ETV Bharat / state

ଅଲୋଡା ହେଲା ଶିଶୁକନ୍ୟା, ନବଜାତକୁ ପୋଖରୀରେ ଫିଙ୍ଗିଦେଲା ବାପା

ଦୁଇ ଝିଅ ଥାଇ ପୁଣି ଥରେ ଶିଶୁକନ୍ୟା ଜନ୍ମ ହେବାରୁ ପୋଖରୀକୁ ନବଜାତକୁ ଫିଙ୍ଗିଦେଇଥିଲା ବାପା । ମୃତ ଶିଶୁକନ୍ୟାକୁ ପୋଖରୀରୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଯାଇଛି ।

NEWBORN BABY GIRL DIES
ଅଲୋଡା ହେଲା ଶିଶୁକନ୍ୟା, ନବଜାତକୁ ପୋଖରୀରେ ଫିଙ୍ଗିଦେଲା ବାପା (ETV BHARAT ODISHA)
author img

By ETV Bharat Odisha Team

Published : January 10, 2026 at 11:27 AM IST

2 Min Read
Choose ETV Bharat

ଯାଜପୁର: ଶିଶୁକନ୍ୟାଙ୍କ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି । ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି, ଏତେ ସବୁ ପରେ ବି ଶିଶୁକନ୍ୟାଟିଏ ଜନ୍ମ ହେଲେ ତାକୁ ହତାଦର କରାଯାଉଥିବା ଦେଖିବାକୁ ମିଳୁଛି । ଦୁଇ ଝିଅ ଥାଇ ପୁଣି ଥରେ ଶିଶୁକନ୍ୟା ଜନ୍ମ ହେବାରୁ ପୋଖରୀକୁ ନବଜାତକୁ ଫିଙ୍ଗିଦେଲା ବାପା । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗୋଲା ଗାଁ ନିକଟରେ । ମୃତ ଶିଶୁକନ୍ୟାର ବାପାକୁ ଥାନାରେ ଅଟକଥିବା ସୂଚନା ମିଳିଛି ।

ଅଲୋଡା ହେଲା ଶିଶୁକନ୍ୟା, ନବଜାତକୁ ପୋଖରୀରେ ଫିଙ୍ଗିଦେଲା ବାପା (ETV BHARAT ODISHA)

ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ବଞ୍ଜା ଗ୍ରାମର ଜନୈକ ବ୍ୟକ୍ତିଙ୍କ ପତ୍ନୀ ବୁଧବାର ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ପୂର୍ବରୁ ବ୍ୟକ୍ତି ଜଣଙ୍କ ଦୁଇଟି ଝିଅ ଥିବାରୁ ପୁନର୍ବାର ଝିଅ ଜନ୍ମ ହେବାରୁ ଅସନ୍ତୋଷ ପ୍ରକାଶ କରି ଗୁରୁବାର ସନ୍ଧ୍ୟା ସମୟରେ ଶିଶୁକନ୍ୟାକୁ ବଙ୍ଗଳାଛକ ନିକଟରେ ଥିବା ଏକ ପୋଖରୀକୁ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଶିଶୁକନ୍ୟାର ବାପାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ । ପ୍ରଥମେ ସେ କନ୍ୟାଟିକୁ ଶାଳକଙ୍କୁ ଦେଇ ଦେଇଛି ବୋଲି କହିଥିଲେ ପରେ ସତ ମାନିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁକନ୍ୟାକୁ ପୋଖରୀରୁ ଉଦ୍ଧାର କରାଯାଇଥିଲା, କିନ୍ତୁ ନବଜାତର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ କଳିଙ୍ଗନଗର ପୋଲିସକୁ ସୂଚନା ଦେଇଥିଲେ। କଳିଙ୍ଗନଗର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦି ମେଡିକାଲରେ ଭର୍ତ୍ତି କରିବା ସହ ଶିଶୁକନ୍ୟାର ବାପାକୁ ଅଟକ ରଖିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ କଳିଙ୍ଗନଗର ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


