ETV Bharat / state

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ, ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାକୁ ଭୂରି ଭୂରି ପ୍ରଶଂସା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଓଡ଼ିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କଳାକାରମାନଙ୍କ ସହିତ ଆଲୋଚନା କରିଛନ୍ତି । ରିପୋର୍ଟ: ସମୀର ଆଚାର୍ଯ୍ୟ

GANJAM ARTISTS MET PRESIDENT DROUPADI MURMU AT RASHTRAPATI BHAVAN
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ (@rashtrapatibhvn)
author img

By ETV Bharat Odisha Team

Published : September 2, 2026 at 9:39 AM IST

2 Min Read
Choose ETV Bharat

Ganjam Artists ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପାଇ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ସାକ୍ଷାତ କରିଛନ୍ତି ଗଞ୍ଜାମ ଜିଲ୍ଲାର ପାଞ୍ଚ ପ୍ରମୁଖ ସାଂସ୍କୃତିକ ଦଳ । ଏହି ଅବସରରେ ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଉଚ୍ଚ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ଗଞ୍ଜାମର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଜୀବନ୍ତ ପ୍ରତିନିଧି ଭାବରେ ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ଭାରତର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଭାବ ବିନିମୟ କରିଛନ୍ତି ।

ଦିଲ୍ଲୀ ଗସ୍ତରେ ଗଞ୍ଜାମ କଳାକାର:

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ଜିଲ୍ଲାର ପାଞ୍ଚଟି ପ୍ରମୁଖ ସାଂସ୍କୃତିକ ଦଳର କଳାକାରମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ କଳାକାରମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନିକଟରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ତପ୍ତପାଣି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ଆଦିବାସୀ ଓ ଲୋକନୃତ୍ୟ ଦଳ ଗୁଡ଼ିକ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଏହି ପାରମ୍ପରିକ କଳା ପ୍ରଦର୍ଶନରେ ରାଷ୍ଟ୍ରପତି ଅଭିଭୂତ ହୋଇ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ ପାଇଁ ଆମନ୍ତ୍ରଣ କରିଥିଲେ ।

ଏସବୁ ନାଟ୍ୟ ସଂଘ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି:

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ସାନଖେମୁଣ୍ଡି ବ୍ଲକ ସୁବର୍ଣ୍ଣଗଡ଼ର ମା’ ଦଣ୍ଡକାଳୀ ଗ୍ରୁପ୍, ବ୍ରହ୍ମପୁରର ସଂରଚନା ଗ୍ରୁପ୍, ସୋରଡ଼ା ବ୍ଲକର ତୁଳସୀ ଗ୍ରୁପ୍, ସାନଖେମୁଣ୍ଡି ବ୍ଲକ କଟାପଲ୍ଲୀର ଗୌରାଙ୍ଗ ବାସୁଦେବ ନାମ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଖେମୁଣ୍ଡିଖୋଲର ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ୯୦ରୁ ଊର୍ଦ୍ଧ୍ୱ କଳାକାରମାନେ ଦିଲ୍ଲୀ ଗସ୍ତ କରିଛନ୍ତି ।

ରାଷ୍ଟ୍ରପତି ପ୍ରଶଂସା:

କଳାକାରମାନଙ୍କ ସହ ଭାବ ବିନିମୟ ସମୟରେ, ପୂର୍ବପୁରୁଷମାନଙ୍କ ଠାରୁ ମିଳିଥିବା ଅମୂଲ୍ୟ କଳା ଓ ସାଂସ୍କୃତିକ ପରମ୍ପରାକୁ ନିରନ୍ତର ସଂରକ୍ଷଣ, ଅଭ୍ୟାସ ଓ ପ୍ରଚାର କରିବା ସମସ୍ତଙ୍କ ଦାୟିତ୍ୱ । ଯୁବ କଳାକାରମାନେ ମନ ଦେଇ ପାଠ ପଢ଼ିବା ସହ ନିଜେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେଥିରେ ଶ୍ରେଷ୍ଠତା ପ୍ରତିପାଦନ କରିନ୍ତୁ । ଏହାସହ ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଲମ୍ବୀ ହେବା ସହ ବାପା ମାଆ ଓ ଆତ୍ମୀୟ ସ୍ୱଜନଙ୍କର ସୁନାମ ବୃଦ୍ଧି କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ଗଞ୍ଜାମର ସୌରା ଜନଜାତିର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । କଳାକାରମାନଙ୍କ ପାଇଁ ଏହି ଦିନଟି ଏକ ଅବିସ୍ମରଣୀୟ ଅନୁଭୂତି ଦେଇଛି ।

A group of artists from the Ganjam and Gajapati districts of Odisha met President Smt. Droupadi Murmu at Rashtrapati Bhavan.
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ (@rashtrapatibhvn)

