ETV Bharat / state

ବିଲରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଚାଷୀ

ଏଭଳି ଦୁଃଖଦ ଘଟଣା ଘଟିଛି ପିପିଲି ଥାନା ଅଧୀନସ୍ଥ ସୁନାମୁଁହିଁ ଗାଁରେ । ମୃତକ ଜଣଙ୍କ ହେଉଛନ୍ତି 62 ବର୍ଷିୟ ଗଜେନ୍ଦ୍ର ସ୍ୱାଇଁ ।

FARMER BURNT ALIVE IN PADDY FIELD
ବିଲରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଚାଷୀ (Etv Bharat)
author img

By ETV Bharat Odisha Team

Published : December 15, 2025 at 12:35 PM IST

|

Updated : December 15, 2025 at 1:19 PM IST

1 Min Read
Choose ETV Bharat

ନିମାପଡା: ଧାନ ବିଲରେ ନିଆଁ ଲାଗିବାରୁ ଜୀବନ୍ତ ଜଳିଗଲେ ଚାଷୀ । ଏଭଳି ଦୁଃଖଦ ଘଟଣା ଘଟିଛି ପିପିଲି ଥାନା ଅଧୀନସ୍ଥ ସୁନାମୁଁହିଁ ଗାଁରେ । ମୃତକ ଜଣଙ୍କ ହେଉଛନ୍ତି 62 ବର୍ଷିୟ ଗଜେନ୍ଦ୍ର ସ୍ୱାଇଁ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହି ଘଟଣା ପରେ ମୃତକଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି ।

ସେପଟେ ମୃତ ଗଜେନ୍ଦ୍ରଙ୍କ ପୁଅ ପ୍ରଶାନ୍ତ କୁମାର ସ୍ବାଇଁ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଥାନା କେସ ନମ୍ବର ୪୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି।

ବିଲରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଚାଷୀ (ETV BHARAT ODISHA)

ମୃତ ଗଜେନ୍ଦ୍ର ସ୍ବାଇଁ ରବିବାର ବିଲରୁ ଧାନ ଗଛ ମୂଳ ଏବଂ ବିଲରେ ପଡ଼ିଥିବା କୁଟାକୁ ନିଆଁ ଲଗାଇ ସଫା କରିବାକୁ ଯାଇଥିଲେ। ଗଜେନ୍ଦ୍ର ତାଙ୍କ ବିଲରେ ନିଆଁ ଲଗାଇଥିବା ବେଳେ କୌଣସି କାରଣରୁ ପାଖ ବିଲରେ କଟାହୋଇ ରହିଥିବା ଧାନ କଚଡାକୁ ନିଆଁ ବ୍ୟାପିଯାଇଥିଲା ଥିଲା। ଏହାଦେଖି ଗଜେନ୍ଦ୍ର ବିଚଳିତ ହୋଇପଡ଼ିଥିଲେ । ପାଖ ବିଲର ନିଆଁକୁ ଲିଭାଇବାକୁ ଉଦ୍ୟମ କରି ନିଜେ ଜଳିଯାଇଥିଲେ । ଅନ୍ୟ ଚାଷୀ ମାନେ ବିଲକୁ ଯିବା ବେଳେ ଗଜେନ୍ଦ୍ର ପୋଡି ହୋଇଯାଇଥିବା ଦେଖି ଡାକ ପକାଇଥିଲେ । ଡାକ ଶୁଣି ଆଖପାଖ ଗ୍ରାମର ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଜଣାଇଥିଲେ । ଖବର ପାଇ ପିପିଲି ପୋଲିସ ଏବଂ ଅରିଶଲ ଆର ଆଇ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

ମୃତକଙ୍କ ପୁଅ କହିଛନ୍ତି," ଧାନ ବିଲରେ ନିଆଁ ଲାଗିବାରୁ ସେ ପୋଡି ହୋଇଯାଇଥିଲେ । ରବିବାର ଦିନ 11ଟା ସମୟରେ ଏହି ଘଟଣା ଘଟିଥିଲା । କଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଜାଣିନି, ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚିଥିଲି । "

ମୃତକଙ୍କ ବୋହୂ ଟିକିନା ସ୍ବାଇଁ କହିଛନ୍ତି," ଧାନ ବିଲରେ ନିଆଁ ଲାଗିବାରୁ ସେ ଭୟରେ ତଳେ ପଡିଯାଇଥିଲେ । ଫଳରେ ତାଙ୍କ ଶରୀରରେ ମଧ୍ୟ ନିଆଁ ଲାଗିଥିଲା । ଧାନ ବିଲବି ଜଳିଯାଇଛି । ସରକାର ଆମକୁ ସହାୟତା ଦିଅନ୍ତୁ ।"

ମୃତକଙ୍କ ପଡୋଶୀ କହିଛନ୍ତି, " ବିଲରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଆମକୁ କହିବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ତାଙ୍କ ବିଲରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ସେ ଚେଷ୍ଟା କରିଛି ବର୍ତ୍ତିବା ପାଇଁ କିନ୍ତୁ ହୋଇପାରିନଥିଲା ।"

ଏହା ମଧ୍ୟ ପଢନ୍ତୁ-କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମୋକିମ, 'ଦଳ ଦୂରେଇ ଦେଇଛି, ବିଚାରଧାରାରୁ ଦୂରେଇ ପାରିବେ ନାହିଁ '

ଇଟିଭି ଭାରତ, ନିମାପଡା

Last Updated : December 15, 2025 at 1:19 PM IST