ETV Bharat / state

ଫେକ୍ ସୁନା ଋଣ କରି SBIରୁ ୫.୨୧ କୋଟି ହଡ଼ପ ମାମଲା, ଆଉ ଦୁଇ ଅଧିକାରୀଙ୍କୁ ଗିରଫ କଲା EOW

ଏହାକୁ ମିଶାଇ ଘଟଣାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି । ଗତ ଏପ୍ରିଲ ୨୧ରେ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା । ରିପୋର୍ଟ-ସତ୍ୟଜିତ ରାଉତ

EOW ARRESTS TWO MORE OFFICIALS FOR EMBEZZLING RS 5.21 CRORE FROM SBI FOR FAKE GOLD LOAN
ଫେକ୍ ସୁନା ଋଣ କରି SBIରୁ ୫.୨୧ କୋଟି ହଡ଼ପ ମାମଲା, ଆଉ ଦୁଇ ଅଧିକାରୀଙ୍କୁ ଗିରଫ କଲା EOW (ETV BHARAT ODISHA)
author img

By ETV Bharat Odisha Team

Published : May 27, 2026 at 4:53 PM IST

1 Min Read
Choose ETV Bharat

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର SBI ବ୍ରାଞ୍ଚରୁ ୧୦୦ରୁ ଊର୍ଦ୍ଧ୍ୱ ସୁନା ଋଣ କରି ୫.୨୧ କୋଟି ଟଙ୍କା ହଡ଼ପ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ବ୍ୟାଙ୍କର ଆଉ ଦୁଇ ଅଧିକାରୀଙ୍କ ହାତ ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି । ସେମାନେ ହେଲେ ଚନ୍ଦନ କୁମାର ମହଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁ ।

ଚନ୍ଦନ ବର୍ତ୍ତମାନ ଭୁବନେଶ୍ୱର SBI ପ୍ରଶାସନିକ କାର୍ଯ୍ୟାଳୟର ଚିଫ୍ ମ୍ୟାନେଜର ଅଛନ୍ତି । ଏହାପୂର୍ବରୁ ସେ ବାଲିଚନ୍ଦ୍ରପୁର ଚିଫ୍ ମ୍ୟାନେଜର ଭାବେ କାମ କରୁଥିଲେ । ସେହିପରି ଦେବେନ୍ଦ୍ର ବାଲିଚନ୍ଦ୍ରପୁର ଏସବିଆଇ ଶାଖାର ସିନିୟର ଆସୋସିଏଟ୍ କମ୍ କ୍ୟାସ ଇନଚାର୍ଜ୍ ଭାବେ କାମ କରୁଥିଲେ । ଚନ୍ଦନ ଓ ଦେବେନ୍ଦ୍ରଙ୍କୁ ଇଓଡବ୍ଲ୍ୟୁ ପଚରାଉଚରା କରିବା ପରେ ଗିରଫ କରିଛି । ଏହି ଗିରଫଦାରୀ ନେଇ ଇଓଡବ୍ଲ୍ୟୁ ପକ୍ଷରୁ ଆଜି ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି ।

SBI ଫେକ୍ ସୁନା ଋଣ ମାମଲାରେ ବନ୍ଧାହେଲେ ଚନ୍ଦନ କୁମାର ମହଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁ ।
SBI ଫେକ୍ ସୁନା ଋଣ ମାମଲାରେ ବନ୍ଧାହେଲେ ଚନ୍ଦନ କୁମାର ମହଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁ । (ETV BHARAT ODISHA)

ଅଭିଯୁକ୍ତ ଦ୍ୱୟଙ୍କୁ କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ପାସବୁକ, କ୍ରେଡିଟ୍ ଓ ଡେବିଟ୍ କାର୍ଡ ଆଦି ଜବତ କରାଯାଇଛି । ଏହାକୁ ମିଶାଇ ଘଟଣାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି ।


ଏହାପୂର୍ବରୁ ଏପ୍ରିଲ ୨୧ରେ ବାଲିଚନ୍ଦ୍ରପୁର SBI ଶାଖାରେ ସିନିୟର ଆସୋସିଏଟ୍ କମ୍ କ୍ୟାସ ଇନ-ଚାର୍ଜ ଭାବେ ଚାକିରି କରିଥିବା ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା । ସେ ଏବେ ମଧ୍ୟ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

SBI ଫେକ୍ ସୁନା ଋଣ ମାମଲାରେ ବନ୍ଧାହେଲେ ଚନ୍ଦନ କୁମାର ମହଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁ ।
SBI ଫେକ୍ ସୁନା ଋଣ ମାମଲାରେ ବନ୍ଧାହେଲେ ଚନ୍ଦନ କୁମାର ମହଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁ । (ETV BHARAT ODISHA)

ଇଓଡବ୍ଲ୍ୟୁ ସୂଚନା ଅନୁଯାୟୀ, ଜଗତସିଂହପୁର SBI ରିଜିଓନାଲ ମ୍ୟାନେଜର ପୀୟୂଷ ରଞ୍ଜନ ସ୍ୱାଇଁଙ୍କ ଏତଲାକୁ ଆଧାର କରି ଫେବ୍ରୁଆରୀ ୧୦ରେ ଇଓଡବ୍ଲ୍ୟୁ ମାମଲା (ନଂ.୩/୨୦୨୬) ପଞ୍ଜିକୃତ କରିଥିଲା । ୨୦୨୪ ଅକ୍ଟୋବରରୁ ୨୦୨୫ ଜୁଲାଇ ମଧ୍ୟରେ ପ୍ରଶାନ୍ତ କୁମାର ମଲ୍ଲିକ, ଅନ୍ୟମାନଙ୍କ ସହଯୋଗରେ କୌଣସି ଉପଯୁକ୍ତ ଦସ୍ତାବିଜ୍ ବିନା ଓ ଅସଲି ସୁନା ବଦଳରେ ୫ କୋଟି ୨୧ ଲକ୍ଷ ୪୨ ହଜାର ଟଙ୍କାର ୧୦୫ଟି ସୁନା ଋଣ ନେଇଯାଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ । EOW ଏନେଇ ତଦନ୍ତ କରିବା ପରେ ବହୁ ତଥ୍ୟ ପଦାକୁ ଆସିଥିଲା । ୨୦୨୪ରୁ ୨୦୨୫ ମଧ୍ୟରେ ଅଭିଯୁକ୍ତ ଅଧିକାରୀମାନେ କ୍ଷମତାର ଅପବ୍ୟବହାର କରି ଫେକ୍ ସୁନା ଋଣ କରି ଟଙ୍କା ହଡ଼ପ କରିଥିଲେ । ୨୦୨୫ ଜୁଲାଇ ୨୧ ସୁଦ୍ଧା ଋଣର ସୁଧ ମିଶାଇ ମୋଟ୍ ୫ କୋଟି ୨୩ ଲକ୍ଷ ୩୨ ହଜାର ୯୪୯ ଟଙ୍କା ହେଇଯାଇଥିଲା ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି ।


ଏହା ମଧ୍ୟ ପଢ଼ନ୍ତୁ- ଶହେରୁ ଊର୍ଦ୍ଧ୍ୱ ସୁନା ଋଣ କରି SBIରୁ ୫.୨୧ କୋଟି ହଡ଼ପ, ପୂର୍ବତନ ଅଧିକାରୀଙ୍କୁ ଗିରଫ କଲା EOW
ଇଟିଭି ଭାରତ, ଭୁବନେଶ୍ବର