ETV Bharat / state

47 ବର୍ଷ ପରେ ଦୋଳ ଯାତ୍ରାକୁ ପ୍ରଭାବିତ କଲା ଚନ୍ଦ୍ରଗ୍ରହଣ; ଗର୍ଭବତୀମାନେ କେମିତି ମାନିବେ, ଜାଣନ୍ତୁ

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଜାଣନ୍ତୁ କେତେବେଳେ ଲାଗୁଛି । କେତେବେଳେ ଛାଡୁଛି ।

LUNAR ECLIPSE
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ (ETV GFX)
author img

By ETV Bharat Odisha Team

Published : March 3, 2026 at 12:31 AM IST

2 Min Read
Choose ETV Bharat

ରିପୋର୍ଟ- ନାରାୟଣ ସାହୁ

କଟକ: ଦୀର୍ଘ 47 ବର୍ଷ ପରେ ଦୋଳଯାତ୍ରାକୁ ପ୍ରଭାବିତ କରିଛି ଚନ୍ଦ୍ର ଗ୍ରହଣ । ପ୍ରତ୍ୟକ ବର୍ଷ ପୂର୍ଣ୍ଣମୀ ଦିନରେ ହିଁ ଦୋଳଯାତ୍ରା ପାଳନ କରାଯାଏ । ମାତ୍ର ଚଳିତବର୍ଷ ଚନ୍ଦ୍ର ଗ୍ରହଣ ପଡ଼ୁ ଥିବାରୁ ଏହି କାର୍ଯ୍ୟକୁ ଦିନକ ପୂର୍ବରୁ କରାଯାଇଛି । ବିଶେଷକରି ଗତକାଲି କଟକ ସହରରେ ଦୋଳଯାତ୍ରା ପାଳନ କରାଯାଇଥିଲା । ଆବଶ୍ୟ ଏହି ପର୍ବକୁ ଗୋଟିଏ ସପ୍ତାହ ଧରି ସହରବାସୀ ପାଳନ କରିଛନ୍ତି । ମାତ୍ର ପୂର୍ଣ୍ଣମୀ ଦିନ ଅର୍ଥାତ ଆଜି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଦିନକ ପୂର୍ବରୁ ଏହାକୁ ପାଳନ କରାଯାଇଛି । ଗତକାଲି ସହରର ଶତାଧିକ ଦୋଳ ବିମାନ ସାହି ସାହି ପରିକ୍ରମା କରିବା ସହ ଗୋଟିଏ ସ୍ଥାନରେ ଏକାଠି ହୋଇ ଦୋଳ ଗୋବିନ୍ଦ ପୂଜା ପାଇଥିଲେ ।

