ETV Bharat / state

ମାଛ ବ୍ୟବସାୟୀଙ୍କ ସହଯୋଗୀକୁ ନିର୍ମମ ହତ୍ୟା, ଚଉରା ମୂଳରୁ ମିଳିଲା ମୃତଦେହ

କଟକରେ ହତ୍ୟା । ମାଛ ଦୋକାନରେ କାମ କରୁଥିବା ବ୍ୟକ୍ତିଙ୍କୁ ବୀଭତ୍ସ ହତ୍ୟା । ବାଦାମବାଡି ପୋଲିସର ତଦନ୍ତ ଆରମ୍ଭ । ହତ୍ୟାର କାରଣ ଅସ୍ପଷ୍ଟ ।

Cuttack Murder
ମାଛ ବ୍ୟବସାୟୀଙ୍କ ସହଯୋଗୀକୁ ଅତି ନିର୍ମମ ଭାବରେ ହତ୍ୟା (ETV Bharat Odisha)
author img

By ETV Bharat Odisha Team

Published : January 11, 2026 at 3:37 PM IST

1 Min Read
Choose ETV Bharat

Cuttack Murder କଟକ: କଟକ ସହରରେ ବୀଭତ୍ସ ହତ୍ୟାକାଣ୍ଡ । ଖାନନଗର ନଦୀ ବନ୍ଧ ରାସ୍ତାକଡ଼ରୁ ଏକ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତବ୍ୟକ୍ତି ହେଲେ 50 ବର୍ଷୀୟ ପପୁ ଦାସ । ସେ ମାଛ ଦୋକାନରେ ରହି କାମ କରି ଆସୁଥିଲେ । ଆଜି(ରବିବାର) ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପାରିପାର୍ଶ୍ବିକ ସ୍ଥିତିରୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ବାଦାମବାଡ଼ି ଥାନା ପୋଲିସ ।

ମାଛ ବ୍ୟବସାୟୀଙ୍କ ସହଯୋଗୀକୁ ଅତି ନିର୍ମମ ଭାବରେ ହତ୍ୟା (ETV Bharat Odisha)

ତୁଳସୀ ଚଉରା ମୂଳରୁ ରକ୍ତାକ୍ତ ମୃତଦେହ ଉଦ୍ଧାର:

ଆଜି(ରବିବାର) ସକାଳ ଠିକ ୭ଟା ସମୟରେ ଖାନ ନଗର ନଦୀବନ୍ଧ ରାସ୍ତାର ଏକ ତୁଳସୀ ଚଉରା ନିକଟରେ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହା ପରେ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Cuttack Murder
ପୋଲିସ ଭ୍ୟାନ (ETV Bharat Odisha)

ହତ୍ୟା ପଛରେ ରହିଛି କି ଏସବୁ କାରଣ ?


ମୃତକ ଜଣଙ୍କ ହେଉଛନ୍ତି ପୁରୀଘାଟ ଥାନା ଅଞ୍ଚଳର ପପୁ ଦାସ । ମୃତ ପପୁ ଖାନ ନଗର ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ହେବ ମାଛ ଦୋକାନରେ କାର୍ଯ୍ୟ କରି ଆସୁଥିବା ବେଳେ ଏହି ଅଞ୍ଚଳରେ ହିଁ ରହି ଆସୁଥିଲେ । ତେବେ ଗତକାଲି(ଶନିବାର) ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପପୁ ଦାସଙ୍କ କାହା ସହ ବ୍ୟକ୍ତିଗତ ଶତ୍ରୁତା ନଥିଲା । ତେବେ ନିଶାଶକ୍ତ ଅବସ୍ଥାରେ କେହି ହତ୍ୟା କରିଥିବେ ବୋଲି ପୋଲିସ ସନ୍ଦେହ କରୁଛି ।

Cuttack Murder
ପୋଲିସର ତଦନ୍ତ ଜାରି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:
ଶବ ସତ୍କାର ପାଇଁ ଆସିଥିଲେ ସ୍ବର୍ଗଦ୍ବାର, ନିଜେ ହୋଇଗଲେ ଶବ

ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ପରିବାର ଆଣିଲା ଦୁଷ୍କର୍ମ-ହତ୍ୟା ଅଭିଯୋଗ

ଆନ୍ତଃରାଜ୍ୟ ପୁଞ୍ଜି ନିବେଶ ସ୍କାମ୍ ପର୍ଦ୍ଦାଫାସ, ବ୍ୟାଙ୍କ କର୍ମଚାରୀଙ୍କ ସମେତ ୭ ଗିରଫ

ତଦନ୍ତ ଜାରି:

ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି ବାଦାମ ବାଡ଼ି ଥାନା ପୋଲିସ । ଫରେନ୍ସିକ ଟିମ ମଧ୍ୟ ଘଟଣାର ତଦନ୍ତ କରିବା ସହ ହତ୍ୟାକାଣ୍ଡ ସ୍ଥଳରେ ପଡ଼ିଥିବା ସମସ୍ତ ଜିନିଷକୁ ଜବତ କରାଯାଇଛି । ଏନେଇ ଜୋନ-2 ଏସିପି ଅଶୋକ କୁମାର ଗିରି କହିଛନ୍ତି, ‘ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଖବର ପାଇଥିଲୁ । ସିସିଟିଭି ଫୁଟେଜ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛୁ । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।’

ଇଟିଭି ଭାରତ, କଟକ