ETV Bharat / state

ସମ୍ବଲପୁର ପରେ କେନ୍ଦୁଝର, କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ

ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକପୂର୍ଣ୍ଣ ଇ-ମେଲ । ଖବର ପାଇ କେନ୍ଦୁଝର ପୋଲିସର ତନାଘନା ।

Bomb Threat
କେନ୍ଦୁଝର କୋର୍ଟ (ETV Bharat Odisha)
author img

By ETV Bharat Odisha Team

Published : March 3, 2026 at 3:50 PM IST

1 Min Read
Choose ETV Bharat

Bomb Threat କେନ୍ଦୁଝର: ପୁଣି କୋର୍ଟକୁ ବୋମା ଧମକ । ସମ୍ବଲପୁର କୋର୍ଟକୁ ବୋମା ଧମକ ଘଟଣାକୁ 48 ଘଣ୍ଟା ନପୂରୁଣୁ କେନ୍ଦୁଝର ଜିଲ୍ଲା ଦୌରାଜର୍ଜ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଛି । ଏହା ପରେ ସଙ୍ଗେ ସଙ୍ଗେ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ କୋର୍ଟ ପରିସରରେ ଯାଞ୍ଚ କରିଛନ୍ତି ।

କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ (ETV Bharat Odisha)

କେନ୍ଦୁଝର କୋର୍ଟକୁ ବୋମା ଧମକ:

କଟକ ହାଇକୋର୍ଟ ଓ ସମ୍ବଲପୁର ଜିଲ୍ଲା କୋର୍ଟ ପରେ ଆଜି(ମଙ୍ଗଳବାର) କେନ୍ଦୁଝର ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏହି ମେଲ ପାଇବା ପରେ ପରେ କୋର୍ଟ ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ଦିଆଯାଇଥିଲା ଅଭିଯୋଗ । ଅଭିଯୋଗ ପାଇ ଟାଉନ ପୋଲିସ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ସହ କୋର୍ଟରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ପ୍ରତି ରୁମ ଓ ପ୍ରତି ଆଲମାରୀ ମହ ସବୁ ଜିନିଷ ଯାଞ୍ଚ କରାଯାଇଛି । ତେବେ ଏହା ମିଛ ଧମକ ବୋଲି ଯାଞ୍ଚ ପରେ ଜଣାପଡିଛି ।

Bomb Threat To Keonjhar Court
କୋର୍ଟକୁ ବୋମା ଧମକ (ETV Bharat Odisha)

କୋର୍ଟକୁ ଧମକ, ଅସନ୍ତୋଷ ବ୍ୟକ୍ତ କଲେ ଓକିଲ ସଂଘ ସଭାପତି:

ଦିନକୁ ଦିନ କୋର୍ଟକୁ ଧମକ ପୂର୍ଣ୍ଣ ମେଲ ଆସିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି । ଏହି ମେଲ ପଠାଇ ଅବାଞ୍ଛିତ ଭୟଭୀତ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ ।

Bomb Threat To Keonjhar Court
ପୋଲିସର ଯାଞ୍ଚ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଯାଞ୍ଚ କଡାକଡି କଲା ପୋଲିସ

କୋର୍ଟକୁ ବୋମା ଧମକ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇକୋର୍ଟ ପରିସର ତନ୍ନତନ୍ନ ଯାଞ୍ଚ

ଓଡ଼ିଶାର 5 କୋର୍ଟକୁ ବୋମା ଧମକ, ବିଦେଶରୁ ଆସିଛି ଧମକପୂର୍ଣ୍ଣ ଇମେଲ୍

ଖବର ପାଇ ପୋଲିସ ପକ୍ଷରୁ ସନ୍ଧାନୀ କୁକୁର ଓ ବମ ସ୍କ୍ବାଡ କୋର୍ଟ ପରିସରକୁ ଯାଞ୍ଚ କରିଥିଲେ । ବୋମାର କୌଣସି ସନ୍ଧାନ ମିଳି ନଥିବା ବେଳେ ମେଲ୍‌ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ସଦର ଏସଡିପି ଓ ସୁଦର୍ଶନ ଗାଙ୍ଗୋଇ ।

ତଦନ୍ତ ଜାରି:

ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ କହିଛନ୍ତି, ‘କୋର୍ଟ ପରିସରରେ ବୋମା ଥିବା ଖବର ମିଳିଥିଲା । କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାର୍ଡ , ଗୋଟିଏ ପ୍ଲାଟୁନ ଫୋର୍ସ ସହ ତଦନ୍ତ କରିଥିଲୁ । ବର୍ତ୍ତମାନ ସୁଦ୍ଧା କିଛି ମିଳିନାହିଁ ।


ସୂଚନା ଥାଉକି, ଗତ ରବିବାର(ମାର୍ଚ୍ଚ 1)ରେ ସମ୍ବଲପୁର କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଥିଲା । ଯାଞ୍ଚ ପରେ ତାହା ମିଛ ଧମକ ବୋଲି ଜଣାପଡିଥିଲା । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ହାଇକୋର୍ଟଠୁ ନେଇ ଓଡ଼ିଶାର ଅନେକ କୋର୍ଟକୁ ବୋମା ଧମକ ଆସିଛି ।

ଇଟିଭି ଭାରତ, କେନ୍ଦୁଝର