ETV Bharat / state

ଫୁଲର ସମ୍ଭାରକୁ ନେଇ ରାଜଧନୀର ପୁଷ୍ପ ପ୍ରଦର୍ଶନୀ, ମନ ମୋହୁଛି ଅପରେସନ ସିନ୍ଦୁର ସହ ଶ୍ରୀମନ୍ଦିର କାରୁକାର୍ଯ୍ୟ

ପରିବେଶ ସନ୍ତୁଳନ ସହ ଗୋଚର ଜମିକୁ ଶସ୍ୟ ଶ୍ୟାମଳା କରିବା ପାଇଁ କେନ୍ଦୁଝରରେ ହେବ ପ୍ରଥମ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ।

ଫୁଲର ସମ୍ଭାରକୁ ନେଇ ରାଜଧନୀର ପୁଷ୍ପ ପ୍ରଦର୍ଶନୀ, ମନ ମୋହୁଛି ଅପରେସନ ସିନ୍ଦୁର ସହ ଶ୍ରୀମନ୍ଦିର କାରୁକାର୍ଯ୍ୟ
ଫୁଲର ସମ୍ଭାରକୁ ନେଇ ରାଜଧନୀର ପୁଷ୍ପ ପ୍ରଦର୍ଶନୀ, ମନ ମୋହୁଛି ଅପରେସନ ସିନ୍ଦୁର ସହ ଶ୍ରୀମନ୍ଦିର କାରୁକାର୍ଯ୍ୟ (ETV BHARAT ODISHA)
author img

By ETV Bharat Odisha Team

Published : January 10, 2026 at 10:50 AM IST

3 Min Read
Choose ETV Bharat

ଭୁବନେଶ୍ବର: ଭଳିକି ଭଳି ଫୁଲର ମହକ ନେଇ ପ୍ରକୃତି ସଜେଇ ହୋଇଥିବା ବେଳେ ପ୍ରକୃତି, ପରମ୍ପରା, ଓ ପୁଷ୍ପର ପର୍ବକୁ ନେଇ ଭୁବନେଶ୍ୱର ଆରମ୍ଭ ହୋଇଛି ବାର୍ଷିକ ପୁଷ୍ପ ପଦର୍ଶନୀ । ଆଉ ଏହି ପ୍ରଦର୍ଶନୀରେ ଗୋଟିଏ ସ୍ଥାନରେ ଥିଲା ଭଳିକି ଫୁଲର ସମ୍ଭାର । ଲିଲିୟମ, ସାଲଭିୟା, ଅର୍ଚିଡ଼, ସେବତୀ, ଡାଳିଆ ସାଙ୍ଗକୁ ଜାରବେରା, ଗେଣ୍ଡୁ, ଗୋଲାପ ଠାରୁ ଆରମ୍ଭ କରି ବିଭିନ୍ନ ବିଦେଶୀ ଫୁଲରେ ସଜେଇ ହୋଇଥିଲା ପୁଷ୍ପ ପ୍ରଦର୍ଶନୀ । ଗୋଟିଏ ସ୍ଥାନରେ ୨ ଶହରୁ ଊର୍ଧ୍ଵ ପ୍ରଜାତିର ଫୁଲର ସମ୍ଭାର ରହିଥିବା ବେଳେ ଭଳିକି ଭଳି ଫୁଲରେ ମହକୁଛି ପୁରା ପରିବେଶ ।

ଫୁଲର ସମ୍ଭାରକୁ ନେଇ ରାଜଧନୀର ପୁଷ୍ପ ପ୍ରଦର୍ଶନୀ, ମନ ମୋହୁଛି ଅପରେସନ ସିନ୍ଦୁର ସହ ଶ୍ରୀମନ୍ଦିର କାରୁକାର୍ଯ୍ୟ (ETV BHARAT ODISHA)

ରାଜଧାନୀ ଏକାମ୍ର ପାର୍କରେ ଫୁଲର ସମ୍ଭାର ସହ ବିଭିନ୍ନ ପ୍ରକାର ସାମାଜିକ ସଚେତନତାର ଥିମକୁ ନେଇ ଆରମ୍ଭ ହୋଇଛି ପୁଷ୍ପ ପ୍ରଦର୍ଶନୀ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ଯାଏଁ ତିନିଦିନ ଧରି ଏହି ପୁଷ୍ପ ପ୍ରଦର୍ଶନି ଚାଲିବ । ଏହି ପଦର୍ଶନୀ ୩୭ ତମ ପ୍ରଦର୍ଶନୀ ହୋଇଥିବା ବେଳେ ଏଥର ଆକର୍ଷଣ ର କେନ୍ଦ୍ରବିନ୍ଦୁ ରହିଛି ଅପରେସନ ସିନ୍ଦୁର ସହ ଓଡିଆ ଅସ୍ମିତାର ଅନେକ ଝଲକ। ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିକୃତି ସହ ତିନି ରଥରେ ବିଜେ ତିନି ଠାକୁର ଲୋକଙ୍କ ମନକୁ ଜିଣୁଥିବା ବେଳେ ମାୟାପୁର ଚନ୍ଦ୍ରୋଦୟ ଇସ୍କନ ମନ୍ଦିର ପ୍ରତିକୃତି ରାଜଧାନୀବାସୀଙ୍କ ହୃଦୟ ଜିଣିଥିଲା ।

ଲିଲିୟମ, ସାଲଭିୟା, ଅର୍ଚିଡ଼, ସେବତୀ, ଡାଳିଆ ସାଙ୍ଗକୁ ଜାରବେରା, ଗେଣ୍ଡୁ, ଗୋଲାପ ଠାରୁ ଆରମ୍ଭ କରି ବିଭିନ୍ନ ବିଦେଶୀ ଫୁଲରେ ସଜେଇ ହୋଇଥିଲା ପୁଷ୍ପ ପ୍ରଦର୍ଶନୀ ।
ଲିଲିୟମ, ସାଲଭିୟା, ଅର୍ଚିଡ଼, ସେବତୀ, ଡାଳିଆ ସାଙ୍ଗକୁ ଜାରବେରା, ଗେଣ୍ଡୁ, ଗୋଲାପ ଠାରୁ ଆରମ୍ଭ କରି ବିଭିନ୍ନ ବିଦେଶୀ ଫୁଲରେ ସଜେଇ ହୋଇଥିଲା ପୁଷ୍ପ ପ୍ରଦର୍ଶନୀ । (ETV BHARAT ODISHA)

ଏହାସହ ଅର୍କ କ୍ଷେତ୍ରର ଚକ୍ର ସହ ଅଲିଭର ବଂଶକୁ ସଂରକ୍ଷିତ ଓ ସୁରକ୍ଷିତ ପାଇଁ ସଚେତନତା କରାଉଛି ଏହି ପ୍ରଦର୍ଶନୀ । ଏଥର ନୂଆ କରି ହୋଇଥିବା ବଂଶିକା ଗାର୍ଡେନ ଓ ମ୍ୟୁଜିକ ଫାଉଟେନକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଥିବା ବେଳେ ଏହା ମଧ୍ୟ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଚଳିତ ବର୍ଷ ଓଡ଼ିଆ ସଂସ୍କୃତି ପରମ୍ପରାର ଝଲକକୁ ନେଇ ସ୍ୱାଗତଠାରୁ ଆରମ୍ଭ କରି ଏକାମ୍ର ପାର୍କ ସାରା ବିଭିନ୍ନ ପ୍ରକାର ମନୋରମ ଫ୍ଳୋରାଲ କଳାକୃତି ଲୋକଙ୍କୁ ବେଶ ଆକର୍ଷିତ କରିଛି । ଏହାକୁ ନେଇ ପୁଷ୍ପ ପ୍ରଦର୍ଶନୀର ପ୍ରଥମ ଦିନରେ ହିଁ ରାଜଧାନୀବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ପୁଷ୍ପର ପର୍ବକୁ ନେଇ ଭୁବନେଶ୍ୱର ଆରମ୍ଭ ହୋଇଛି ବାର୍ଷିକ ପୁଷ୍ପ ପଦର୍ଶନୀ ।
ପୁଷ୍ପର ପର୍ବକୁ ନେଇ ଭୁବନେଶ୍ୱର ଆରମ୍ଭ ହୋଇଛି ବାର୍ଷିକ ପୁଷ୍ପ ପଦର୍ଶନୀ । (ETV BHARAT ODISHA)

