ETV Bharat / state

PUCC ଅବଧି ବଢ଼ାଇଲେ ସରକାର, ସବୁଜ ଷ୍ଟିକର ନୁହେଁ ବାଧ୍ୟତାମୂଳକ:- ପରିବହନ ମନ୍ତ୍ରୀ

'ନୋ PUCC, ନୋ ଫ୍ୟୁଏଲ୍’ ଡେଡଲାଇନ୍ ମାର୍ଚ୍ଚ ୩୧ ଯାଏଁ ବଢ଼ାଇଲେ ସରକାର । ଏପ୍ରିଲ ୧ରୁ ପ୍ରଦୂଷଣ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

PUCC ଅବଧି ବଢ଼ାଇଲେ ସରକାର, ସବୁଜ ଷ୍ଟିକର ନୁହେଁ ବାଧ୍ୟତାମୂଳକ:- ପରିବହନ ମନ୍ତ୍ରୀ
PUCC ଅବଧି ବଢ଼ାଇଲେ ସରକାର, ସବୁଜ ଷ୍ଟିକର ନୁହେଁ ବାଧ୍ୟତାମୂଳକ:- ପରିବହନ ମନ୍ତ୍ରୀ (ETV BHARAT ODISHA)
author img

By ETV Bharat Odisha Team

Published : December 31, 2025 at 6:54 PM IST

3 Min Read
Choose ETV Bharat

ଭୁବନେଶ୍ବର: ଲୋକଙ୍କ ସମସ୍ୟା ଏବଂ ଅସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର PUCC ଯାଞ୍ଚ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଫେବୃଆରୀ ୨୮ ପରିବର୍ତ୍ତେ ମାର୍ଚ୍ଚ ୩୧ ଯାଏଁ ସମୟ ଦେଲେ ସରକାର । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏପ୍ରିଲ ୧ରୁ ପ୍ରଦୂଷଣ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ରାଜ୍ୟର ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଗୁଡିକରେ ଗାଡିଚାଳକମାନଙ୍କର ଲମ୍ବା ଧାଡି ଓ ସାଧାରଣ ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଆଜି (ବୁଧବାର) ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର (Pollution Under Control -PUC certificate ) ବିନା ଇନ୍ଧନ ମନା’ ନିଷ୍ପତ୍ତିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଜାନୁଆରୀ ମାସରୁ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା, ପରେ ଏହାକୁ ଫେବ୍ରୁଆରୀ 1 ପର୍ଯ୍ୟନ୍ତ ଘୁଞ୍ଚାଯାଇଥିଲା ।

PUCC ଅବଧି ବଢ଼ାଇଲେ ସରକାର, ସବୁଜ ଷ୍ଟିକର ନୁହେଁ ବାଧ୍ୟତାମୂଳକ:- ପରିବହନ ମନ୍ତ୍ରୀ (ETV BHARAT ODISHA)

PUCC ସମ୍ପର୍କିତ ସମସ୍ୟାରେ ପଡିଥିବା ଲୋକଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । ଫେବୃଆରୀ ୧ ବଦଳରେ ମାର୍ଚ୍ଚ ଶେଷ ଯାଏଁ ବଢ଼ିଲା PUCC ଅବଧି । PUCC ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର । ଏହି ନିଷ୍ପତ୍ତି ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ପୂର୍ବରୁ ଜାନୁଆରୀରୁ ଫେବୃଆରୀକୁ ବଢ଼ାଯାଇଥିଲା PUCC ଅବଧି । ଏବେ ପୁଣି ଆଉ ଦୁଇ ମାସ ବଢ଼ିଛି ଏହି ଅବଧି । ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖ ଯାଏଁ ଗାଡ଼ି ଚାଳକ PUCC କରାଇପାରିବେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।"

ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ସୂଚନା ଦେଇ କହିଛନ୍ତି ଯେ, "ସାଧାରଣ ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି ଏବଂ ଯାନବାହନ ମାଲିକମାନେ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧୀୟ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଉଥିବାରୁ ଏହି ଅବଧି ବଢ଼ାଯାଇଛି।" ଏହା ଦ୍ୱାରା ରାଜ୍ୟ ସାରା ଗାଡିଚାଳକ ମାନଙ୍କୁ ଅସୁବିଧାରୁ ରକ୍ଷା କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଚାରୁ ଭାବେ ଲାଗୁ କରିବା ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି ।


ସେହିପରି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସବୁଜ ଷ୍ଟିକର ମାରିବା ନୁହେଁ ବାଧ୍ୟତାମୂଳକ । ସବୁଜ ଷ୍ଟିକର ମାରିବା ଏକ ସୂଚକ । ସବୁଜ ଷ୍ଟିକର ମାରିଲେ PUCC ଦେଖାଇବାକୁ ପଡିବ ନାହିଁ । ସବୁଜ ଷ୍ଟିକର ମାରିଲେ ଯାଞ୍ଚ ଅଧିକାରୀ ଓ ଗାଡି ଚାଳକ ଏବଂ ମାଲିକଙ୍କ ଲାଗି ସୁବିଧା ହେବ । ଯେଉଁମାନେ PUCC ନେଇ ସାରିଛନ୍ତି, ସେମାନଙ୍କୁ RTO ଅଫିସରେ ସବୁଜ ଷ୍ଟିକର ପ୍ରଦାନ କରିବୁ । ବିଭିନ୍ନ ପ୍ରକାରର ଅନିୟମିତତା ନଜର ଆସିବା ପରେ ୪୨ଟି ପ୍ରଦୂଷଣ ସାର୍ଟିଫିକେଟ ଦେଉଥିବା କେନ୍ଦ୍ରର ଲାଇସେନ୍ସ ବାତିଲ କରାଯାଇଛି । ଯେଉଁମାନେ ଟେଷ୍ଟିଂ ସେଣ୍ଟର ଖୋଲିବା ପାଇଁ ଚାହିଁବେ ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ ଅନୁମତି ପ୍ରଦାନ କରିବୁ । ନିୟମ ମାନିବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛି ।"


