYAGARH POLICE ANTI TOBACCO DRIVE ନୟାଗଡ଼: ନୟାଗଡ଼ ପୋଲିସର ଅପରେସନ ଗୁଟଖା । ଦୁଇ ତିନି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା, ଖଇନି ଏବଂ ପାନ ମସଲା ଜର୍ଦା ଆଦି ଜବତ କରିଛି । ପୋଲିସ ଏହି ଘଟଣାରେ ଇଟାମାଟି ଥାନା ସଦର ଥାନା ଏବଂ ଟାଉନ ଥାନା ପକ୍ଷରୁ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଜି ସଦର ଥାନା ପକ୍ଷରୁ ଖୁଣ୍ଟୁବନ୍ଧ ଗାଁରେ ଚଢ଼ାଉ କରି 3ଟି ଗୁଟଖା ଵୋଝେଇ ଗାଡିକୁ ଜବତ କରିଛି ପୋଲିସ । ଜବତ ଗୁଟଖା ଆନୁମାନିକ ମୁଲ୍ୟ 50 ଲକ୍ଷ ଟଙ୍କା ହେବ । ଜିଲ୍ଲାରେ ବେଆଇନ ଭାବେ ଗୁଟଖା କାରବାର କରୁଥିବା ମାପିଆଙ୍କୁ ପୋଲିସ ପକ୍ଷରୁ ସାବାଡ଼ କରାଯାଇଛି ।

ନୟାଗଡ଼ ପୋଲିସ କବଜାରେ ଗୁଟଖା ମାଫିଆ, ଲକ୍ଷ ଲକ୍ଷ ଟଙ୍କାର ଗୁଟଖା ଜବତ (ETV BHARAT ODISHA)

ସୂଚନା ଅନୁଯାୟୀ ଦୁଇଟି ପିକଅପ ଭ୍ୟାନ ଏବଂ ଗୋଟିଏ ମିନି ଟ୍ରକରେ ବିଭିନ୍ନ କମ୍ପାନୀର ଗୁଟଖା, ଖଇନି ଏବଂ ପାନ ମସଲା ଜର୍ଦା ବୋଝେଇ କରି ଚୋରା ଚାଲାଣ ପାଇଁ ଖୁଣ୍ଟବନ୍ଧ ଗାଁରେ ଲୁଚାଇ ରଖା ଯାଇଥିବା ବେଳେ ଖବର ପାଇ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ସେ ସବୁକୁ ଜବତ କରାଯାଇଛି । ଏହି ଘଟଣାରେ ଗୁଟଖା ବେପାରୀ କମଳ ସାହୁ ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କମଳଙ୍କ ବିଭିନ୍ନ ସ୍ଥାନରେ ବେଆଇନ ଗୁଟଖା ଗୋଦାମ ରହିଥିବା ପୋଲିସ ଜାଣିବାକୁ ପାଇଛି ।

ଆଜି ସଦର ଥାନା ପକ୍ଷରୁ ଖୁଣ୍ଟୁବନ୍ଧ ଗାଁରେ ଚଢ଼ାଉ କରି 3ଟି ଗୁଟଖା ଵୋଝେଇ ଗାଡିକୁ ଜବତ କରିଛି ପୋଲିସ ।
ଆଜି ସଦର ଥାନା ପକ୍ଷରୁ ଖୁଣ୍ଟୁବନ୍ଧ ଗାଁରେ ଚଢ଼ାଉ କରି 3ଟି ଗୁଟଖା ଵୋଝେଇ ଗାଡିକୁ ଜବତ କରିଛି ପୋଲିସ । (ETV BHARAT ODISHA)

