ETV Bharat / state

ମଣ୍ଡି ନିର୍ଯାତନା କାରଣରୁ ଚାଷୀ ମୃତ୍ୟୁ ଅଭିଯୋଗ: କେନ୍ଦ୍ରାପଡ଼ା ଜିଲ୍ଳାପାଳ କହିଲେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

ରାଜନଗର ଜୁଣଗଡ଼ି ଗାଁରେ ମଣ୍ଡି ଓ ମିଲରଙ୍କ ପାଇଁ ଚାଷୀ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର । ତେଣେ ମନଗଢ଼ା କାହାଣୀ କହିଲେ, ସମବାୟ ସମିତି ସମ୍ପାଦକ ।

ମଣ୍ଡି ନିର୍ଯାତନା କାରଣରୁ ଚାଷୀ ମୃତ୍ୟୁ ଅଭିଯୋଗ: କେନ୍ଦ୍ରାପଡ଼ା ଜିଲ୍ଳାପାଳ କହିଲେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ
ମଣ୍ଡି ନିର୍ଯାତନା କାରଣରୁ ଚାଷୀ ମୃତ୍ୟୁ ଅଭିଯୋଗ: କେନ୍ଦ୍ରାପଡ଼ା ଜିଲ୍ଳାପାଳ କହିଲେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ (ETV BHARAT ODISHA)
author img

By ETV Bharat Odisha Team

Published : February 26, 2026 at 5:24 PM IST

3 Min Read
Choose ETV Bharat

କେନ୍ଦ୍ରାପଡ଼ା: ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଲେ ଚାଷୀ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରୁ । ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି, ତାଙ୍କ ଭାଇ ଓ ଗ୍ରାମବାସୀ ।

ମଣ୍ଡି ନିର୍ଯାତନା କାରଣରୁ ଚାଷୀ ମୃତ୍ୟୁ ଅଭିଯୋଗ: କେନ୍ଦ୍ରାପଡ଼ା ଜିଲ୍ଳାପାଳ କହିଲେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ (ETV BHARAT ODISHA)

ମୃତ ତ୍ରିଲୋଚନଙ୍କ ଭାଇ ଦୁର୍ଯ୍ୟୋଧନ ନାୟକ କୁହନ୍ତି,"ଜାନୁଆରୀ ୧୬ ପାଇଁ ଆମର ଧାନ ଦେବାକୁ ଅନଲାଇନ ରେଜିଷ୍ଟ୍ରେସନ ମାଧ୍ୟମରେ ମେସେଜ ଆସିଥିଲା । ଆମେ ବାରମ୍ବାର ସମବାୟ ସମିତି ବା ମଣ୍ଡିକୁ ଯାଇଥିଲେ ବି ଜାନୁଆରୀ ୨୫ ତାରିଖରେ ଆମକୁ ସମ୍ପାଦକ ଟୋକନ ଦେଇଥିଲେ ଓ ଫେବୃଆରୀ ମାସ ୨୫ ତାରିଖ ସୁଦ୍ଧା ଧାନ ଦେବାକୁ କହିଥିଲେ । ଆମର ଘରେ ଜାଗା ନଥିବା କାରଣରୁ ଆମେ ତିନି ଦିନ ହେଲାଣି ଧାନ ଟ୍ରାକ୍ଟର ପିଛା ୫ ହଜାର ଟଙ୍କା ଦେଇ ମିଲ୍ କୁ ଧାନ ନେଇ ଯାଇଥିଲୁ ଯେତେବେଳେ କି ମଣ୍ଡିରେ ସେକ୍ରେଟାରୀ ଆମକୁ ସେଠାରେ ସିଧାସଳଖ ଧାନ ଦେବାକୁ କହିଥିଲା । ଆମେ ରାମଚଣ୍ଡୀ ମିଲରେ ପହଞ୍ଚିବା ପରେ ସେଠାରେ ମିଲର ଆମ ଧାନ ନେବାକୁ ମନା କଲା । ଆମେ ସେକ୍ରେଟାରୀଙ୍କୁ ଫୋନ କରିବାରୁ, ଯାହା ଯେମିତି କରି ମିଲରେ ଧାନ ଦେବାକୁ କହିଥିଲେ । ପରେ ମିଲରେ ୩ ହଜାର ଟଙ୍କା ଲାଞ୍ଚ ଦେବା ସହ କ୍ୱିଣ୍ଟାଲ ପିଛା ୬ କିଲୋ ଧାନ କଟନୀ ଛଟନୀ କରାଯାଇଥିଲା । ଏତିକିରେ ମିଲର ସନ୍ତୁଷ୍ଟ ନହୋଇ ତିନି କ୍ୱିଣ୍ଟାଲ ମୋଟ ଧାନ କାଟି ନେଇଥିଲା । ତିନି ଦିନ ଧାନ ମିଲରେ ବିନା ଖାଇବା ପିଇବା ଓ ମଶା ଡାଆଁସ ଦାଉରେ ଭାଇ ସେଠାରେ ପଡିକି ରହିଥିଲା । ସେହି ଧାନ ବିକିବା ଓ କଟନୀ ଛଟନୀ ଚିନ୍ତାରେ ଘରକୁ ଆସି ସେ ଖାଲି ଛାତି ଛାତି ହୋଇ ମରିଗଲେ । ଡାଙ୍ଗମାଳ ସମବାୟ ସମିତିରେ ଆମର ରେଜିଷ୍ଟ୍ରେସନ ହୋଇଥିଲା । ସେଠାରେ ଅନ୍ୟମାନେ ପଇସା ପତ୍ର ଦେଇ ଧାନ ଦେଉଥିବା ବେଳେ ଅନ୍ୟମାନେ ଧାନ ବିକିବା ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଛି । ସେକ୍ରେଟାରୀ ମିଲର ପାଖକୁ ତ ମିଲର ସେକ୍ରେଟାରୀ ପାଖକୁ ପଠାଉଛନ୍ତି "ବୋଲି ସେ ଅଭିଯୋଗ କରିଛନ୍ତି ।

ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି, ତାଙ୍କ ଭାଇ ଓ ଗ୍ରାମବାସୀ ।
ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି, ତାଙ୍କ ଭାଇ ଓ ଗ୍ରାମବାସୀ । (ETV BHARAT ODISHA)

ସେହିପରି ଜୁଣଗଡ଼ି ଗାଁର ଜଣେ ବାସିନ୍ଦା ବିଜୟ ରାଉଳ ଚାଷୀ ମୃତ୍ୟୁ ସମ୍ପର୍କରେ ପ୍ରତିକ୍ରିୟା ରଖି କୁହନ୍ତି,"ତ୍ରିଲୋଚନ ଆମ ଗାଁର ଜଣେ ଭଲ ବ୍ୟକ୍ତି ଥିଲେ, ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ପାଇଁ ଧାନ ମଣ୍ଡିରେ ଅବ୍ୟବସ୍ଥା ହିଁ ଦାୟୀ । ଅବଧି ଭିତରେ ଧାନ ସଂଗ୍ରହ ନକରିବାରୁ ସେ ବ୍ୟତିବ୍ୟସ୍ତ ହୋଇ ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ମଣ୍ଡିରୁ ମିଲ ତ ମିଲରୁ ମଣ୍ଡି ଦୌଡ଼ି ଦୌଡ଼ି ସେ ନୟାନ୍ତ ହେବା ପରେ କଟନୀ ଛଟନୀ ସହ ପଇସା ନେବା ପରେ ଧାନ କଣ୍ଟା ହୋଇଛି । ଧାନ ଚାଷ ପାଇଁ ବିଭିନ୍ନ ସ୍ଥାନରୁ ଋଣ ଆଣିଥିବାରୁ ଓ ମିଲ୍ ଏବଂ ମଣ୍ଡି ଦ୍ୱାରା ନିର୍ଯାତିତ ହୋଇ ସେ ଗତକାଲି ଜୀବନ ହରାଇଛନ୍ତି । ଖୁବଶୀଘ୍ର ଏହି ଚାଷୀ ପରିବାରକୁ ନ୍ୟାୟ ଦିଆଯାଉ"ବୋଲି ସେ କହିଛନ୍ତି ।

ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରୁ ।
ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରୁ । (ETV BHARAT ODISHA)