ସେହିପରି ଜାନୁଆରୀ ୧ରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହେବ । ଏଥିରେ ମାସକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ପରିବହନ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ହୋଇଛି ଏହି ନିଷ୍ପତ୍ତି । ପରିବହନ ମନ୍ତ୍ରୀ, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ବୈଠକରେ PUCC ସମ୍ପର୍କିତ ଅବଧି ବୃଦ୍ଧି ଓ ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ରାଜ୍ୟର ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଗୁଡିକରେ ଗାଡିଚାଳକମାନଙ୍କର ଲମ୍ବା ଧାଡି ଓ ସାଧାରଣ ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଆଜି (ବୁଧବାର) ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର (Pollution Under Control -PUC certificate ) ବିନା ଇନ୍ଧନ ମନା’ ନିଷ୍ପତ୍ତିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଜାନୁଆରୀ ମାସରୁ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା, ପରେ ଏହାକୁ ଫେବ୍ରୁଆରୀ 1 ପର୍ଯ୍ୟନ୍ତ ଘୁଞ୍ଚାଯାଇଥିଲା।

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ ନୀତି ଘୋଷଣା କରିଥିଲେ। ଏହା ଅନୁଯାୟୀ, ବୈଧ PUCC (Pollution Under Control Certificate) ନଥିବା ଯାନବାହନକୁ ଇଂଧନ ଦିଆଯିବ ନାହିଁ । କିନ୍ତୁ ଯୋଜନା ଘୋଷଣା ପରେ ରାଜ୍ୟର ବିଭିନ୍ନ ସହର ଓ ଜିଲ୍ଲାରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକ ଆଗରେ ଯାନବାହନ ମାଲିକମାନଙ୍କ ଲମ୍ବା ଧାଡିରେ ଛିଡ଼ାହେବାର ଦେଖିବାକୁ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ଖରା- ଶୀତରେ ଛିଡା ହୋଇ ଗାଡ଼ି ଚାଳକମାନେ ନିଜ ନିଜ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ କରୁଥିବାର ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ପର୍ଯ୍ୟାପ୍ତ କେନ୍ଦ୍ର ନଥିବା, ଯନ୍ତ୍ରପାତି ତ୍ରୁଟି ଓ ଅଧିକ ଚାହିଦା ଯୋଗୁଁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।


ଏପରି ପରିସ୍ଥିତିକୁ ଦେଖି ସରକାର ପୂର୍ବରୁ ମଧ୍ୟ PUCC ସମ୍ପର୍କିତ ଅବଧି ବୃଦ୍ଧି କରିଥିଲେ। ଆଜିର ଘୋଷଣା ସହିତ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ଦିନରେ ଅଧିକ PUCC କେନ୍ଦ୍ର ଖୋଲିବା, ଡିଜିଟାଲ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା ଉପରେ ଜୋର ଦିଆଯିବ । ସରକାର ଆଶା ପ୍ରକାଶ କରିଛନ୍ତି ଯେ, ଏହି ସମୟ ସୀମା ମଧ୍ୟରେ ସମସ୍ତ ଯାନବାହନ ମାଲିକ ନିୟମ ପାଳନ କରି ପରିବେଶ ସୁରକ୍ଷାରେ ସହଯୋଗ କରିବେ ।


ମାର୍ଚ୍ଚ 31 ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ PUCC ନଥିବା କାରଣରୁ କାହାକୁ ମଧ୍ୟ ଇନ୍ଧନ ଦେବାକୁ ମନା କରାଯିବ ନାହିଁ । ଏହି ସମୟ ମଧ୍ୟରେ PUCC ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଅବଧି ସମାପ୍ତି ପରେ ନିୟମ ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ସତର୍କ କରାଇଛି । ପରିବହନ ବିଭାଗ ତରଫରୁ ପରିବହନ ସେବା ସମ୍ବନ୍ଧୀୟ କୌଣସି ସୂଚନା ପାଇଁ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର- ୧୮୦୦୩୪୫୧୦୭୩ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ- PUCC ନଥିଲେ ଜରିମାନା ସହ କଟାଯିବ ଚାଲାଣ: ପରିବହନ ମନ୍ତ୍ରୀ
ଏହା ମଧ୍ୟ ପଢ଼ନ୍ତୁ- ପ୍ରଦୂଷଣ ଯାଞ୍ଚ ଭ୍ୟାନ୍‌ ଆଗରେ ପ୍ରବଳ ଭିଡ଼...ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି ଗାଡି ଚାଳକ

ଏହା ମଧ୍ୟ ପଢ଼ନ୍ତୁ- ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି: ଫେବୃଆରୀ 1 ପର୍ଯ୍ୟନ୍ତ ବଢିଲା PUCC ଅବଧି

ଇଟିଭି ଭାରତ, ଭୁବନେଶ୍ବର