ETV Bharat / state

ଓମସା ଡାକ୍ତର ଆନ୍ଦୋଳନ ସମାଧାନ ପାଇଁ ୫ ଜଣିଆ ହାଇପାୱାର କମିଟି ଗଠିତ, ଦାୟିତ୍ବ ନେବେ ଅର୍ଥ ସଚିବ

ଓମସା ଡାକ୍ତର ଆନ୍ଦୋଳନ ଦିଗରେ ବଡ଼ ପଦକ୍ଷେପ ନେଲେ ସରକାର । ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ହାଇ ପାୱାର କମିଟି ଗଠନ କରାଯାଇଛି ।

Five member high power committee under Finance Secretary to resolve OMSA doctors agitation
ଓମସା ଡାକ୍ତର ଆନ୍ଦୋଳନ ସମାଧାନ ପାଇଁ ୫ ଜଣିଆ ହାଇପାୱାର କମିଟି ଗଠିତ, ଦାୟିତ୍ବ ନେବେ ଅର୍ଥ ସଚିବ (ETV Bharat Odisha)
author img

By ETV Bharat Odisha Team

Published : July 8, 2026 at 7:24 AM IST

1 Min Read
Choose ETV Bharat

ଭୁବନେଶ୍ବର: ସରକାରଙ୍କ ସହିତ ଆଲୋଚନା ପରେ ଓମସା ଡାକ୍ତର ଆନ୍ଦୋଳନ ସ୍ଥଗିତ ରହିଥିଲା । ବର୍ତ୍ତମାନ ଓମସା ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଦ୍ବାରା ପ୍ରତିଶୃତି ଦିଆଯାଇଥିବା ହାଇ ପାୱାର କମିଟି ଗଠିତ ହୋଇଛି । ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । ଏହି କମିଟିରେ 5 ଜଣ ସଦସ୍ୟ ରହିଥିବା GA & PG, ଆଇନ, ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରହିଛନ୍ତି ।


ଏହି କମିଟିରେ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ (GA & PG) ବିଭାଗର ସଚିବ, ଆଇନ ବିଭାଗର ସଚିବ, ସ୍ୱାସ୍ଥ୍ୟ ବିଭାଗର ସଚିବ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ସଦସ୍ୟ ଭାବେ ରହିଛନ୍ତି । କମିଟି ଓମସା ପକ୍ଷରୁ ଉଠାଯାଇଥିବା ବିଭିନ୍ନ ଦାବି ଏବଂ ସେବାଗତ ସମସ୍ୟାର ସମୀକ୍ଷା କରି ସରକାରଙ୍କୁ ସୁପାରିସ ଦେବ । ଡାକ୍ତରମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ଉପରେ କମିଟି ଗୁରୁତ୍ୱ ଦେବ ବୋଲି ଜଣାପଡ଼ିଛି ।


ସୂଚନା ଅନୁଯାୟୀ, ରାଜ୍ୟରେ ଡାକ୍ତର ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଥିବା ବେଳେ, ଏହି ହାଇ ପାୱାର କମିଟି ଗଠନକୁ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । ବର୍ତ୍ତମାନ କମିଟିର ସୁପାରିସ ଓ ପରବର୍ତ୍ତୀ ସରକାରୀ ନିଷ୍ପତ୍ତି ଉପରେ ଓମସା ଡାକ୍ତରଙ୍କ ଆନ୍ଦୋଳନର ଭବିଷ୍ୟତ ନିର୍ଭର କରିବ ।

ଆନ୍ଦୋଳନରତ ଡାକ୍ତରଙ୍କ ମୁଖ୍ୟ ଦାବି:
୧) Level 15 pay scale ଉଚ୍ଛେଦ
୨) ସମସ୍ତ ଗ୍ରେଡର ସମାନୁପାତିକ କ୍ୟାଡର ପୁନର୍ଗଠନ
୩) ସୁପର ସ୍ପେଶାଲିଷ୍ଟ, ବିଶେଷଜ୍ଞ, ଡିପ୍ଲୋମା, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ, ପୋଷ୍ଟମୋର୍ଟମ ଭତ୍ତା ଏବଂ OMHS ଏବଂ OMES କ୍ୟାଡରକୁ ସମାନ PBI
୪) KBK, KBK+ ଏବଂ TSP କ୍ଷେତ୍ରରେ 3 ବର୍ଷର ଏକଜିଟ୍ ନୀତି କାର୍ଯ୍ୟକାରୀ
୫) ଦନ୍ତ କ୍ୟାଡରମାନଙ୍କୁ DACP, ବିଶେଷଜ୍ଞ ଭତ୍ତା, ପୁନର୍ଗଠନ ଏବଂ PBI ପ୍ରଦାନ
୬) ଭୁବନେଶ୍ୱର ବିସ୍ତାରିତ ଆବଶ୍ୟକତା ଅନୁଯାୟୀ କେବଳ ଲୋକଙ୍କ ସୁବିଧା ପାଇଁ OMHS କ୍ୟାଡର ନିର୍ମାଣ
୭) ନିୟମିତ ବାର୍ଷିକ OPSC ନିଯୁକ୍ତି ଏବଂ DPCl
୮) ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭିତରେ ଡାକ୍ତରଙ୍କ ସୁରକ୍ଷା
୯) ଆଡହକ୍ ଡାକ୍ତରଙ୍କୁ ନିୟମିତ କରିବା ଏବଂ DACP ପାଇଁ ଆଡହକ୍ ଏବଂ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ସେବା ଅବଧି ଅନ୍ତର୍ଭୁକ୍ତ କରିବା
୧୦) ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା