ETV Bharat / state

ଜିରୋନାଇଟ ପାଇଁ ପୁରୀର ସମସ୍ତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାଧ୍ୟତାମୂଳକ

ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି ।

fire safety review meeting for zero night and new year in Badardand Fire Station
ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି (ETV BHARAT ODISHA)
author img

By ETV Bharat Odisha Team

Published : December 27, 2025 at 5:33 PM IST

3 Min Read
Choose ETV Bharat

ପୁରୀ: ଜିରୋନାଇଟ ଓ ନୂତନ ବର୍ଷ ୨୦୨୬ ଅବସରରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ । ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ବଡଦାଣ୍ଡ ସ୍ଥିତ ଅଗ୍ନିଶମ କେନ୍ଦ୍ରର ଏକ ବିସ୍ତୃତ ସମୀକ୍ଷା କରାଯାଇଛି। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟତଃ ବଡଦାଣ୍ଡ, ଶ୍ରୀମନ୍ଦିର ଚାରିପାଖ, ଚାରିଦ୍ୱାର, ମୁଖ୍ୟ ଭକ୍ତ ଚଳାଚଳ ମାର୍ଗ ଓ ଜନସମାଗମ ଅଧିକ ଥିବା ସ୍ଥାନଗୁଡ଼ିକରେ ଅଗ୍ନିଜନିତ ଦୁର୍ଘଟଣା ପ୍ରତିରୋଧ ଓ ଆପାତକାଳୀନ ସେବା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

fire safety review meeting for zero night and new year in Badardand Fire Station (ETV BHARAT ODISHA)

ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା:

ସମୀକ୍ଷା ସମୟରେ ଅଗ୍ନିଶମ କେନ୍ଦ୍ରର ଉପଲବ୍ଧ ଯାନବାହନ, ଅଗ୍ନିନିର୍ବାପକ ଉପକରଣ, ଜଳସ୍ରୋତ, ଆପାତକାଳୀନ ସହାୟତା ବ୍ୟବସ୍ଥା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତାକୁ ନିକଟରୁ ଦେଖିଥିଲେ। ଅଗ୍ନିଶମ କର୍ମଚାରୀମାନଙ୍କୁ ସଦା ସଚେତନ ଓ ସତର୍କ ରହିବା ସହ ଯେକୌଣସି ଆପାତକାଳୀନ ପରିସ୍ଥିତିକୁ ତୁରନ୍ତ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୀ ଏସପି ପ୍ରତୀକ ସିଂହ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଜଣାଇଥିଲେ। ନୂତନ ବର୍ଷ ଉତ୍ସବ ସମୟରେ ହୋଟେଲ, ଲଜ୍, ଧର୍ମଶାଳା, ବଜାର ଅଞ୍ଚଳ, ଆଲୋକସଜ୍ଜା ଥିବା ସ୍ଥାନ ଓ ଭିଡ଼ ଅଧିକ ଥିବା ଅଞ୍ଚଳଗୁଡ଼ିକରେ ଅଗ୍ନିସୁରକ୍ଷା ନିୟମକୁ କଡାକଡି ପାଳନ କରାଯିବ ବୋଲି ସୂଚନା ଦିଆଯାଇଥିଲା।

ନୂତନ ବର୍ଷ ପାଇଁ ପୁରୀ ପୋଲିସ ପ୍ରସ୍ତୁତ:

ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି
ଜିରୋନାଇଟ ପାଇଁ ପୁରୀର ସମସ୍ତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାଧ୍ୟତାମୂଳକ (ETV BHARAT ODISHA)

ସେହିପରି ପୋଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ପୌର ପ୍ରଶାସନ ମଧ୍ୟରେ ଆନ୍ତଃବିଭାଗୀୟ ସମନ୍ୱୟକୁ ଆହୁରି ମଜବୁତ କରିବାକୁ ଜୋର ଦିଆଯାଇଥିଲା। ଆପାତକାଳୀନ ସ୍ଥିତିରେ ତ୍ୱରିତ ସୂଚନା ଓ ରେସପନ୍ସ ପାଇଁ ଏକ ସୁସ୍ପଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୀ ପୋଲିସ ପକ୍ଷରୁ ସାଧାରଣ ଜନସାଧାରଣ, ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରାଯାଉଛି ଯେ ନୂତନ ବର୍ଷ ଉତ୍ସବ ସମୟରେ ସମସ୍ତ ସୁରକ୍ଷା ନିୟମ ମାନିବେ, ପ୍ରଶାସନଙ୍କ ସହ ସହଯୋଗ କରିବେ ଓ କୌଣସି ସନ୍ଦେହଜନକ କିମ୍ବା ଆପାତକାଳୀନ ପରିସ୍ଥିତି ଦେଖିଲେ ତୁରନ୍ତ ପୋଲିସ କିମ୍ବା ଅଗ୍ନିଶମ ବିଭାଗକୁ ସୂଚନା ଦେବେ। ପୁରୀ ପୋଲିସ ଆସନ୍ତା ଜିରୋ ନାଇଟ ଓ ନୂତନ ବର୍ଷ ୨୦୨୬ ଅବସରରେ ସହରରେ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ପରିବେଶ ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।

ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି
ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି (ETV BHARAT ODISHA)

'ହୋଟେଲରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବା ଦରକାର'

ପୁରୀକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ କୁହନ୍ତି, "ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବହୁତ ଭକ୍ତ ଓ ପର୍ଯ୍ୟଟକମାନେ ପୁରୀ ଆସିବେ। ସେମାନଙ୍କ ସୁରକ୍ଷା ଉପରେ ପୋଲିସ ସତର୍କ ରହିବା ଉଚିତ୍। ଅନେକ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଏହାକୁ କଡାକଡି ଯାଞ୍ଚ କରାଯାଇ ସବୁ ହୋଟେଲରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବା ଦରକାର। ପର୍ଯ୍ୟଟକଙ୍କ ଯୋଗୁ ପୁରୀର ପର୍ଯ୍ୟଟନ ଶିଳ୍ପର ଉନ୍ନତି ଘଟୁଛି। ଏଣୁ ହୋଟେଲରେ ପର୍ଯ୍ୟଟକଙ୍କ ସୁରକ୍ଷା ହେଉଚି ମୁଖ୍ୟ ପ୍ରସଙ୍ଗ। ମୁଁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରୁଛି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସବୁ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଉ। ଯେଉଁ ମାନେ ଖିଲାପ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। "

ଜିରୋ ନାଇଟ ପାଇଁ ସମସ୍ତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ:

ଜିରୋନାଇଟ ପାଇଁ ପୁରୀର ସମସ୍ତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାଧ୍ୟତାମୂଳକ
ଜିରୋନାଇଟ ପାଇଁ ପୁରୀର ସମସ୍ତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାଧ୍ୟତାମୂଳକ (ETV BHARAT ODISHA)

ପୁରୀ ଫାୟାର ଷ୍ଟେସନର ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତ କୁହନ୍ତି, "ଜିରୋ ନାଇଟ ସେଲିବ୍ରେଶନ ହେବାକୁ ଥିବା ସବୁ ହୋଟେଲ ଗୁଡ଼ିକୁ ଆମେ ଯାଞ୍ଚ କରୁଛୁ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ କରାଯାଇଛି। ୨୦୨୫ରେ ସରକାରଙ୍କ ପକ୍ଷରୁ ଫାୟାର ସେଫ୍ଟି କରିବା ପାଇଁ ନୂଆ ନିୟମ ଆସିଛି। ଏହାର ସୁଯୋଗ ସବୁ ହୋଟେଲ ନିଅନ୍ତୁ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଫାୟାର ଏନ୍ଓସି ପାଇଁ ଆମ ସହିତ ଯୋଗାଯୋଗ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରନ୍ତୁ । ଏହା ଦ୍ଵାରା ହୋଟେଲରେ ରହୁଥିବା ପର୍ଯ୍ୟଟକ ୃଙ୍କ ଜୀବନ ସୁରକ୍ଷା ସହ ନିଜ ହୋଟେଲ ୃର ମଧ୍ୟ ସୁରକ୍ଷା କରନ୍ତୁ। ସବୁ ହୋଟେଲ ରେ ଦୁଇଟି ପ୍ରସ୍ଥାନ ଦ୍ଵାର ରଖିବାକୁ ଆମେ ସବୁ ହୋଟେଲ କୁ କହୁଛୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ। ଏହି ଦୁର୍ଘଟଣାରୁ ରକ୍ଷା ପାଇଁ ଯାହା ଗାଇଡଲାଇନ ଅଛି ତାହା ବ୍ୟବସ୍ଥା କରିବା ପାଇଁ ଆମେ ହୋଟେଲ ଗୁଡ଼ିକୁ କହିଛୁ। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ କିଭଳି ହେବନି ସେ ନେଇ ଆମେ ପ୍ରଶିକ୍ଷଣ ଦେଉଛୁ। ଜିରୋ ନାଇଟ ସେଲିବ୍ରେଶନରେ ଯେମିତି କୌଣସି ଅଗ୍ନିକାଣ୍ଡ ଦୁର୍ଘଟଣା ନ ଘଟେ ସେ ନେଇ ଆମେ ଗୁରୁତ୍ଵ ଦେଉଛୁ। "

ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି
ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି (ETV BHARAT ODISHA)

'ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗ ସହିତ ଆଲୋଚନା ହୋଇଛି'

ଜିରୋନାଇଟ ପାଇଁ ପୁରୀର ସମସ୍ତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାଧ୍ୟତାମୂଳକ
ଜିରୋନାଇଟ ପାଇଁ ପୁରୀର ସମସ୍ତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାଧ୍ୟତାମୂଳକ (ETV BHARAT ODISHA)
ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଆଗକୁ ନୂଆବର୍ଷ ଅଛି। ବହୁତ୍ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସବୁ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ଆମେ କହୁଛୁ। ଶ୍ରୀମନ୍ଦିର ଚାରିପାଖରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ସୁରକ୍ଷା ପାଇଁ ଏହାକୁ କିଭଳି ମୁକାବିଲା କରିହେବ ସେ ନେଇ ଅଗ୍ନିଶମ ବିଭାଗ ସହିତ ଆଲୋଚନା ହୋଇଛି। ସବୁ ହୋଟେଲରେ କଡା ଯାଞ୍ଚ କରାଯାଉଛି। ସନ୍ଧିଗ୍ଧ ବ୍ୟକ୍ତି ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି। ଅସାମାଜିକ ଲୋକଙ୍କ ଉପରେ ପୋଲିସ କଡା ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନୂଆବର୍ଷ ପାଇଁ ଖୁବଶୀଘ୍ର ଟ୍ରାଫିକ ଆଡଭାଇଜରୀ ହେବ। ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନେ ଏହାକୁ ଦେଖି ଆସିବାକୁ ମୋର ଅନୁରୋଧ ରହିବ। "
ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି
ଜିରୋନାଇଟ ଓ ନୂଆବର୍ଷ ଅବସରରେ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରରେ ସମୀକ୍ଷା କଲେ ପୁରୀ ଏସପି (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର

ଇଟିଭି ଭାରତ, ପୁରୀ