ETV Bharat / state

ପୁଣିଥରେ ଦୁବାଇକୁ ବିମାନ ବାତିଲ: 24 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଅବଗତ କଲେ ବିମାନବନ୍ଦର କର୍ତ୍ତୃପକ୍ଷ

ସପ୍ତାହକୁ ତିନି ଦିନ ସୋମବାର, ବୁଧବାର, ଶୁକ୍ରବାର ଭୁବନେଶ୍ବରରୁ ଦୁବାଇ ଯାଇଥାଏ ବିମାନ । ଗତକାଲି ବାତିଲ କରିଥିଲା ଇଣ୍ଡିଗୋ ।

ପୁଣିଥରେ ଦୁବାଇକୁ ବିମାନ ବାତିଲ: 24 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଅବଗତ କଲେ ବିମାନବନ୍ଦର କର୍ତ୍ତୃପକ୍ଷ
ପୁଣିଥରେ ଦୁବାଇକୁ ବିମାନ ବାତିଲ: 24 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଅବଗତ କଲେ ବିମାନବନ୍ଦର କର୍ତ୍ତୃପକ୍ଷ (ETV BHARAT ODISHA)
author img

By ETV Bharat Odisha Team

Published : March 3, 2026 at 5:53 PM IST

1 Min Read
Choose ETV Bharat

ରିପୋର୍ଟ- ବିକାଶ କୁମାର ଦାସ

ଭୁବନେଶ୍ବର: ଆସନ୍ତାକାଲି ପାଇଁ ବାତିଲ ହେଲା ଦୁବାଇ ଫ୍ଲାଇଟ୍ । ଆଜି ଦୁବାଇ ଫ୍ଲାଇଟ ନାହିଁ । ସପ୍ତାହକୁ ତିନି ଦିନ ସୋମବାର, ବୁଧବାର, ଶୁକ୍ରବାର ଭୁବନେଶ୍ବରରୁ ଦୁବାଇ ଯାଇଥାଏ ବିମାନ । ଗତକାଲି ବାତିଲ କରିଥିଲା ଇଣ୍ଡିଗୋ । ଏହା ଗୋଟେ ଦିନ ପୂର୍ବରୁ ଜଣାଇ ଦିଆଯାଇଥିଲା। କୌଣସି ଯାତ୍ରୀ ହଇରାଣ ହେବା ଖବର ନାହିଁ । ଆସନ୍ତାକାଲି ପାଇଁ ଫ୍ଲାଇଟ୍ ବି ବାତିଲ କରାଯାଇଅଛି । ଯଦି ସ୍ଥିତି ସ୍ୱାଭାବିକ ରହିଲା, ଶୁକ୍ରବାର ଦୁବାଇ ଫ୍ଲାଇଟ ଚାଲି ପାରେ ବୋଲି କହିଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।

ପୁଣିଥରେ ଦୁବାଇକୁ ବିମାନ ବାତିଲ: 24 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଅବଗତ କଲେ ବିମାନବନ୍ଦର କର୍ତ୍ତୃପକ୍ଷ (ETV BHARAT ODISHA)

ଗତକାଲି ମଧ୍ୟ ଭୁବନେଶ୍ୱରରୁ ଦୁବାଇକୁ ବିମାନ ବାତିଲ ରହିଥିଲା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦଶକ୍ରମେ ଯେଉଁ ଦିନ ବିମାନ ଉଡ଼ାଣ ରହୁଛି, ତାହାର ପୂର୍ବ ଦିନ ନିଷ୍ପତି ନିଆଯାଉଛି ଯେ ବିମାନ ଉଡ଼ିବ ନା ନାହିଁ । ତେବେ ଯାତ୍ରୀମାନେ ସଠିକ ସୂଚନା ଯାଞ୍ଚ କରିବା ସହିତ ଫ୍ଲାଇଟ୍ ଅଭେଲେବୁଲ ଦେଖି ଟିକେଟ କରନ୍ତୁ ବୋଲି, ଗତକାଲି ବିମାନ ବନ୍ଦର ନିର୍ଦେଶକ ଯାତ୍ରୀମାନଙ୍କୁ ଅନୁରୋଧ କରିଥିଲେ ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଥମିବାର ନାଁ ନେଉନି । ଆଜି ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣର ଚତୁର୍ଥ ଦିନ । ସେପଟେ ଇରାନ ଆମେରିକାର ବିଭିନ୍ନ ଠିକଣା ଉପରେ ପ୍ରତିଆକ୍ରମଣ ଜାରି ରିଖିଛି । ଖାମେନିଙ୍କ ମୃତ୍ୟୁ ପରେ ମଧ୍ୟ ଇରାନ ତା’ର କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରଖିଛି । ଏହି ସମୟରେ, ଇରାନୀ ରେଡ୍ କ୍ରିସେଣ୍ଟ ସୋସାଇଟି ଗତକାଲି (ସୋମବାର) କହିଛି ଯେ, ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ଅତି କମରେ 555 ଜଣଙ୍କର ମୃତ୍ୟୁ ହୋଇଛି । ସୋସାଇଟି କହିଛି ଯେ, ଯୁଦ୍ଧରେ ଏପର୍ଯ୍ୟନ୍ତ ଇରାନର 131ଟି ସହର ପ୍ରଭାବିତ ହୋଇଛି । ଇରାନ ବର୍ତ୍ତମାନ 40 ଦିନିଆ ରାଷ୍ଟ୍ରିୟ ଶୋକ ଏବଂ ସାତ ଦିନର ଛୁଟି ପାଳନ କରୁଛି ।

ସେପଟେ ଟ୍ରମ୍ପ ଦାବି କରିଛନ୍ତି ଯେ, ଏହି ଆକ୍ରମଣରେ 48 ଜଣ ଇରାନୀ ନେତାଙ୍କ ମୃତ୍ୟୁ ହୋଇଛି, ଏବଂ ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଅନେକ ଜାହାଜ ନଷ୍ଟ ହୋଇଯାଇଛି । ଆମେରିକା ଏବଂ ଇସ୍ରାଏଲୀ ସେନା ଦୁଇ ଦିନରେ ଇରାନ ଉପରେ ହଜାରରୁ ଅଧିକ ବୋମା ପକାଇଥିବା ଦାବି କରିଛନ୍ତି । ଖାମେନିଙ୍କ ବାସଭବନ ଧ୍ୱଂସ ହୋଇଯାଇଛି ।

ପୁଣିଥରେ ଦୁବାଇକୁ ବିମାନ ବାତିଲ: 24 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଅବଗତ କଲେ ବିମାନବନ୍ଦର କର୍ତ୍ତୃପକ୍ଷ
ପୁଣିଥରେ ଦୁବାଇକୁ ବିମାନ ବାତିଲ: 24 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଅବଗତ କଲେ ବିମାନବନ୍ଦର କର୍ତ୍ତୃପକ୍ଷ (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ: ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍
ଏହା ମଧ୍ୟ ପଢ଼ନ୍ତୁ- ମଧ୍ୟପ୍ରାଚ୍ୟ ଦେଶରେ ବିଗୁଡୁଛି ସ୍ଥିତି; ପ୍ରବାସୀ ଓଡ଼ିଆଙ୍କ ପାଇଁ ପଦକ୍ଷେପ, ନୋଡାଲ ଅଧିକାରୀ ନିଯୁକ୍ତ

ଇଟିଭି ଭାରତ, ଭୁବନେଶ୍ବର