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ (ETV Bharat Odisha)
କହିବାକୁ ଗଲେ ବିଭିନ୍ନ ସାହି ବସ୍ତକୁ ନେଇ ଗଢି ଉଠିଥିବା କଟକ ସହରରେ ଆଜି ବି ବଞ୍ଚି ରହିଛି ବହୁ ପୁରୁଣା ପରମ୍ପରା । ସେଗୁଡିକ ମଧ୍ୟରୁ ଦୋଳଯାତ୍ରା ହେଉଛି ଅନ୍ୟତମ । ଆଧୁନିକତାର ଛାପରେ, ଆଜି ବି ବଦଳିନି ସଂସ୍କୃତି, ହଜିଯାଇନି ପରମ୍ପରା । ଆଜି ବି ସେହି ପରମ୍ପରା ଅନୁଯାୟୀ କଟକରେ ଦୋଳ ମେଲଣ କରାଯାଉଛି । ଏବେବି ପୂର୍ବଭଳି ବିମାନକୁ କାନ୍ଧରେ ବୋହି ସାହି ପରିକ୍ରମା କରାଯାଉଛି।ଯଦିଓ କିଛି ପରମ୍ପରାକୁ ଆମେ ପାସୋରି ଗଲେଣି ତଥାପି ଅନେକ ପ୍ରଥା ଯାହା କି ଏବେବି ଇଜ୍ଜୀବିତ ରହିଛି । ସହରରେ ଦୋଳଯାତ୍ରା ପରମ୍ପରା ବହୁ ପୁରୁଣା । ଜଗନ୍ନାଥ ସଂସ୍କୃତିର ପ୍ରମୁଖ ପର୍ବ ଦୋଳଯାତ୍ରା ସହରର ବିଭିନ୍ନ ସାହିରେ ଶହଶହ ବର୍ଷ ଧରି ପାଳିତ ହୋଇ ଆସୁଅଛି । କୁହାଯାଏ ରାଜା ପ୍ରତାପ ଗୁଦ୍ର ଦେବଙ୍କ ଅମଳରୁ କଟକରେ ୭୨ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ଦୋଳ ମେଲଣ ଅନୁଷ୍ଠିତ ହେଉଛି ।୧୦୦୦ ବର୍ଷ ପୂର୍ବରୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ କଟକ ଆସିଥିଲେ ସେତେବେଳେ ତାଙ୍କୁ ସ୍ବାଗତ କରିବାକୁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳ ଗଡଗଡ଼ିଆ ଘାଟ ଯାଇଥିଲେ । କୁହାଯାଏ ୭୨ ସଂକୀର୍ତ୍ତନ ମଣ୍ଡଳୀ ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେବେଠାରୁ କଟକ ଦୋଳ ମେଲଣରେ ୭୨ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହେଉଛନ୍ତି । ପରବର୍ତ୍ତୀ ସମୟରେ ଏହାକୁ ୪ ଟି ଦିଗରେ ଭାଗ କରାଗଲା।ଶଙ୍ଖ, ଚକ୍ର,ଗଦା ଏବଂ ପଦ୍ମ। ଏହି କ୍ରମରେ ୨୫,୨୨,୧୯ ଓ ୧୬ ଭାଗ ରେ ଏହାକୁ ବିଭକ୍ତ କରି ସଂକୀର୍ତ୍ତନ ମଣ୍ଡଳୀ ଗୁଡିକୁ ନାମିତ କରାଗଲା।ବର୍ତ୍ତମାନ ଏହି ୪ ଦିଗ ଭାଗ ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ସହର ରେ ଅଲଗା ଅଲଗା ସଂକୀର୍ତ୍ତନ କରୁଥିଲେ ବି ପୂର୍ଣ୍ଣମୀ ଦିନ ଏକତ୍ରିତ ହେବାର ପରମ୍ପରା ଯାହାକି ଏବେବି ବଜାୟ ରହିଛି।ଆଜି ଗ୍ରହଣ ପଡ଼ୁ ଥିବାରୁ ସକାଳ 6.20ରୁ ପାକ ତ୍ୟାଗ ଓ ଦେବ ନୀତି ସମାପନ କରାଯିବ । ଦିନ 3 ଟା 15 ମନିଟ 20 ସେକେଣ୍ଡ ରେ ଚନ୍ଦ୍ର ରେ ଗ୍ରହଣ ସ୍ପର୍ଶ ହେବେ । ସନ୍ଧ୍ୟା 5 ଟା 54 ମିନିଟ 13 ସେକେଣ୍ଡରେ ଚନ୍ଦ୍ର ଗ୍ରହଣର ମଧ୍ୟମ ପ୍ରଭାବ ରହିବ ଏବଂ 6 ଟା 47 ମିନିଟ 18 ସେକେଣ୍ଡ ରେ ସର୍ବମୋକ୍ଷ ହେବ । ଏହା ପରେ ସମସ୍ତ ଦେବନୀତି କାର୍ଯ୍ୟ କରାଯିବ । ଏହି ଗ୍ରହଣ ସମୟରେ କୌଣସି ବୃଦ୍ଧ, ଶିଶୁ, ରୋଗୀଙ୍କ ପାଇଁ କୌଣସି ବାରଣ ନାହିଁ ।

ତେଵେ ଗର୍ଭବତୀ ମା ମାନେ ସତର୍କ ରହିବାକୁ ପଡିବ । ବିଶେଷକରି ଗ୍ରହଣ ଦିନ କୋଳରେ ଗୋଟିଏ ନଡ଼ିଆ ରଖି ବିଷ୍ଣୁଙ୍କୁ ସ୍ମରଣ କରିବେ । ତେଵେ ଗ୍ରହଣ ପରେ ଏହି ନଡ଼ିଆକୁ କୌଣସି ଭାସମାନ ନଦୀରେ ଭାସମାନ କରିବା ଉଚିତ ବୋଲି ପଣ୍ଡିତ ହିମାଂଶୁ ଭୂଷଣ ରଥ ଶର୍ମା ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ମାର୍ଚ୍ଚ 3ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଓ କିପରି ଦେଖିବେ ?




ଇଟିଭି ଭାରତ, କଟକ