ETV Bharat / state

ଧାନମଣ୍ଡି ନଖୋଲିବାରୁ ଚିନ୍ତାରେ ଚାଷୀ, ଖଳାରେ ପଡ଼ିଛି ଧାନ

କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ମଣ୍ଡି ଖୋଲିପାରିନଥିବାରୁ ଧାନ ଉଠାଣ ନେଇ ଚିନ୍ତାରେ ଚାଷୀ କୂଳ ।

Farmers worried about paddy procurement
ଧାନମଣ୍ଡି ନଖୋଲିବାରୁ ଚିନ୍ତାରେ ଚାଷୀ (ETV BHARAT ODISHA)
author img

By ETV Bharat Odisha Team

Published : December 4, 2025 at 3:07 PM IST

3 Min Read
Choose ETV Bharat

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୨୯ ତାରିଖରେ ମଣ୍ଡି ଖୋଲିଥିବା ବେଳେ ଆରମ୍ଭରୁ ବିଭ୍ରାଟ ଦେଖା ଦେଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ମଣ୍ଡି ଖୋଲି ପାରିନାହିଁ। ଗତ ନଭେମ୍ବର ୨୯ ତାରିଖରେ ଗୋଲାମୁଣ୍ଡା ବ୍ଲକରେ ଗୋଟିଏ ମଣ୍ଡି ଖୋଲିଥିବା ବେଳେ ଡିସେମ୍ବର ୨ ତାରିଖରେ ଜୟପାଟଣା ବ୍ଳକରେ ଗୋଟିଏ ଧାନ ମଣ୍ଡି ଖୋଲିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ। ଫଳରେ ଚାଷୀଙ୍କ ଧାନ ଖଳାରେ ପଡିରହିଛି । ଯାହାକୁ ନେଇ ସେମାନେ ଦୁଃଖପ୍ରକାଶ କରିଛନ୍ତି ।

ମଣ୍ଡି ନଖେଲିବାରୁ ଚାଷୀ ଚିନ୍ତାରେ:

ଧାନମଣ୍ଡି ନଖୋଲିବାରୁ ଚିନ୍ତାରେ ଚାଷୀ (ETV BHARAT ODISHA)

ଚକିତ ବର୍ଷ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧ ଲକ୍ଷ ୨୧ ହଜାର ୧୮୧ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ୨୨୯ ଟି ମଣ୍ଡି ଖୋଲି ଧାନ କ୍ରୟ କରାଯିବା କଥା, ପ୍ରଥମ ପାର୍ଯ୍ୟାୟରେ ୩୬ ଲକ୍ଷ୍ୟ ୯୮ ହଜାର କ୍ଵିଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଦେଇଛନ୍ତି ସରକାର । ହେଲେ ଏଯାବତ୍ ଜିଲ୍ଲାରେ ମଣ୍ଡି ସଂପୂର୍ଣ୍ଣ କାର୍ଯ୍ୟକାରୀ ହୋଇନଥିବାରୁ ଚାଷୀ ମନରେ ଭାଳେଣି ପଡ଼ିଲାଣି। ଜିଲ୍ଳାର ଗଲା ୩ ଦିନ ହେବ କୋହଲା ପାଗ ଦେଖିବାକୁ ମିଳୁଥିବା ବେଳେ କିଛି କିଛି ଅଞ୍ଚଳରେ ହାଲୁକା ଧରଣର ଝିପି ଝିପି ବର୍ଷ ମଧ୍ୟ ହେଉଛି, ମଣ୍ଡି ନଖୋଲିବାରୁ ଚାଷୀ ବର୍ଷକର କଷ୍ଟ ଉପାର୍ଜିତ ଧାନକୁ ପାଲ ଘୋଡାଇ ରଖୁଛି ତ ପୁଣି ଆଉ କେଉଁଠି ବସ୍ତାରେ ପୁରାଇ ଖଳାରେ ପକାଇ ରଖିଛି। କେବେ ମଣ୍ଡି ଖୋଳିବ କେବେ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିବ ତାକୁ ନେଇ ଚାଷୀ ମନରେ ଭାଳେଣି ପଡିଛି।

Farmers worried about paddy procurement
ଧାନମଣ୍ଡି ନଖୋଲିବାରୁ ଚିନ୍ତାରେ ଚାଷୀ (ETV BHARAT ODISHA)

