ETV Bharat / state

ଧାନ ଉଠାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ, ସାମିଲ ହେଲେ ପିସିସି ସଭାପତି

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ RMC ମଣ୍ଡିରେ ଧାନ ଉଠାଣ ପ୍ରକିୟା ମନ୍ଥର । ୨୬ ନଂ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ । ରିପୋର୍ଟ- ରିପୋର୍ଟ: ଅଜିତ ସିଂ

FARMERS PROTEST IN KALAHANDI
ଧାନ ଉଠାଣରେ ବିଳମ୍ବ, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ (ETV Bharat Odisha)
author img

By ETV Bharat Odisha Team

Published : June 15, 2026 at 4:37 PM IST

1 Min Read
Choose ETV Bharat

ଜୁନାଗଡ଼ (କଳାହାଣ୍ଡି): ଧାନ ଉଠାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ। କଳାହାଣ୍ଡି ଜିଲ୍ଲାରେ ରବି ଧାନ କିଣାରେ ଅଚଳାବସ୍ଥା ଲାଗି ରହିଛି । ଯାହାକୁ ନେଇ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଜୁନାଗଡ଼ RMC ମଣ୍ଡିରେ ଧାନ ଉଠାଣ ପ୍ରକିୟା ମନ୍ଥର ଗତିରେ ଚାଲିଥିବା ବେଳେ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି । ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବିରେ ଚାଷୀମାନେ ଆଜି (ସୋମବାର) ଜୁନାଗଡ ଲଙ୍କେଶ୍ଵରୀ ମନ୍ଦିର ସମ୍ମୁଖରେ ବରଗଡ଼-ବାରୋଗୁମା ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରି ଆନ୍ଦୋଳନ କରଥିଲେ । ଯେଉଁଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସଭାପତି ଭକ୍ତ ଚରଣ ଦାସ ମଧ୍ୟ ସାମିଲ୍ ହୋଇଥିଲେ । ପରେ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୃତି ପରେ ଆନ୍ଦୋଳନରୁ ଓହରିଛନ୍ତି ଚାଷୀ ।

ଧାନ ଉଠାଣରେ ବିଳମ୍ବ, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ (ETV Bharat Odisha)

ଏନେଇ ଆନ୍ଦୋଳନରତ ଚାଷୀ ଭଏ ଚଲାନ କହିଛନ୍ତି," ଆମର ଏଠାରେ ବହୁତ ବର୍ଷା ହେଉଛି । ହେଲେ ସରକାର ମଣ୍ଡିରୁ ଧାନ ନେଉନାହାନ୍ତି । ମଣ୍ଡି ଖୋଲିବାର ଆଜିକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ଆମ କଥା କେହି ଶୁଣୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି । ମୌସୁମୀ ବର୍ଷା ହେବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ । କେବଳ ୧ ପ୍ରତିଶତ ଧାନ ଉଠିଛି । ବଳକା ଧାନ ଆଜି ପର୍ଯ୍ୟନ୍ତ ଉଠୁ ନାହିଁ, ଏଥିପ୍ରତି ପ୍ରଶାସନ ଧ୍ୟାନ ବି ଦେଉନାହିଁ । ଆସନ୍ତା ୧୯ ତାରିଖ ପରେ ଟୋକନ ଲାପ୍ସ ହୋଇଯିବ । ତେଣୁ ଆମେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛୁ ।"

FARMERS PROTEST IN KALAHANDI
ଧାନ ଉଠାଣରେ ବିଳମ୍ବ, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ (ETV Bharat Odisha)
ସେପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ କହିଛନ୍ତି," ଦୀର୍ଘ ଦିନ ହୋଇଗଲାଣି ମଣ୍ଡିରୁ ଧାନ ଉଠୁ ନାହିଁ, ତେଣୁ ଚାଷୀମାନେ ଆଜି ଜୁନାଗଡ ଠାରେ ଆନ୍ଦୋଳନ କରିଛନ୍ତି । ମୁଁ ଆସିଥିଲି ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା ହୋଇଛି ।

ସେପଟେ କଳାହାଣ୍ଡି ଜିଲ୍ଲାପାଳ କହିଛନ୍ତି ଯେ, ସାରା ଜିଲ୍ଲାରେ ୫ ଲକ୍ଷ ଟନ୍ ଧାନ ଉଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଆଜି(ସୋମବାର) ଧାନ ଉଠିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଆଗରେ ପ୍ରତିକ୍ରି୍ୟା ପ୍ରକାଶ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ମଣ୍ଡିରୁ ଉଠୁନି ଧାନ; ରଣମାଲ୍ ମଣ୍ଡି ଆଗରେ ଧାରଣା ଦେଲେ ଶତାଧିକ ଚାଷୀ

ଏହା ମଧ୍ୟ ପଢନ୍ତୁ... ବାରମ୍ୱାର ଅଭିଯୋଗ ପରେ ବି ମଣ୍ଡିରୁ ଉଠୁନି ଧାନ, ରାଜରାସ୍ତା ଅବରୋଧ କଲେ ଚାଷୀ

ଇଟିଭି ଭାରତ, କଳାହାଣ୍ଡି