ଖାଲି ସେତିକି ନୁହେଁ, ପୁରୁଣା ଗୀତର ଧୂନ ସାଙ୍ଗକୁ ଫାଉଣ୍ଟେନର ମଜା ଏବଂ ତା ସହିତ ଫୁଲର ଗନ୍ତାଘର ଏଠାରେ ରହିଥିବା ବେଳେ ଫୁଲରେ ଅପରେସନ ସିନ୍ଦୁର, ପୁରୀ ଜଗନ୍ନାଥ ମନ୍ଦିର, ଗ୍ରୀନ ସିଟି ଭୁବନେଶ୍ୱର ପ୍ରତିଛବି, ଏକ ପେଡ୍ ମା' କେ ନାମ ଭଳି ଥିମ ସବୁ ଛୋଟ ଶିଶୁ ଓ ସ୍କୁଲ ପିଲାଙ୍କର ବି ମନ ମୋହିଥିଲା । ଆଉ ଏହି କାରୁକାର୍ଯ୍ୟ ମାଧ୍ୟମରେ ପିଲାମାନେ ଅନେକ କିଛି କଥା ଜାଣିବାକୁ ପାଇଥିଲେ । ଏନେଇ ପିଲାଠୁ ବୟସ୍କ ଏହା ଭିତରେ ମଜି ଯାଇଥିଲେ ସଭିଏଁ । କିଏ ସେଲ୍ଫି ନେବାରେ ବ୍ୟସ୍ତ ଥିଲା ତ ପୁଣି କିଏ ନିଜ ଘର ପାଇଁ କିଣି ନେଉଥିଲେ ଫୁଲ ଗଛ ସାଙ୍ଗକୁ ବିଭିନ୍ନ ଚାରା।

ପ୍ରଦର୍ଶନୀରେ ଗୋଟିଏ ସ୍ଥାନରେ ଥିଲା ଭଳିକି ଫୁଲର ସମ୍ଭାର ।
ପ୍ରଦର୍ଶନୀରେ ଗୋଟିଏ ସ୍ଥାନରେ ଥିଲା ଭଳିକି ଫୁଲର ସମ୍ଭାର । (ETV BHARAT ODISHA)

ଚକିତ ବର୍ଷ ଏହି ପ୍ରଦର୍ଶନୀ ଭୁବନେଶ୍ୱରବାସୀଙ୍କୁ ନିଆରା ଏକ ଅନୁଭୂତି ଦେବାସହ ପୂରା ସହରକୁ ଫୁଲର ମହକରେ ସଜେଇ ଥିବାରୁ ସମସ୍ତେ ବେଶ ମଜା ନେବା ସହ ଅନ୍ୟମାନଙ୍କୁ ବି ଆମନ୍ତ୍ରଣ କରିଥିଲେ ଫୁଲର ସମ୍ଭାରକୁ ନେଇ ଆରମ୍ଭ ହୋଇଥିବା ଏହି ନିଆରା ପ୍ରଦର୍ଶନୀକୁ । ଯାହା ବେଶ ଚିତାକର୍ଷକ ଓ ମନୋରମ ରହିଥିଲା । ଯିଏ ବି ଯାଉଥିଲା ଏହି ସୁନ୍ଦର ପ୍ରକୃତି ଘେରା ଭୂ ସ୍ଵର୍ଗରେ ଟିକିଏ ଅଟକିଯାଉଥିଲା । ଆଉ ଭକିକି ଭଳି ରଙ୍ଗର ସଜିତ ଫୁଲର ପ୍ରସ୍ତୁତ ଏହି ସ୍ବର୍ଗୀୟ ପଦର୍ଶନୀକୁ ଦେଖି ବେଶ ଖୁସି ହେଉଥବା ବେଳେ ଫୁଲ ସହ ଟିକିଏ ସ୍ମୃତିକୁ ସାଉଁଟି ଦୁଃଖକୁ ଭୁଲିଯାଉଥିବା କହିଛନ୍ତି ରାଜଧାନୀବାସୀ । ଏପରିକି ଫୁଲ ପ୍ରତି ସାଧାରଣରେ ଆକର୍ଷଣ ଆରମ୍ଭରୁ ରହିଛି । ତେଣୁ ଶୀତ ଋତୁରେ ଜଙ୍ଗଲ ପରିବେଶ ମଧ୍ୟରେ କରାଯାଉଥିବା ଏଭଳି ପ୍ରଦର୍ଶନୀ ସମସ୍ତଙ୍କୁ ବୁଲିବାର ଖୋରାକ ଯୋଗାଇଛି ।

