ETV Bharat / state

କଟକ 'ମିଲ୍କ' ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ

ଜଗତପୁର ଶିଳ୍ପାଞ୍ଚଳ ୟୁନିଟ୍-୩ରେ ଥିବା 'ମିଲ୍କ' ଫ୍ୟାକ୍ଟ୍ରିର ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କାରଣ ଅସ୍ପଷ୍ଟ ରହିଛି । ରିପୋର୍ଟ: ନାରାୟଣ ସାହୁ

Cuttack Milk Factory Fire
କଟକ 'ମିଲ୍କ' ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ (ETV Bharat)
author img

By ETV Bharat Odisha Team

Published : September 3, 2026 at 11:27 AM IST

1 Min Read
Choose ETV Bharat

Cuttack Milk Factory Fire କଟକ: କଟକ ଜଗତପୁର ଶିଳ୍ପାଞ୍ଚଳ ୟୁନିଟ୍-୩ରେ ଥିବା ଏକ 'ମିଲ୍କ' ଫ୍ୟାକ୍ଟ୍ରିର ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଛି । ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିଯିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି ।

Cuttack Milk Factory Fire
କଟକ 'ମିଲ୍କ' ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ (ETV Bharat)

ଫ୍ୟାକ୍ଟ୍ରିର ଗୋଦାମରେ ପ୍ରଚୁର ପରିମାଣର କ୍ରିମ୍, ଗ୍ରୀଜ୍, କାର୍ଟୁନ୍, ପ୍ଲାଷ୍ଟିକ୍ ପ୍ୟାକେଜିଂ ସାମଗ୍ରୀ ଏବଂ ଦାହ୍ୟ ପଦାର୍ଥ ଗଚ୍ଛିତ ରହିଥିଲା । ସକାଳ ସାଢେ ସାତଟା ବେଳେ ହଠାତ୍ ଗୋଦାମ ଭିତରେ ନିଆଁ ଲାଗିଯିବାରୁ ଏହା ଦ୍ରୁତଗତିରେ ସମଗ୍ର ବିଲ୍ଡିଂକୁ ବ୍ୟାପୀ ଯାଇଥିଲା । ଗୋଦାମ ଭିତରୁ ପ୍ରାୟ ୪୦ ଫୁଟ ଉଚ୍ଚର କଳା ଧୂଆଁ ନିର୍ଗତ ହୋଇ ଆକାଶକୁ ଆଚ୍ଛାଦିତ କରିଦେଇଥିଲା । ଏହି ଧୂଆଁ ଓ ପୋଡ଼ା ଗନ୍ଧ ପ୍ରାୟ ୩ରୁ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ରହିଥିଲା ।

ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ଏହି ନିଆଁ ଦେଖି ନିଆଁ ଲିଭାଇବା ପାଇଁ ଉଦ୍ୟମ କରଥିଲେ । କିନ୍ତୁ ନିଆଁ ଆୟତ୍ତ ନ ହେବାରୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବାର ମାତ୍ର ୨୫ ମିନିଟ୍ ମଧ୍ୟରେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ସହିତ ଘଟଣାସ୍ଥଳରେ ପ୍ରଥମେ ୩ଟି ଏବଂ ପରେ ପର୍ଯ୍ୟାୟକ୍ରମେ ୪ଟି ଦମକଳ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲେ ।

Cuttack Milk Factory Fire
କଟକ 'ମିଲ୍କ' ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ (ETV Bharat)
ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ବିଲ୍ଡିଂ ଭିତରେ ଗଳିତ କ୍ରିମ୍‌, ପ୍ରଚୁର ଧୂଆଁ ଏବଂ ଗ୍ୟାସ୍ ଜମି ରହିଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇଥିଲା । ଅଗ୍ନି ନିର୍ବାପନ କାର୍ଯ୍ୟକୁ ସହଜ କରିବା ପାଇଁ ଏକ JCB ମେସିନ ସାହାଯ୍ୟରେ ଫ୍ୟାକ୍ଟ୍ରିର କିଛି ଅଂଶ ଭାଙ୍ଗି ଅଗ୍ନିଶମ କର୍ମଚାରୀମାନେ ଭିତରକୁ ପ୍ରବେଶ କରିଥିଲେ । ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ପାଣି ସ୍ପ୍ରେ ସହ ଫୋମ୍‌ର ବ୍ୟବହାର କରାଯାଇଛି । ସର୍ଟସର୍କିଟ୍‌ କିମ୍ବା ବୈଦ୍ୟୁତିକ ଅସାବଧାନତା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ସନ୍ଦେହ କରାଯାଉଛି ।
Cuttack Milk Factory Fire
କଟକ 'ମିଲ୍କ' ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ (ETV Bharat)

ପ୍ରାୟ ୩ଘଣ୍ଟାର ଅପରେସନ ପରେ ନିଆଁ ଆୟତ୍ତ ହୋଇଛି । ଏହି ଦୁର୍ଘଟଣାରେ ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଥିବା ଆଶଙ୍କା କରାଯାଉଥିବା ବେଳେ ଅଗ୍ନିଶମ ବାହିନୀର ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...

ବ୍ରହ୍ମପୁରରେ କାର୍ ସୋ' ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ସରକାରୀ କାର୍ଯ୍ୟରେ ଲାଗିଥିବା JCBକୁ ଜାଳିଦେଲେ ଦୁର୍ବୃତ୍ତ, ଚିଠିରେ ୫୦ ଲକ୍ଷ ଟଙ୍କା ଦାବି ସହ ହତ୍ୟା ଧମକ

ଇଟିଭି ଭାରତ, କଟକ