ଚାଷୀ ମୃତ୍ୟୁ ଅଭିଯୋଗର ହେବ ତଦନ୍ତ, ପରେ କାର୍ଯ୍ୟାନୁଷ୍ଠାନ:-
ଚଳିତ ଖରିଫ ଋତୁରେ ଏହା ପ୍ରଥମ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଏହି ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର୍ କୁହନ୍ତି,"ଚାଷୀ ମୃତ୍ୟୁ ଖବର ଆମେ ପାଇଛୁ, ଏହାକୁ ତଦନ୍ତ କରି ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ । ବର୍ତ୍ତମାନ ଧାନ କିଣା ପ୍ରକ୍ରିୟା ଚାଲୁ ରହିଛି, ତେଣୁ ଆମେ ପ୍ରତି ସପ୍ତାହରେ ଏନେଇ ସମୀକ୍ଷା କରାଉଛୁ । ଏଥିରେ CSOଙ୍କ ଟିମ୍, DRCSଙ୍କ ଟିମ୍ ସହ ମଣ୍ଡି ସ୍ତରର ଟିମ୍ କି ପ୍ରକାର ସମସ୍ୟା ରହିଛି ସେନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯାଉଛି । ମଣ୍ଡି ସ୍ତରରେ ସମସ୍ୟାର ସମାଧାନ ନହେଲେ ଆମର ସୁପରଭାଇଜିଂ ଟିମ ନହେଲେ ଜିଲ୍ଲାସ୍ତରୀୟ ଟିମ ଏହାର ସମାଧାନ କରାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ମୃତ୍ୟୁ ଘଟଣାରେ ଟିମ୍ ଗଠନ ହୋଇନି, ଖୁବଶୀଘ୍ର ହେବାକୁ ଯାଉଛି" ବୋଲି ସେ କହିଛନ୍ତି ।

ଚାଷୀ ମୃତ୍ୟୁ ଅଭିଯୋଗର ହେବ ତଦନ୍ତ, ପରେ କାର୍ଯ୍ୟାନୁଷ୍ଠାନ- ଜିଲ୍ଲାପାଳ
ଚାଷୀ ମୃତ୍ୟୁ ଅଭିଯୋଗର ହେବ ତଦନ୍ତ, ପରେ କାର୍ଯ୍ୟାନୁଷ୍ଠାନ- ଜିଲ୍ଲାପାଳ (ETV BHARAT ODISHA)

DRCSଙ୍କୁ ତତ୍କାଳ ଜଣାଇଲେ ସମ୍ପାଦକ:-
ଚାଷୀ ମୃତ୍ୟୁ ଘଟଣାରେ ମଣ୍ଡିର ସମ୍ପାଦକ ଓ ମିଲରଙ୍କୁ ପରିବାର ପକ୍ଷରୁ ଦାୟୀ କରାଯାଉଥିବା ବେଳେ ଡାଙ୍ଗମାଳ ସମବାୟ ସମିତିର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଜେନା ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଗୋବିନ୍ଦଙ୍କ ସୂଚନା ଅନୁଯାୟୀ,"ଚାଷୀ ତ୍ରିଲୋଚନ ନାୟକ ଗତ ଫେବୃଆରୀ ୧୪ ତାରିଖରୁ ଏହି ମଣ୍ଡିରେ ହିଁ ଧାନ ଦେଇ ପ୍ରାପ୍ୟ ପାଇଛନ୍ତି । ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଗତକାଲି ସନ୍ଧ୍ୟାରୁ ଜଣାପଡିଥିଲା ଓ ଏଥିପାଇଁ କାହିଁକି ତାଙ୍କୁ ଦାୟୀ କରାଯାଇଛି ଜଣାନାହିଁ" ବୋଲି ସେ ଲେଖିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ- ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲେ ସ୍ବାମୀ: ତାତିଲେ ମହିଳା, ଭାଙ୍ଗିଲେ ଦୋକାନ

ଏହା ମଧ୍ୟ ପଢ଼ନ୍ତୁ- ରୋଗୀର ହୃଦୟ ଜିତିଲେ ଡ଼ାକ୍ତର: ବିରଳ ହୃଦରୋଗରେ ପୀଡିତ 29 ବର୍ଷୀୟ ଝିଲନଙ୍କୁ ମିଳିଲା ନୂଆ ଜୀବନ

ଇଟିଭି ଭାରତ, କେନ୍ଦ୍ରାପଡ଼ା