ଏନେଇ କଳାହାଣ୍ଡି ଜିଲ୍ଲାର ଚାଷୀ ଭୁବନ ଶବର କହିଛନ୍ତି, " ମୁଁ ୧୦ ଏକର ଜମିରେ ଧାନ ଚାଷ କରିଥିଲି, ଧାନ ରଖିବା ବହୁତ୍ ସମସ୍ୟା ଅଧା ଧାନ ଖଳାରେ ପଡ଼ିଛି ଆଉ ଅଧା ଧାନ କ୍ଷେତରେ ପଡ଼ିଛି। ସୁରକ୍ଷିତ ଭାବରେ ଧାନ ରଖିବା ସମ୍ଭବ ନୁହେଁ ବର୍ଷା ଯଦି ହେଲା ତା ହେଲେ ବହୁତ୍ ସମସ୍ୟା ହେବ, ସରକାର ଶୀଘ୍ର ମଣ୍ଡି ଖୋଲିଲେ ଆମର ଚିନ୍ତା ଦୂର ହୁଅନ୍ତା । ୨୯ ତାରିଖ ମଣ୍ଡି ଖୋଲିବି କହିଥିଲେ ହେଲେ ଏବେ ଆଉ ଯଦି ମଣ୍ଡି ଖୋଲିବାରେ ଗୋଟିଏ ମାସ ଲାଗେ ତା ହେଲେ କଷ୍ଟ ହେବ। ବହୁତ୍ ଚିନ୍ତା ଲାଗୁଛି ଧାନ ବିକ୍ରିକୁ ନେଇକି । "

ସେପଟେ ଏନେଇ ଚାଷୀ ଅରକ୍ଷିତ ଶବର କହିଛନ୍ତି, " ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନାହିଁ ନଭେମ୍ବର ୨୯ ତାରିଖ ଖୋଲିବ ବୋଲି କହିଲେ, ହେଲେ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲି ନାହିଁ। ଆମର ସବୁ ଧାନ ଖଳାରେ ପଡ଼ିଛି ଘରେ ପଡ଼ିଛି। ସକାଳ ସମୟରେ ଝିପି ଝିପି ବର୍ଷା ମଧ୍ୟ ହେଉଛି। ସେଥି ପାଇଁ ଆମେ ସବୁ ଧାନକୁ ବସ୍ତା ଭର୍ତ୍ତି କରୁଛୁ କାରଣ ଭିଜି ଗଲେ ପୁଣି କଟଣି ଛଟନି ହେବାର ସମ୍ଭାବନା ଅଛି, ତେଣୁ ପାଲ ଢାଙ୍କି ରଖିବାକୁ ପଡୁଛି । "

Farmers worried about paddy procurement
ଧାନମଣ୍ଡି ନଖୋଲିବାରୁ ଚିନ୍ତାରେ ଚାଷୀ (ETV BHARAT ODISHA)

ଅନ୍ୟଜଣେ ମହିଳା ଚାଷୀ କୁଳବତୀ ଶବର କହିଛନ୍ତି, " ବର୍ଷକର କଷ୍ଟ କରି ଉପାର୍ଜନ କରିଥିବା ଧାନକୁ ଆମେ ବିକ୍ରି କରି ପାରୁନୁ, ସବୁ ଧାନ ଖଳାରେ ପଡି ରହିଛି ମଣ୍ଡି ଏପର୍ଯ୍ୟନ୍ତ ଖୋଲି ନାହିଁ ବହୁତ୍ ଚିନ୍ତା ଲାଗୁଛି ଆମକୁ ।"

କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, " ମିଲର ମାନଙ୍କର କିଛି ସମସ୍ୟା ଥିଲା ତାହା ଏବେ ସମାଧାନ ହୋଇଯାଇଛି। ଗତକାଲି ବିମଳା ଧାନ ମଣ୍ଡିରୁ ଧାନ ଉଠିଛି। ଗତକାଲି ଠାରୁ ଆମର ମେଜର ଧାନକିଣା ଆରମ୍ଭ ହୋଇଛି । ସମସ୍ତ ମଣ୍ଡି ମାନଙ୍କରେ ଆନୁଶାଙ୍ଗିକ ବ୍ୟବସ୍ଥା କରଯାଇଛି । ଚାଷୀ ମାନକ ପାଇଁ କମ୍ବଳର ବ୍ୟବସ୍ଥା ସହ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାସହ ବର୍ଡର ଏରିଆ ରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ ଗୁରୁତ୍ଵ ଦିଆଯାଇଛି ।"