ପାଖାପାଖି 30 କୋଟି ଟଙ୍କାର ଗୁଟଖା ଲୁଚାଇ ରଖା ଯାଇଥିବା ପୋଲିସର ତଦନ୍ତ ବେଳେ ଜଣା ପଡ଼ିଛି । ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ପ୍ରଦାନ କରିଛନ୍ତି, ନୟାଗଡ଼ SDPO ଜ୍ୟୋତିରଞ୍ଜନ ସାମନ୍ତରାୟ । ବେଆଇନ ଗୁଟଖା କାରବାରରେ ଅଭିଯୋଗରେ ପୂର୍ଵରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଶନିବାର ଅନ୍ୟତମ ଅଭିଯୁକ୍ତ କମଳ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । କମଳଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଖୁଣ୍ଟୁବନ୍ଧ ଉପକାରାଗାରକୁ ପଠାଇ ଦିଆଯାଇଛି । କମଳଙ୍କ ଘର ମଧ୍ୟ ଖୁଣ୍ଟୁବନ୍ଧ ଗ୍ରାମରେ ବୋଲି ସୂଚନା ମିଳିଛି ।

ଦୁଇ ତିନି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା, ଖଇନି ଏବଂ ପାନ ମସଲା ଜର୍ଦା ଆଦି ଜବତ କରିଛି ।
ଦୁଇ ତିନି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା, ଖଇନି ଏବଂ ପାନ ମସଲା ଜର୍ଦା ଆଦି ଜବତ କରିଛି । (ETV BHARAT ODISHA)

ଇଟାମାଟି ପୋଲିସ ଦୁଇ ଦିନ ତଳେ ବେଆଇନ ଗୁଟଖା ବୋଝେଇ ଗାଡ଼ି ଜବତ କରିଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ନୟାଗଡ଼ ସହରର ପ୍ରକାଶ ସାହୁ, ତାଙ୍କ ସହଯୋଗୀ ଶ୍ରୀକାନ୍ତ ମହାପାତ୍ର ଓ ବିପିନ ବିହାରୀ ସାହୁ । କମଳ, ପ୍ରକାଶ ଦୁଇ ଭାଇ ନୟାଗଡ଼ ବଜାରର ବିଭିନ୍ନ ସ୍ଥାନରେ ଗୋଦାମ କରି ଦୀର୍ଘଦିନ ଧରି ଗୁଟଖା ଓ ଖଇନି କାରବାର କରି ଆସୁଥିଲେ। ଗୁଟଖା ଉପରେ ଚଢ଼ଉ ଜୋରଦାର ହେଉଥିବାରୁ ସେ ଇଟାମାଟି ଅଞ୍ଚଳରେ ଏକ ବେନାମୀ ଗୋଦାମ କରିଥିଲେ । ସେଠାରୁ ପିକ୍‌ଅପ୍ ଯୋଗେ ମାଲ୍ ଚାଲାଣ କରୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପୋଲିସ ହାବୁଡ଼ରେ ପଡ଼ିଥିଲା । ପୋଲିସ ତାଙ୍କ ନିକଟରୁ ୭ ବସ୍ତା ଖଇନି, ସିଗାରେଟ୍, ୧୩୬୦ ପ୍ୟାକେଟ୍‌ ଡିଲକ୍ସ ମିକ୍ସ, ଏକ ପିକ୍‌ଅପ୍ ଭ୍ୟାନ ଓ ୯୯ ହଜାର ଟଙ୍କା ଜବତ କରିଛି । ଉକ୍ତ ଘଟଣାରେ ଲିଙ୍କ ଥିବା ଜଣାପଡ଼ିବା ପରେ ଅନ୍ୟତମ ମାଫିଆ କମଳ ସାହୁକୁ ଥାନାକୁ ନେଇ ପଚରାଉଚରା କରିଥିଲା ପୋଲିସ । ତଦନ୍ତରେ କମଳ ଗୁଟଖା ମାଫିଆ ବୋଲି ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଦୁଇଟି ପିକଅପ ଭ୍ୟାନ ଏବଂ ଗୋଟିଏ ମିନି ଟ୍ରକରେ ବିଭିନ୍ନ କମ୍ପାନୀର ଗୁଟଖା, ଖଇନି ଏବଂ ପାନ ମସଲା ଜର୍ଦା ବୋଝେଇ କରି ଚୋରା ଚାଲାଣ ପାଇଁ ଖୁଣ୍ଟବନ୍ଧ ଗାଁରେ ଲୁଚାଇ ରଖା ଯାଇଥିବା ବେଳେ ଖବର ପାଇ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ସେ ସବୁକୁ ଜବତ କରାଯାଇଛି ।
ଦୁଇଟି ପିକଅପ ଭ୍ୟାନ ଏବଂ ଗୋଟିଏ ମିନି ଟ୍ରକରେ ବିଭିନ୍ନ କମ୍ପାନୀର ଗୁଟଖା, ଖଇନି ଏବଂ ପାନ ମସଲା ଜର୍ଦା ବୋଝେଇ କରି ଚୋରା ଚାଲାଣ ପାଇଁ ଖୁଣ୍ଟବନ୍ଧ ଗାଁରେ ଲୁଚାଇ ରଖା ଯାଇଥିବା ବେଳେ ଖବର ପାଇ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ସେ ସବୁକୁ ଜବତ କରାଯାଇଛି । (ETV BHARAT ODISHA)

