ETV Bharat / state

ଦାଦନ ପରିବାରକୁ ସାମାଜିକ ବାସନ୍ଦ ଅଭିଯୋଗ, ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କଲେ ମହିଳା

ବର୍ଷେତଳେ ଗାଁର ଏକ ପରିବାର ସହ ତାଙ୍କର ବିବାଦ ଦେଖାଦେଇଥିଲା । ପୋଲିସର ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା । ଏବେ ତାଙ୍କ ପରିବାରକୁ ଏକଘରିଆ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି ।

migrant labour family  ocial boycott in village of kendrapara
ବଡ଼ପଙ୍କ ଗାଁରେ ପରିବାରକୁ ସାମାଜିକ ବାସନ୍ଦ ଅଭିଯୋଗ (Etv Bharat)
author img

By ETV Bharat Odisha Team

Published : February 26, 2026 at 4:42 PM IST

1 Min Read
Choose ETV Bharat

ରିପୋର୍ଟ-ରାଧାକାନ୍ତ ମହାନ୍ତି

କେନ୍ଦ୍ରାପଡା: ପୂର୍ବ ବିବାଦକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବଡ଼ପଙ୍କ ଗାଁର ଏକ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ରାଜକନିକା ଥାନାରେ ଅଭିଯୋଗ ହୋଇଛି। । ସୋନାଲି ଦାଶ ନାମ୍ନୀ ଜଣେ ମହିଳା ମଙ୍ଗଳବାର ଥାନାରେ ଏ ସମ୍ପର୍କିତ ଲିଖିତ ଅଭିଯୋଗ କରିଛନ୍ତି । ରାଜକନିକା ପୋଲିସ ଅଭିଯୋଗର ସତ୍ୟତା ଉପରେ ଅନୁଧ୍ୟାନ କରୁଛି ।

ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ପ୍ରାୟ ବର୍ଷେ ତଳେ ଧାନଗଦାରେ ନିଆଁ ଲାଗିଯିବାକୁ ନେଇ ଗାଁର ଏକ ପରିବାର ସହ ତାଙ୍କର ବିବାଦ ଦେଖା ଦେଇଥିଲା । ମାମଲା ଥାନାକୁ ଯାଇଥିଲା । ପୋଲିସର ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଥିଲା । ହେଲେ ଏହି ଘଟଣାର ମାସକ ପରେ ଗାଁରେ ବୈଠକ ବସାଇ ତାଙ୍କ ପରିବାରକୁ ଏକଘରିଆ କରି ଦେଇଥିବା ସେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ସୋନାଲି ଅଭିଯୋଗରେ କହିଛନ୍ତି, ଗତବର୍ଷ ମାର୍ଚ୍ଚ ମାସ ୨ ତାରିଖରେ ତାଙ୍କ ପିଲାଙ୍କ ବ୍ରତଘର ହୋଇଥିବା ବେଳେ ଗାଁର କେହି ତାଙ୍କର ଏହି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ । ଏଥିସହିତ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଛି ଓ ତାଙ୍କ ପରିବାର ବିରୋଧରେ ବିଭିନ୍ନ ପ୍ରକାର କଟକଣା ଲଗା ଯାଇଥିବା ସେ ଅଭିଯୋଗ କରିଛନ୍ତି ।

ସୋନାଲିଙ୍କ ସ୍ୱାମୀ ଵାହାର ରାଜ୍ୟରେ ଦାଦନ ଖଟୁଥିବାବେଳେ ସେ ଏକୁଟିଆ ପିଲାଙ୍କୁ ଧରି ଗାଁରେ ରହୁଛନ୍ତି । ଏପରି ସ୍ଥିତିରେ ତାଙ୍କର ଓ ତାଙ୍କ ପିଲାଙ୍କ ଜୀବନ ପ୍ରତି ବିପଦ ଥିବା ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହିତ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ।

କାହାର ସମ୍ପୃକ୍ତି ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ-ପୋଲିସ


ରାଜକନିକା ପୋଲିସ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଏନେଇ ସୂଚନା ଦେଇ ଆଇଆଇସି ସଞ୍ଜୟ ମଲିକ କହନ୍ତି, 'ଗତ ଡିସେମ୍ବର ୨୫ ତାରିଖରେ ସୋନାଲି ଦାଶଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ଆସିଥିଲା । ସେ ତାଙ୍କର ଜଣେ ପଡୋଶୀଙ୍କ ନାଁରେ ଜମିଜମା ସମ୍ପର୍କିତ ଏକ ଝଗଡା ନେଇ ଏଫଆଇଆର ଦେଇଥିଲେ । ଏ ନେଇ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଧାରାେ 41 ଅନୁଯାୟୀ ଅଭିଯୁକ୍ତଙ୍କୁ ଜାମିନ କରାଯାଇଥିଲା। ମହିଳା ଜଣଙ୍କ ଗତ ମଙ୍ଗଳବାର ଦିନ ପୁଣି ଅଭିଯୋଗ ଆଣିଛନ୍ତି । ଏହାର ସତ୍ୟତା ଅନୁଧ୍ୟାନ କରାଯାଉଛି । ମାମଲା ରୁଜୁ ପରେ ଯଦି ଘଟଣାରେ କାହାର ସମ୍ପୃକ୍ତି ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ' ।


ଇଟିଭି ଭାରତ,କେନ୍ଦ୍ରାପଡା

ଏହା ମଧ୍ୟ ପଢନ୍ତୁ ସହାୟିକା ନିଯୁକ୍ତିକୁ ନେଇ ଅସନ୍ତୋଷ: ଅଙ୍ଗନବାଡି ଆସୁନାହାନ୍ତି ପିଲା, ଖାଁ ଖାଁ କେନ୍ଦ୍ର

ଏହା ମଧ୍ୟ ପଢନ୍ତୁ ନୂଆପଡାରେ କେନ୍ଦ୍ରାପଡା ଘଟଣା ରିପିଟ୍‌: ସହାୟିକା ନିଯୁକ୍ତିକୁ ନେଇ ଅସନ୍ତୋଷ, ବର୍ଷେ ହେଲା ଅଙ୍ଗନବାଡି ଆସୁନାହାନ୍ତି ପିଲା