ETV Bharat / state

ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ: ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍

ଯାତ୍ରୀମାନେ ଟିକେଟ ବୁକିଂ କରିବେ ନାହିଁ କି ସମସ୍ୟାରେ ପଡ଼ିବେ ନାହିଁ, ବୋଲି କହି ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ ।

ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ: ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍
ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ: ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ (ETV BHARAT ODISHA)
author img

By ETV Bharat Odisha Team

Published : March 2, 2026 at 12:11 PM IST

2 Min Read
Choose ETV Bharat

ରିପୋର୍ଟ- ବିକାଶ କୁମାର ଦାସ

ଭୁବନେଶ୍ୱର: ଭୁବନେଶ୍ବର-ଦୁବାଇ ବିମାନ ସେବା ବାତିଲ୍ ହୋଇଛି । ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ଅଭିମୁଖେ ଉଡ଼ିଥାନ୍ତା ବିମାନ । ଯେହେତୁ ଶନିବାର ପରଠାରୁ ମସ୍କଟ, ଦୁବାଇ, ଆବୁଧାବି, ଏବଂ ଦୋହା ଏୟାର ସ୍ପେସ୍ ଅନୁମତି ନାହିଁ, ସେଥିପାଇଁ ଆଜି ଦୁବାଇ ଉଡ଼ିବାକୁ ଥିବା ବିମାନକୁ ବାତିଲ କରାଯାଇଛି । ଏପଟେ ଯାତ୍ରୀମାନେ ଟିକେଟ ବୁକିଂ କରିବେ ନାହିଁ କି ସମସ୍ୟାରେ ପଡ଼ିବେ ନାହିଁ, ବୋଲି କହି ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।


ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ଚଳାଚଳ ବାତିଲ୍ । ତେବେ ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ, କାଲିର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । କାଲି ସଦ୍ୟ ସୂଚନା ମିଳବା ପରେ, ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।

ଯାତ୍ରୀମାନେ ଟିକେଟ ବୁକିଂ କରିବେ ନାହିଁ କି ସମସ୍ୟାରେ ପଡ଼ିବେ ନାହିଁ, ବୋଲି କହି ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ ।
ଯାତ୍ରୀମାନେ ଟିକେଟ ବୁକିଂ କରିବେ ନାହିଁ କି ସମସ୍ୟାରେ ପଡ଼ିବେ ନାହିଁ, ବୋଲି କହି ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ । (ETV BHARAT ODISHA)

ସେ ଆହୁରି ମଧ୍ୟ କହିଛନ୍ତି ଯେ,"ଭୁବନେଶ୍ୱରରୁ ଡୁବାଇକୁ ଦୈନିକ ବିମାନ ନଥିଲେ ଵି ସପ୍ତାହକୁ 3 ଦିନ ରହିଛି । ଯେମିତିକି ସୋମବାର, ବୁଧବାର ଓ ଶୁକ୍ରବାର ଦିନ ବିମାନ ସେବା ରହିଛି । ଗତ ଶୁକ୍ରବାର ଦିନ ବିମାନ ଉଡାଣ କରିଥିଲା । କିନ୍ତୁ ଶନିବାର ଠାରୁ ଟିକେ ସମସ୍ୟା ହେଲା । ଯାହା ଦୁବାଇ, ମସ୍କଟ ଓ ଆବୁଧାବିର ଏୟାର ବେସ୍ ଉପରେ କଟକଣା ଜାରି କରାଯାଇଛି । ତେବେ ଏନେଇ ଆଗୁଆ ଯାତ୍ରୀମାନଙ୍କୁ ଅନୁରୋଧ କରୁଛୁ ଯେ, ଯାତ୍ରୀମାନେ ଆସିବେନାହିଁ କି ବୁକିଂ କରିବେ ନାହିଁ । ଯାହା ଫଳରେ ଯାତ୍ରୀମାନେ ଯେଭଳି ଭାବେ କୌଣସି ସମସ୍ୟାରେ ନପଡ଼ନ୍ତି । ସେନେଇ ଅନୁରୋଧ କରୁଛୁ । ଏହା ସହିତ ସାଧାରଣ ଭାବେ ଦୁବାଇକୁ ବିମାନର ସମସ୍ତ ସିଟ୍ ଫୁଲ ରହିଥାଏ," ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।


ଏପଟେ ଟ୍ରାଭେଲସ ମାଲିକ କହିଛନ୍ତି ଯେ,"ବିଶେଷ କରି ଅଧିକ ଯାତ୍ରୀଙ୍କ ଟିକେଟ୍ ବାତିଲ ହୋଇନାହିଁ । କିନ୍ତୁ ଏଭଳି ଯଦି ହୁଏ ତେବେ ଖରା ଛୁଟି କାଟିବା ପାଇଁ ଯେଉଁମାନେ ଦୁବାଇ ବା ଆବୁଧାବି ଯାତ୍ରା କରିଥାନ୍ତେ ସେମାନେ ଏଭଳି ସ୍ଥିତି ଦେଖି ଯାତ୍ରା କରିବେ ନାହିଁ । କାରଣ ଏହି ସମୟରେ ଅଧିକ ଯାତ୍ରୀମାନେ ଯାତ୍ରା କରିଥାନ୍ତି । ଯାହା ଆଗାମୀ ଦିନରେ ଅଧିକରୁ ଅଧିକ ପ୍ରଭାବିତ ହେବ," ବୋଲି ସେ କହିଛନ୍ତି ।



ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ, ମଧ୍ୟପ୍ରାଚ୍ୟରେ ପରିସ୍ଥିତିକୁ ଅଧିକ ଖରାପ କରିଛି । ଯାହା ଫଳରେ କି ମଧ୍ୟପ୍ରାଚ୍ୟରେ ବିମାନ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଅନେକ ଦେଶ ସେମାନଙ୍କର ଆକାଶପଥ ବନ୍ଦ କରିଦେଇଛନ୍ତି । ବିଶେଷ କରି ୟୁରୋପ, ଆଫ୍ରିକା ଏବଂ ଏସିଆକୁ ସଂଯୋଗ କରୁଥିବା ପ୍ରମୁଖ ବିମାନବନ୍ଦରଗୁଡ଼ିକ ପ୍ରଭାବିତ ହୋଇଛି । ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁବାଇ, ଆବୁଧାବି ଏବଂ ଦୋହା ଭଳି ପ୍ରମୁଖ ପରିବହନ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଯିବା ଫଳରେ ଏପର୍ଯ୍ୟନ୍ତ ବିଶ୍ବରେ ପାଖାପାଖି ୧୮୦୦ରୁ ଅଧିକ ବିମାନ ବାତିଲ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ- ଆମେରିକା, ୟୁରୋପକୁ ବିକଳ୍ପ ମଧ୍ୟପ୍ରାଚ୍ୟ ରୁଟ୍ ବ୍ୟବହାର କରିବାକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ; 6ଟି ଉଡ଼ାଣ ବାତିଲ୍
ଏହା ମଧ୍ୟ ପଢ଼ନ୍ତୁ- ମଧ୍ୟପ୍ରାଚ୍ୟ ସଙ୍କଟ ଘନିଭୂତ: ପ୍ରାରମ୍ଭିକ ବାଣିଜ୍ୟରେ ସେନସେକ୍ସ, ନିଫ୍ଟି କ୍ରାସ୍

ଇଟିଭି ଭାରତ, ଭୁବନେଶ୍ବର