Farmers worried about paddy procurement
ଧାନମଣ୍ଡି ନଖୋଲିବାରୁ ଚିନ୍ତାରେ ଚାଷୀ (ETV BHARAT ODISHA)

ବିଧାନସଭାରେ ଉଟିଲା ଧାନ ଉଠାଣ ପ୍ରସଙ୍ଗ:

ଧାନ ମଣ୍ଡିରେ ଧାନ ଉଠାଣ ବିଳମ୍ବ ହେବାରୁ ଗତକାଲି ବିଧାନସଭା ଶୀତକାଳୀନ ଅଧିବେଶନ ସରକାରଙ୍କୁ ଘେରିଲେ ବିରୋଧୀ । ବିଜେଡିକୁ ସମର୍ଥନ କରି କଂଗ୍ରେସ ମଧ୍ୟ ଧାନ ସଂଗ୍ରହରେ ସରକାର ଙ୍କ ବିଫଳତା ଅଭିଯୋଗ ଆଣିଥିଲେ। ତେବେ ପଶ୍ଚିମ ଓଡ଼ିଶାରେ ଧାନ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହୋଇଛି ବିରୋଧୀଙ୍କ ଅଭିଯୋଗ ଅମୂଳକ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ।

Farmers worried about paddy procurement
ଧାନମଣ୍ଡି ନଖୋଲିବାରୁ ଚିନ୍ତାରେ ଚାଷୀ (ETV BHARAT ODISHA)

"ଅଦିନିଆ ବର୍ଷା ପାଇଁ ଧାନ ସଂଗ୍ରହ କିଛି ସ୍ଥାନରେ ବିଳମ୍ବ ହୋଇଛି। ଚଳିତ ଖରିଫରେ ଦିଆଯାଇଥିବା ଟୋକେନରୁ 4110 କ୍ବିଣ୍ଟାଲ ଧାନ କ୍ରୟ ସରିଛି। କଟନି ଛଟନି ପ୍ରତିହତ କରିବା ପାଇଁ ମଣ୍ଡିରେ ମନ୍ ପରୀକ୍ଷା ଯନ୍ତ୍ର ଲଗାଯାଇଛି। 140 ଟି ଭ୍ରାମ୍ୟମାଣ ଧାନ ସଫେଇ ଯନ୍ତ୍ର ସରକାର୍ ଯୋଗାଇଦେଇଛନ୍ତି 303 ଟି AI ବେସଡ ଅନାଲାଇଜର ଯୋଗାଇଦିଆ ଯାଇଛି। କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କ ଧାନ କିଣାକୁ ଅଗ୍ରାଧିକାର ଦିଆଯିବ। ଯଦି ଟୋକେନ ସମୟ ଭିତରେ ଧାନ ବିକ୍ରି କରିନପାରନ୍ତି। 15 ଦିନ ବଢ଼ାଇବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ମନ୍ତ୍ରୀସ୍ତରୀୟ ଉପକିମିଟି ଗଠନ ହୋଇଛି। ମନ୍ତ୍ରୀମାନଙ୍କୁ ଜିଲାୱାରି ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିକ୍ରି ପାଇଁ ପଡୋଶୀ ରାଜ୍ୟର ଧାନକୁ ରୋକିବାକୁ ସୀମା ପ୍ରବେଶ ପଥରେ ସିସିଟିଭି ସହ ନିରୀକ୍ଷଣ କରାଯାଉଛି। ମଣ୍ଡିରେ ଦୁର୍ନୀତି ହେଲେ ସଂମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ମଣ୍ଡିରେ ସିସିଟିଭି ଏବଂ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି" ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଖୋଲିଲା ଧାନମଣ୍ଡି, 48 ଘଣ୍ଟାରେ ଚାଷୀଙ୍କୁ ମିଳିବ ଟଙ୍କା


ଇଟିଭି ଭାରତ, କଳାହାଣ୍ଡି