ରାଜଧାନୀ ଏକାମ୍ର ପାର୍କରେ ଫୁଲର ସମ୍ଭାର ସହ ବିଭିନ୍ନ ପ୍ରକାର ସାମାଜିକ ସଚେତନତାର ଥିମକୁ ନେଇ ଆରମ୍ଭ ହୋଇଛି ପୁଷ୍ପ ପ୍ରଦର୍ଶନୀ।
ରାଜଧାନୀ ଏକାମ୍ର ପାର୍କରେ ଫୁଲର ସମ୍ଭାର ସହ ବିଭିନ୍ନ ପ୍ରକାର ସାମାଜିକ ସଚେତନତାର ଥିମକୁ ନେଇ ଆରମ୍ଭ ହୋଇଛି ପୁଷ୍ପ ପ୍ରଦର୍ଶନୀ। (ETV BHARAT ODISHA)
ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଏଭଳି ପୁଷ୍ପ ପ୍ରଦର୍ଶନିର ଆୟୋଜନ କରାଯାଇଥାଏ । ଏଥର 65ଟି ଗାର୍ଡେନ ଷ୍ଟଲ୍ ସାଙ୍ଗକୁ 40ଟି ନର୍ସରୀ ଏବଂ ଅନେକ ଥିମକୁ ନେଇ ପ୍ରଦର୍ଶନୀ କରାଯାଇଛି । ଯେଉଁଥିରେ ଗାର୍ଡେନ କରିବାର ସମସ୍ତ ସାମଗ୍ରୀ ଉପଲବ୍ଧ ହେଉଛି । ପ୍ରଦର୍ଶନୀରେ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଏକ ଏମଓୟୁ ସ୍ଵାକ୍ଷର କରିବା ସହ ଅର୍କିଡ ଚାଷ ଏବଂ ତାର ପଦ୍ଧତି ଏବଂ ପ୍ରଣାଳୀ ସମ୍ବନ୍ଧିତ ଏକ ପୁସ୍ତକର ଉନ୍ମୋଚନ କରାଯାଇଛି ।
ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ଯାଏଁ ତିନିଦିନ ଧରି ଏହି ପୁଷ୍ପ ପ୍ରଦର୍ଶନି ଚାଲିବ।
ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ଯାଏଁ ତିନିଦିନ ଧରି ଏହି ପୁଷ୍ପ ପ୍ରଦର୍ଶନି ଚାଲିବ। (ETV BHARAT ODISHA)

ରାଜ୍ୟକୁ ସବୁଜ ବନାନୀରେ ଗଢ଼ି ତୋଳିବା ପାଇଁ ମନ୍ତ୍ରୀ ୧୫୦ କୋଟି ଟଙ୍କାର ଏକ ରିଜିଓନାଲ ପ୍ଲାଣ୍ଟ କେନ୍ଦୁଝରରେ କରାଯିବ ବୋଲି ବଡ଼ ଘୋଷଣା କରିଛନ୍ତି । ଏନେଇ ଡିପିଆର୍ ପ୍ରସ୍ତୁତ ହୋଇଯାଇଛି ଓ ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି କହିଛନ୍ତି । କେନ୍ଦୁଝରର ସାନ ଘାଗରା ପାଖରେ ଏନେଇ ୭୦ ଏକର ଜାଗା ଚିହ୍ନଟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପରିବେଶ ସନ୍ତୁଳନ ସହ ଗୋଚର ଜମିକୁ ଶସ୍ୟ ଶ୍ୟାମଳା କରିବା ପାଇଁ ସରକାର ବିଭିନ୍ନ ସ୍ଥାନରେ ଆରପିଆରସି କରିବାର ଯୋଜନା କରିଥିବା ବେଳେ ପ୍ରଥମେ କେନ୍ଦୁଝରରେ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଆବଶ୍ୟକତାକୁ ନଜରରେ ରଖି କରାଯିବ ବୋଲି କହିଛନ୍ତି ।

ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ଯାଏଁ ତିନିଦିନ ଧରି ଏହି ପୁଷ୍ପ ପ୍ରଦର୍ଶନି ଚାଲିବ।
ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ଯାଏଁ ତିନିଦିନ ଧରି ଏହି ପୁଷ୍ପ ପ୍ରଦର୍ଶନି ଚାଲିବ। (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ: ମନ ମୋହୁଛି ୫୦୦ରୁ ଊର୍ଦ୍ଧ୍ବ ପ୍ରଜାତିର ଦେଶୀ ବିଦେଶୀ ଫୁଲ

ଏହା ମଧ୍ୟ ପଢ଼ନ୍ତୁ- Flower Exhibition: ଏକାମ୍ର କ୍ଷେତ୍ରରେ ରଙ୍ଗବେରଙ୍ଗ ଫୁଲର ସମ୍ଭାର, ମହକି ଉଠିଲା ଚତୁର୍ଦ୍ଦିଗ

ଇଟିଭି ଭାରତ, ଭୁବନେଶ୍ବର