ରାଷ୍ଟ୍ରପତି ଭବନ ପରିଦର୍ଶନ, ମହାମହିମ ରାଷ୍ଟ୍ରପତିଙ୍କ ସହ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଭାବ ବିନିମୟ ଏବଂ ନୂଆଦିଲ୍ଲୀର ବିଭିନ୍ନ ଐତିହାସିକ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନର ସୁଯୋଗ ପାଇଥିବାରୁ କଳାକାରମାନେ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ସୌର ପାରମ୍ପାରିକ ସାଂସ୍କୃତିକ ନାଟ୍ୟ ସଂଘର ଜଗନ୍ନାଥ ନାୟକ କହିଛନ୍ତି, "ଏହି ଅନୁଭୂତି ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ।"

A group of artists from the Ganjam and Gajapati districts of Odisha met President Smt. Droupadi Murmu at Rashtrapati Bhavan.
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ (@rashtrapatibhvn)

ଗଞ୍ଜାମ ଗସ୍ତ ବେଳେ ରାଷ୍ଟ୍ରପତିଙ୍କ ମନୋମୁଗ୍ଧ କରିଥିଲା କଳା:

ଅଗଷ୍ଟ ୪ ତାରିଖରେ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ସ୍ଥିତ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ପାଇଁ ଆସିଥିବା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ ଦଳ ଦ୍ୱାରା ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାନଖେମୁଣ୍ଡି ବ୍ଲକ ସୁବର୍ଣ୍ଣଗଡ଼ର ମା’ ଦଣ୍ଡକାଳୀ ଗ୍ରୁପ୍ ପକ୍ଷରୁ ପ୍ରାଚୀନ ସୌରା (ଶବର) ଜନଜାତିର ପାରମ୍ପରିକ ନୃତ୍ୟ, ବ୍ରହ୍ମପୁରର ସଂରଚନା ଗ୍ରୁଫ୍ ପକ୍ଷରୁ ଚାଙ୍ଗୁ, ନିଶାଣ, ବଂଶୀ, ଗିନି, ଝାଞ୍ଜ, ଘଣ୍ଟ, ମହିଷୀ ଶିଙ୍ଗା ଓ ତୁରୀର ତାଳେ ସାଦ୍ରା ନୃତ୍ୟ, ସୋରଡ଼ା ବ୍ଲକର ତୁଳସୀ ଗ୍ରୁପ୍ ପକ୍ଷରୁ କାମକ, ଝାଞ୍ଜ, ମହୁରୀ ଓ ତୁରୀର ସୁମଧୁର ସ୍ୱରରେ ପାରମ୍ପରିକ ସୌରା ଆଦିବାସୀ ନୃତ୍ୟ, ସାନଖେମୁଣ୍ଡି ବ୍ଲକ କଟାପଲ୍ଲୀର ଗୌରାଙ୍ଗ ବାସୁଦେବ ନାମ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଭକ୍ତିମୟ ନାମ ସଂକୀର୍ତ୍ତନ ଏବଂ ଖେମୁଣ୍ଡିଖୋଲର ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘ, ନୀଳମାଧବ ଗ୍ରୁପ୍ ପକ୍ଷରୁ ତାମକ ଓ ଚାଙ୍ଗୁ ପରିବେଷଣ କରାଯାଇଥିଲା । ଏହି ମନୋମୁଗ୍ଧକର ଲୋକନୃତ୍ୟ ଓ ଲୋକସଙ୍ଗୀତ ଦେଖି ରାଷ୍ଟ୍ରପତି କଳାକାରମାନଙ୍କୁ ଦିଲ୍ଲୀ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ।

A group of artists from the Ganjam and Gajapati districts of Odisha met President Smt. Droupadi Murmu at Rashtrapati Bhavan.
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ (@rashtrapatibhvn)

ଏହି ପ୍ରତିନିଧି ଦଳ ସହିତ ଗଞ୍ଜାମ ଅତିରିକ୍ତ ଉପଜିଲ୍ଲାପାଳ (ଛତ୍ରପୁର) ପାର୍ଥସାରଥୀ ହାଁସଦା, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ମନୋଜ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ ।

A group of artists from the Ganjam and Gajapati districts of Odisha met President Smt. Droupadi Murmu at Rashtrapati Bhavan.
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ (@rashtrapatibhvn)

ସେହିପରି ଗଜପତି ଜିଲ୍ଲାର କଳାକାରମାନେ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି ।

A group of artists from the Ganjam and Gajapati districts of Odisha met President Smt. Droupadi Murmu at Rashtrapati Bhavan.
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ (@rashtrapatibhvn)

ଏହା ମଧ୍ୟ ପଢନ୍ତୁ...

କଳା ପାଇଁ ମିଳିଲା ସମ୍ମାନ; ମହାମହିମଙ୍କ ମନକୁ ଛୁଇଁଥିଲା ଆଦିବାସୀ ନୃତ୍ୟ, ହେବେ ରାଷ୍ଟ୍ରପତି ଭବନର ଅତିଥି

ନିର୍ବାକ ଯୁବଶିଳ୍ପୀ ସୁବ୍ରତଙ୍କ ହାତରେ ରଙ୍ଗର ଯାଦୁ, ଶାରୀରିକ ପ୍ରତିବନ୍ଧକକୁ ପଛରେ ପକାଇ ସଫଳତା ସାଉଁଟିବାକୁ ସ୍ୱପ୍ନ

ଇଟିଭି ଭାରତ, ବ୍ରହ୍ମପୁର