ETV Bharat / state

Rain Alert: ଆଜି ପଶ୍ଚିମ ଓଡ଼ିଶା ଭୀଷଣ ବର୍ଷିବ; ପୁଣି ଫୁଲିପାରେ ନଦୀ, ବନ୍ୟା ପ୍ରତି ସତର୍କ ରହିବାକୁ ପରାମର୍ଶ

ଓଡ଼ିଶାରେ ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ, ବନ୍ୟା ଜଳ ହ୍ରାସ ପାଇଥିବା ଅନେକ ଜିଲ୍ଲାରେ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ ବନ୍ୟା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି

Odisha Weather
ଓଡ଼ିଶା ବର୍ଷା (@usd0705)
author img

By ETV Bharat Odisha Team

Published : August 31, 2026 at 8:25 AM IST

1 Min Read
Choose ETV Bharat

Odisha Weather ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଥିବା ଲଘୁଚାପ କ୍ଷେତ୍ରଟି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷା ଲାଗି ରହିଛି ।

ପାଣିପାଗ ବିଭାଗ (IMD) ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାରେ ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ବର୍ତ୍ତମାନ ବନ୍ୟା ଜଳ ହ୍ରାସ ପାଇଥିବା ଅନେକ ଜିଲ୍ଲାରେ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ ବନ୍ୟା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ନଦୀ ଏବଂ ଜଳଭଣ୍ଡାରଗୁଡ଼ିକ ପୂର୍ବ ବନ୍ୟା ପରିସ୍ଥିତିରୁ ଏବେ ସୁଧୁରୁ ଥିବା ବେଳେ, ନୂଆ ବର୍ଷା ପୁଣି ଥରେ ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳରେ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।

ଆଜି ପାଇଁ ୱାର୍ଣ୍ଣିଂ:

ଆଜି ସାରା ରାଜ୍ୟରେ ବର୍ଷା ସହ ବଜ୍ରପାତ ଓ ଝଡ଼ି ପବନ ବହିବ । ବିଶେଷକରି ପଶ୍ଚିମ ଓଡ଼ିଶା ବର୍ଷାର ପରିମାଣ ଅଧିକ ରହିବା ସହ ଘଣ୍ଟାପ୍ରତି 40-50 କିମି ବେଗରେ ପବନ ବହିବ । ଅତି ଭୀଷଣ ବର୍ଷା ପାଇଁ ବରଗଡ଼ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କାଲି ବି ଅତି ପ୍ରବଳ ବର୍ଷା:

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...

୧ ଯାଏଁ ବର୍ଷାରୁ ନାହିଁ ନିସ୍ତାର; ୮ ଜିଲ୍ଲାକୁ ଆକସ୍ମିକ ବନ୍ୟା ଚେତାବନୀ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

Rain Alert: ଆଜି ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷିବ, କେନ୍ଦୁଝର-ମୟୂରଭଞ୍ଜ-ବାଲେଶ୍ବରକୁ ରେଡ୍‌ ଆଲର୍ଟ

ଇଟିଭି ଭାରତ, ଭୁବନେଶ୍ବର