ETV Bharat / state

ଉତ୍କେଲାରୁ ଭୁବନେଶ୍ଵର ଏଣିକି ମାସ ତମାମ ଉଡ଼ିବ ବିମାନ: ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ

କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ଵରକୁ ଏଣିକି ସପ୍ତାହର ସବୁଦିନ ୨ଟି ବିମାନ ଉଡ଼ିବ । ରିପୋର୍ଟ- ଅଜିତ ଦାସ

Flights from Utkela to Bhubaneswar will operate throughout the month from now on
ଉତ୍କେଲାରୁ ଭୁବନେଶ୍ଵର ଏଣିକି ମାସ ତମାମ ଉଡ଼ିବ ବିମାନ: ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ (ETV BHARAT ODISHA)
author img

By ETV Bharat Odisha Team

Published : May 25, 2026 at 11:15 PM IST

1 Min Read
Choose ETV Bharat

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ଵରକୁ ଏଣିକି ସପ୍ତାହର ସବୁଦିନ ୨ଟି ବିମାନ ଉଡ଼ିବ । ଏ ସମ୍ପର୍କରେ ଇଣ୍ଡିଆ ଏଆର ୱାନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ବିମାନ ଭୁବନେଶ୍ଵରରୁ ସକାଳ ୫ଟା ୫୦ ମିନିଟରେ ଛାଡ଼ି ଉତ୍କେଲା ବିମାନ ବନ୍ଦରରେ ସକାଳ ୭ ଟାରେ ପହଞ୍ଚିବ । ସେହି ସମାନ ବିମାନ ଉତ୍କେଲାରୁ ସକାଳ ୭ଟା ୧୫ ମିନିଟରେ ଛାଡ଼ି ଭୁବନେଶ୍ବରରେ ୮ଟା ୧୫ ମିନିଟରେ ପହଞ୍ଚିବ । ସେହିଭଳି ଦ୍ବିତୀୟ ବିମାନ ଭୁବନେଶ୍ବରରୁ ସକାଳ ୧୧ଟା ୨୦ ମିନିଟରେ ଛାଡ଼ି ଉତ୍କେଲା ବନ୍ଦରରେ ଅପରାହ୍ନ ୧୨ଟା ୩୦ ମିନିଟରେ ପହଞ୍ଚିବ ।

ଉତ୍କେଲାରୁ ଭୁବନେଶ୍ଵର ଏଣିକି ମାସ ତମାମ ଉଡ଼ିବ ବିମାନ: ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ (ETV BHARAT ODISHA)

ସେହି ବିମାନ ପୁଣିଥରେ ଉତ୍କେଲାରୁ ଅପରାହ୍ନ ୧୨ଟା ୪୫ ମିନିଟରେ ଛାଡ଼ି ଭୁବନେଶ୍ବରରେ ୧ଟା ୫୫ ମିନିଟରେରେ ପହଞ୍ଚିବ । ଏଥିପାଇଁ ଟିକଟ୍‌ର ମୂଲ୍ୟ ଜିଏସଟି ମିଶାଇ ବ୍ୟକ୍ତି ପିଛା ୩ ହଜାର ୨୮୭ ଟଙ୍କା ରହିଛି । ଏହା ପୂର୍ବରୁ ଉତ୍କେଲାରୁ ଭୁବନେଶ୍ବରକୁ ୬ ଦିନ ବିମାନ ଉଡ଼ାଣ ହେଉଥିଲା । ହେଲେ ବର୍ତ୍ତମାନ ସପ୍ତାହକୁ ସବୁ ଦିନ ବିମାନ ଉଡ଼ିବା ଫଳରେ ଯାତ୍ରୀମାନେ ସପ୍ତାହକୁ ୭ ଦିନ ବିମାନ ସେବାର ସୁବିଧା ପାଇବେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଫଳରେ ଯାତ୍ରୀମାନେ ସପ୍ତାହକୁ ୭ ଦିନ ବିମାନ ସେବାର ସୁବିଧା ପାଇବେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଫଳରେ ଯାତ୍ରୀମାନେ ସପ୍ତାହକୁ ୭ ଦିନ ବିମାନ ସେବାର ସୁବିଧା ପାଇବେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । (ETV BHARAT ODISHA)

ଏନେଇ କଳାହାଣ୍ଡି ବାସିନ୍ଦା ଚିନ୍ମୟ ବେହେରା କହିଛନ୍ତି ଯେ, "ଭୁବନେଶ୍ୱରଠାରୁ ଉତ୍କେଲାକୁ ଯିବା ଆସିବା ପାଇଁ ଯେଉଁ ମାସ ତମାମ ଉଡ଼ାଣର ବ୍ୟବସ୍ଥା କରଯାଇଛି, ଏହା ଫଳରେ ଏଠାକାର ବ୍ୟବସାୟୀ, ଛାତ୍ରଛାତ୍ରୀ ସୁବିଧା ପାଇବା ସହ ଅଞ୍ଚଳର ଅନେକ ବିକାଶ ହୋଇପାରିବ । ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଯେ, କଳାହାଣ୍ଡିରୁ ଦିଲ୍ଲୀକୁ ଯିବା ଆସିବା ପାଇଁ ବ୍ୟବସ୍ଥା କରନ୍ତୁ ଓ 50 ସିଟ୍ ବିଶିଷ୍ଟ ଉଡା ଜାହାଜ ଯଦି ମିଳିବ ତେବେ କଳାହାଣ୍ଡିର ବିକାଶ ଆହୁରି ହେବ । ପୂର୍ବରୁ ୬ ଦିନ ଚାଲୁଥିଲା ଯେଉଁ ଗୋଟିଏ ଦିନ ବନ୍ଦ୍ ରହୁଥିଲା ସେହି ଦିନ ବି ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏବେ ୭ ଦିନ ହେବା ଦ୍ୱାରା ଲୋକେ ଅଧିକ ଲାଭ ଉଠାଇ ପାରିବେ," ବୋଲି ସେ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ଵରକୁ ଏଣିକି ସପ୍ତାହର ସବୁଦିନ ୨ଟି ବିମାନ ଉଡ଼ିବ ।
କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ଵରକୁ ଏଣିକି ସପ୍ତାହର ସବୁଦିନ ୨ଟି ବିମାନ ଉଡ଼ିବ । (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା

ଏହା ମଧ୍ୟ ପଢ଼ନ୍ତୁ- ଇବୋଲା ଭାଇରସ୍‌କୁ ନେଇ ସମୀକ୍ଷା: ଭୟଭୀତ ନହୋଇ ସଚେତନ ରହିବାକୁ ଅନୁରୋଧ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ- ତତଲା ତାୱାରେ ଭାଜି ହେଉଛି କଳାହାଣ୍ଡି ! ଜନଜୀବନ ଅସ୍ତବ୍ୟସ୍ତ

ଇଟିଭି ଭାରତ, କଳାହାଣ୍ଡି