ପ୍ରତ୍ୟକ୍ଷଦର୍ଶୀ ରଞ୍ଜିତ ସାହୁଙ୍କ କହିଛନ୍ତି," ଗୋଟେ ନବଜାତ ଶିଶକୁ ତାର ବାପା ପୋଖରୀରେ ଫିଙ୍ଗି ଦେଇଥିଲେ l ପୂର୍ବରୁ ବଙ୍ଗଳା ଛକରେ ସେହି ଛୁଆକୁ ଧରିକି ଠିଆ ହେଇଥିବା ବଡ଼ ଭାଇ ମାନେ ଦେଖିଥିଲେ l ସଂନ୍ଦେହ ହେବାରୁ ଶିଶୁକନ୍ୟାର ବାପାକୁ ଅଟକାଇ ପଚାରିବାରୁ ସେ ପ୍ରଥମେ ଶାଳକକୁ ଦେଇ ଦେଇଥିବା କହିଥିଲା, ପରେ ସତ ମାନି ଯାଇଥିଲା ଏଥିସହିତ ପୋଖରୀରେ ଫିଙ୍ଗି ଦେଇଥିବା କହିଥିଲେ l ପରେ ନବଜାତକୁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ସେ ମୃତ ଥିବା ବ୍ୟକ୍ତି ଜଣଙ୍କ କହିଥିଲେ l ମାତ୍ର ଆମେ ବିଶ୍ୱାସ କରିନଥିଲୁ ପୋଲିସକୁ ଖବର ଦେଇଥିଲୁ l ଏଭଳି ଘଟଣାକୁ ଆମେ ନିନ୍ଦା କରୁଛୁ l "


ସ୍ଥାନୀୟ ବାସିନ୍ଦା ନିତ୍ୟାନନ୍ଦ ନାୟକ କୁହନ୍ତି," ଏକ ନବଜାତ ଶିଶୁକୁ ତା ବାପା ପୋଖରୀରେ ଫିଙ୍ଗି ଦେଇଥିଲା l ଆମ ଗାଁ ଲୋକ ଦେଖିକି ତାକୁ ଉଠେଇକି ପୋଲିସର ଜିମା ଦେଇଥିଲେ l ଆଜି କାଲି ତ ପୁଅ, ଝିଅ ସମାନ ହେଇଗଲେଣି ସରକାର ବହୁତ ଯୋଜନା କଲେଣି ଜଦି ସମ୍ବାଳି ନପାରିଲେ ସରକାରଙ୍କ ସହାୟତା ନେବ l ଏହି ଘଟଣା ପାଇଁ ଆମେ ବହୁତ ଦୁଃଖିତ l ଆମର ଦାବି ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉ l "


ମୁଖ୍ୟ ଚିକିତ୍ସା ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ର କହିଛନ୍ତି," ଶିଶୁକନ୍ୟାଟି ଆମେ ହସ୍ପିଟାଲରେ ଡେଲିଭରି ହେଇଥିଲା l ଦୁଇଦିନ ରହିବା ପରେ ଡିସ୍ଚାର୍ଜ ହେଇଛି l ସେ ନିଜେ ସୁସ୍ଥ ଅବସ୍ଥାରେ ଶିଶୁକନ୍ୟାକୁ ନେଇଛନ୍ତି l ସେ ସୁସ୍ଥ ଛୁଆକୁ ରିସିଭ କରିକି ନେଇଛନ୍ତି ।"

ଝିଅ ବୋଲି ଅଲୋଡା, ନୂଆ ଡ୍ରେସ ପିନ୍ଧାଇ ଜଙ୍ଗଲରେ ଫିଙ୍ଗିଦେଲେ

ଯାଜପୁରରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଇଟିଭି ଭାରତ,ଯାଜପୁର