ମିଳିତ ଭାବେ ନୟାଗଡ଼ ଟାଉନ ସଦର ଥାନା ଓ ଇଟାମାଟି ଥାନା ପୋଲିସ ପକ୍ଷରୁ ଲଗାତାର ଭାବେ ବାଲୁଗାଁ ଖୁଣ୍ଟବନ୍ଧ ଏବଂ ନୟାଗଡ଼ ବଜାରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବିଡ଼ି, ସିଗାରେଟ୍ ଓ ଗୁଟଖା ଜବତ କରିଛି । ଏସବୁ ବେଆଇନ କାରବାର କରୁଥିବା 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସ ସୂଚନା ଅନୁଯାୟୀ କମଳ ସାହୁଠାରୁ ଖୁଚୁରା ବ୍ୟବସାୟୀ ମାନେ ଗୁଡ଼ଖା ବ୍ୟବସାୟ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଦୁଇଟି ପିକଅପ ଭ୍ୟାନ ଏବଂ ଗୋଟିଏ ମିନି ଟ୍ରକରେ ବିଭିନ୍ନ କମ୍ପାନୀର ଗୁଟଖା, ଖଇନି ଏବଂ ପାନ ମସଲା ଜର୍ଦା ବୋଝେଇ କରି ଚୋରା ଚାଲାଣ ପାଇଁ ଖୁଣ୍ଟବନ୍ଧ ଗାଁରେ ଲୁଚାଇ ରଖା ଯାଇଥିବା ବେଳେ ଖବର ପାଇ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ସେ ସବୁକୁ ଜବତ କରାଯାଇଛି ।
ଦୁଇଟି ପିକଅପ ଭ୍ୟାନ ଏବଂ ଗୋଟିଏ ମିନି ଟ୍ରକରେ ବିଭିନ୍ନ କମ୍ପାନୀର ଗୁଟଖା, ଖଇନି ଏବଂ ପାନ ମସଲା ଜର୍ଦା ବୋଝେଇ କରି ଚୋରା ଚାଲାଣ ପାଇଁ ଖୁଣ୍ଟବନ୍ଧ ଗାଁରେ ଲୁଚାଇ ରଖା ଯାଇଥିବା ବେଳେ ଖବର ପାଇ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ସେ ସବୁକୁ ଜବତ କରାଯାଇଛି । (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- ମାଲକାନଗିରି ପୋଲିସକୁ ବଡ଼ ସଫଳତା; ଗଞ୍ଜେଇ ତେଲ କାରଖାନା ଠାବ, ୪ ଗିରଫ

ଏହା ମଧ୍ୟ ପଢ଼ନ୍ତୁ- BMCର ନାଲିଆଖି: ଭୁବନେଶ୍ବରରେ ଗୁଟଖା ବିକିଲେ କଡ଼ା କାର୍ଯ୍ଯାନୁଷ୍ଠାନ, ହୋର୍ଡିଂ ଓ ବିଜ୍ଞାପନ ମନା

ଏହା ମଧ୍ୟ ପଢ଼ନ୍ତୁ- ଗୁଟଖା ବ୍ୟାନ୍ ର ରିୟଲଟି ଚେକ୍: ନିୟମ କେବଳ ଭେଳିକି ! ମାଲାମାଲ ହେଉଛନ୍ତି ବ୍ୟବସାୟୀ

ଇଟିଭି ଭାରତ, ନୟାଗଡ଼