ETV Bharat / state

Holi 2026: ରଙ୍ଗର ପର୍ବକୁ କିପରି ସୁରକ୍ଷିତ ଭାବେ ପାଳିବେ, ଜାଣନ୍ତୁ ବିଶେଷଜ୍ଞଙ୍କ ଟିପ୍ସ

ବଜାରରେ ମିଳୁଥିବା କଡା ରସାୟନ ତଥା କେମିକାଲ ଯୁକ୍ତ ରଙ୍ଗ ତ୍ୱଚା, କେଶ ଓ ପରିବେଶ ପାଇଁ ବେଶ୍ କ୍ଷତିକାରକ । ଏହା ପରିବର୍ତ୍ତେ ହର୍ବାଲ ରଙ୍ଗ ଚାହିଦା ବେଶ୍ ବଢିବାରେ ଲାଗିଛି ।

festival of Colours know Bhubaneswar Capital hospital doctor's Advice for safe holi celebration
ରଙ୍ଗର ପର୍ବକୁ କିପରି ସୁରକ୍ଷିତ ଭାବେ ପାଳିବେ, ଜାଣନ୍ତୁ ବିଶେଷଜ୍ଞଙ୍କ ବିଶେଷ ଟିପ୍ସ (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 1:08 PM IST

2 Min Read
Choose ETV Bharat

ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ

ଭୁବନେଶ୍ବର: ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ଆନନ୍ଦ ସହକାରେ ଏହି ପର୍ବ ପାଳନ କରିବାକୁ ସମସ୍ତେ ଚାହିଁ ରହିଛନ୍ତି । ତେବେ ହୋଲିରେ କେଉଁ ରଙ୍ଗ ବ୍ୟବହାର କରିବେ, ତ୍ୱଚା, କେଶ ଓ ପରିବେଶ ପାଇଁ କେଉଁ ରଙ୍ଗ ଉପଯୁକ୍ତ ଆଦି ବିଷୟରେ ସ୍ବାସ୍ଥ୍ୟ ବିଶେଷଜ୍ଞ କିଛି ଜରୁରୀ ତଥ୍ୟ ଦେଇଛନ୍ତି । ଏହା ସହିତ ରଙ୍ଗର ପର୍ବ ପାଳନ ବେଳେ କିପରି ନିଜକୁ ସୁରକ୍ଷିତ ରହିବେ ସେ ବିଷୟରେ ଆସନ୍ତୁ ଖବରରେ ଜାଣିବା...

ରଙ୍ଗର ପର୍ବକୁ କିପରି ସୁରକ୍ଷିତ ଭାବେ ପାଳିବେ, ଜାଣନ୍ତୁ ବିଶେଷଜ୍ଞଙ୍କ ବିଶେଷ ଟିପ୍ସ (ETV Bharat Odisha)

ବଢୁଛି ପ୍ରାକୃତିକ ରଙ୍ଗର ଚାହିଦା:
ଆଉ ଦିନକର ଅପେକ୍ଷା ମାତ୍ର । ଦୋଳପୂର୍ଣ୍ଣିମା ପରେ ରଙ୍ଗର ପର୍ବ ହୋଲି ଆସି ପହଞ୍ଚିଯିବ । ଏହି ପର୍ବରେ ଆବାଳ ବୃଦ୍ଧବନିତା ପରସ୍ପର ସହ ରଙ୍ଗ ବା ଫଗୁ ଖେଳି ଆନନ୍ଦ ମନାଇଥାନ୍ତି । ରାଜଧାନୀରେ ବିଭିନ୍ନ ସ୍ଥାନରେ ରଙ୍ଗର ପସରା ଦେଖିବାକୁ ମିଳୁଛି । ଲୋକେ ମଧ୍ୟ ରଙ୍ଗ ଦୋକାନରେ ଭିଡ଼ ଜମାଇବା ଆରମ୍ଭ କରିଲେଣି l ହେଲେ ବଜାରରେ ମିଳୁଥିବା କଡା ରସାୟନ ତଥା କେମିକାଲ ଯୁକ୍ତ ରଙ୍ଗ ତ୍ୱଚା, କେଶ ଓ ପରିବେଶ ପାଇଁ ବେଶ୍ କ୍ଷତିକାରକ l ଏହା ପରିବର୍ତ୍ତେ ବର୍ତ୍ତମାନ ବଜାରରେ ବିନା କେମିକାଲ ହର୍ବାଲ ବା ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଉଛି । ଏହାର ଚାହିଦା ମଧ୍ୟ ବେଶ୍ ବଢିବାରେ ଲାଗିଛି ।

Holi Colour Shop
ରଙ୍ଗ ବିକ୍ରୟ ଦୋକାନ (ETV Bharat Odisha)

ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ନୂଆ ନୂଆ ରଙ୍ଗ ବଜାରକୁ ଆସିଛି । ଏଥିର ଛୋଟ ଛୋଟ ପିଲାଙ୍କ ପାଇଁ ନୂଆ ପିଚକାରୀ ସହିତ ବନ୍ଧୁକ ଆସିଛି । ଜଣେ ରଙ୍ଗ ବେପାରୀ କହିଛନ୍ତି, "ଏଥର ଆମେ ଅଧିକ ହର୍ବାଲ ରଙ୍ଗ ଆଣିଛୁ ବିକ୍ରି କରିବା ପାଇଁ । ବଜାରରେ କେମିକାଲ ଯୁକ୍ତ ରଙ୍ଗ ମିଳୁଛି ମାତ୍ର ଦେହ ପାଇଁ ବହୁତ କ୍ଷତିକାରକ l ଗ୍ରାହକମାନଙ୍କ ମଧ୍ୟରେ ହର୍ବାଲ ରଙ୍ଗର ଚାହିଦା ରହିଛି । ତେଣୁ ଆମେ ବି ଲୋକଙ୍କୁ କହୁଛୁ ହର୍ବାଲ ରଙ୍ଗ ନେବା ପାଇଁ l ସେହିପରି ଫଗୁ ମଧ୍ୟ ବହୁତ ପରିମାଣରେ ଆମେ ରଖିଛୁ l ବିଭିନ୍ନ ପ୍ରକାରର ସୁଗନ୍ଧମୟ ଏବଂ ବିଭିନ୍ନ ରଙ୍ଗ ରହିଛି l"

Holi Colour Shop
ରଙ୍ଗ ବିକ୍ରୟ ଦୋକାନ (ETV Bharat Odisha)
ପ୍ରାକୃତିକ ରଙ୍ଗର ବ୍ୟବହାର କରନ୍ତୁ:କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମାନଗୋବିନ୍ଦ ଶ୍ରୀଚନ୍ଦନ କହିଛନ୍ତି, "ରାସାୟନିକ ଏବଂ କେମିକାଲ ଯୁକ୍ତ ରଙ୍ଗ ଠାରୁ ଦୁରେଇ ରୁହନ୍ତୁ । ଆଗରୁ ଆମେ ପ୍ରାକୃତିକ ରଙ୍ଗରେ ଖେଳୁଥିଲୁ l ବିଭିନ୍ନ ପ୍ରକାରର ଫୁଲ, ପତ୍ର, ମାଟିରୁ ତିଆରି ଉପାଦାନରେ ରଙ୍ଗ ତିଆରି ହେଉଥିଲା l ବଜାରର କେମିକାଲ ଯୁକ୍ତ ରଙ୍ଗ ବ୍ୟବହାର ପରେ ଲୋକମାନେ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟାରେ ହଇରାଣ ହେଲେ l ଏହା ପରେ ଏବେ ସମସ୍ତେ ସଚେତନ ହେବା ସହିତ ପ୍ରାକୃତିକ ରଙ୍ଗର ଚାହିଦା ବଢୁଛି ଓ ଏହା ଲୋକପ୍ରିୟ ହେଉଛି । ବଜାରରୁ ରଙ୍ଗ କିଣୁଥିଲେ ଏହା ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ବୋଲି ଯାଞ୍ଚ କରି କିଣିବା ଆବଶ୍ୟକ ।"
Holi Colour Shop
ରଙ୍ଗ ବିକ୍ରୟ ଦୋକାନ (ETV Bharat Odisha)
ରଙ୍ଗ ଖେଳିବା ବେଳେ ଏହି ସବୁ ସତର୍କତା ପାଳନ କରନ୍ତୁ...ରଙ୍ଗ ଖେଳିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ।
  1. ରୋଗୀ ଓ ଶିଶୁ ମାନଙ୍କୁ ସୁରକ୍ଷିତ ରଖନ୍ତୁ
  2. ମୁଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଟୋପି ପିନ୍ଧନ୍ତୁ
  3. ଆଖିରେ ଚଷମା ଲଗାନ୍ତୁ
  4. ଚର୍ମ, ଶ୍ବାସ ରୋଗୀ ନିଜର ବିଶେଷ ଯତ୍ନ ନିଅନ୍ତୁ
  5. ମୁହଁ ଓ ଆଖିରେ ରଙ୍ଗ ନ ପଡିବା ପାଇଁ ମାସ୍କ ବ୍ୟବହାର କରିପାରିବେ

ରଙ୍ଗ ଛଡାଇବା ବେଳେ ସତର୍କତା:
ରଙ୍ଗ ଖେଳି ସାରିବା ପରେ ରଙ୍ଗ ଛଡାଇବା ମଧ୍ୟ ମୁଣ୍ଡବିନ୍ଧାର କାରଣ ସାଜିଥାଏ । ଏହାକୁ ଛଡାଇବା ପାଇଁ ଜୋରେ ବଳପ୍ରୟୋଗ କରନ୍ତୁ ନାହିଁ । ରଙ୍ଗ ଖେଳିବା ଆଗରୁ ମୁଣ୍ଡରେ ତେଲ, ମଶ୍ଚରାଇଜର କିମ୍ବା ଭେସଲିନ ଲଗାନ୍ତୁ । ରଙ୍ଗ ନ ଛାଡିଲେ ବେଶି ରଗଡନ୍ତୁ ନାହିଁ ।

ଏହା ମଧ୍ୟ ପଢନ୍ତୁ

ସୁନାପୁର ବାହୁଦା ମୁହାଣରେ ନିର୍ମାଣ ହେବ ରାଜ୍ୟର ସବୁଠୁ ବଡ଼ ବନ୍ଦର; ଖର୍ଚ୍ଚ ହେବ ୨୧,୫୦୦ କୋଟି

ଆବର୍ଜନା-ଦଳରେ ପୋତି ହୋଇଯାଉଛି ମଙ୍ଗଳା ନଦୀ, ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ଦାବି

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ ୨ ଉଦ୍ଧାର


ଇଟିଭି ଭାରତ, ଭୁବନେଶ୍ବର