ETV Bharat / state

ଜଗନ୍ନାଥଙ୍କ ନିଆରା ଚିତ୍ରଭାଷା; ଚିତ୍ରରେ କହନ୍ତି ପୁରାଣରୁ ସହରୀକରଣ, ସମାଜରୁ ରାଜନୈତିକ ପରିବର୍ତ୍ତନର କଥା

ଉଭୟ ଚିତ୍ର ଓ ଭାସ୍କର୍ୟରେ ପାରଦର୍ଶିତା ଲାଭ କରିଥିବା ୫୫ ବର୍ଷୀୟ ଜଗନ୍ନାଥଙ୍କ କଳାକୃତି ପୃଥିବୀର ବିଭିନ୍ନ ପ୍ରମୁଖ ସଂଗ୍ରହାଳୟ ଓ ବ୍ୟକ୍ତିଗତ ସଂଗ୍ରାହକଙ୍କ ପାଖରେ ରହିଛି ।

Modern Artist Jagannath Panda from Odisha
ରୂପକଥାର ରୂପକାର ଜଗନ୍ନାଥ ପଣ଼୍ଡା (Etv Bharat)
author img

By ETV Bharat Odisha Team

Published : February 23, 2026 at 5:11 PM IST

3 Min Read
Choose ETV Bharat

ସ୍ୱତନ୍ତ୍ର ରିପୋର୍ଟ-ବିକାଶ କୁମାର ଦାସ

ଭୁବନେଶ୍ୱର: ଜଗନ୍ନାଥ ପଣ୍ଡା । ଭାରତର ପ୍ରମୁଖ ସମକାଳୀନ ଚିତ୍ରଶିଳ୍ପୀଙ୍କ ମଧ୍ୟରୁ ଜଣେ । ଭୁବନେଶ୍ୱରରେ ଜନ୍ମିତ ପଣ୍ଡାଙ୍କ କଳାଚର୍ଯ୍ୟାରେ ଚିତ୍ର, ଭାସ୍କର୍ଯ୍ୟ, ଇନଷ୍ଟଲେସନ୍, ଡ୍ରଇଂ ଓ ମଲ୍ଟିମିଡିଆ ଆଦି ରହିଛି ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଜଗନ୍ନାଥଙ୍କ ଚିତ୍ରଭାଷା ଯେତିକି ସରଳ, ସେତିକି ଜଟିଳ । ଜଗନ୍ନାଥ ପଣ୍ଡା ଭାରତ ଓ ବିଦେଶର ପ୍ରମୁଖ୍ୟ ସଂଗ୍ରହାଳୟ, ବିନାଲେ ଓ ଗ୍ୟାଲେରୀରେ ତାଙ୍କର ଚିତ୍ରକଳାର ବ୍ୟାପକ ଭାବେ ପ୍ରଦର୍ଶନ କରିଛନ୍ତି । ବିଶେଷ କରି ତାଙ୍କ କଳାରେ ପରିବେଶଗତ ଅସ୍ଥିରତା, ସହରୀକରଣ, ବିସ୍ଥାପନ, ପୌରାଣିକ କଥାକାହାଣୀ, ସାମାଜିକ-ରାଜନୈତିକ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ଅନ୍ୱେଷଣ ଭଳି ବିଷୟର ସ୍ପଷ୍ଟ ଉପସ୍ଥିତି ଦେଖିବାକୁ ମିଳେ। ଉଭୟ ଚିତ୍ର ଓ ଭାସ୍କର୍ୟରେ ପାରଦର୍ଶିତା ଲାଭ କରିଥିବା ୫୫ ବର୍ଷୀୟ ଜଗନ୍ନାଥଙ୍କ କଳାକୃତି ପୃଥିବୀର ବିଭିନ୍ନ ପ୍ରମୁଖ ସଂଗ୍ରହାଳୟ ଓ ବ୍ୟକ୍ତିଗତ ସଂଗ୍ରାହକଙ୍କ ପାଖରେ ରହିଛି । ଓଡ଼ିଶାର ଯୁବ କଳାକାରମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଲକ୍ଷନେଇ ୨୦୧୧ ମସିହାରେ ସେ ଭୁବନେଶ୍ୱରରେ “ଉତ୍ସ ଫାଉଣ୍ଡେସନ୍ ଫର କଣ୍ଟେମ୍ପରାରୀ ଆର୍ଟ” ସ୍ଥାପନ କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ବିଭିନ୍ନ ପ୍ରଦର୍ଶନୀ, ରେସିଡେନ୍ସି, କର୍ମଶାଳା ଓ ପବ୍ଲିକ ଆର୍ଟ ପ୍ରୋଜେକ୍ଟ ଦ୍ୱାରା ସମକାଳୀନ ଓ ପାରମ୍ପରିକ କଳାର ସମନ୍ୱୟ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । ନିଜର କଳାକୃତି ସମ୍ପର୍କରେ ଇଟିଭି ଭାରତକୁ EXCLUSIVE ସାକ୍ଷାତକାରରେ କଣ କହୁଛନ୍ତି ଜଗନ୍ନାଥ ପଣ୍ଡା, ଆସନ୍ତୁ ଜାଣିବା ।

ଜଗନ୍ନାଥଙ୍କ ନିଆରା ଚିତ୍ରଭାଷା; ଚିତ୍ରରେ କହନ୍ତି ପୁରାଣରୁ ସହରୀକରଣ, ସମାଜରୁ-ରାଜନୈତିକ ପରିବର୍ତ୍ତନର କଥା (Etv Bharat)

ପ୍ରଶ୍ନ: ନିଜ ସହରରେ ଆପଣଙ୍କର ଏହି ପ୍ରଥମ ବୃହତ୍ ଏକକ ପ୍ରଦର୍ଶନୀ 'The Long Now Of Us" ବିଷୟରେ କିଛି କୁହନ୍ତୁ

ଉତ୍ତର: ନିଜ ସହରରେ ଏକ ବୃହତ୍ ପ୍ରଦର୍ଶନୀ କରିବା ମୋର ଦୀର୍ଘଦିନର ସ୍ବପ୍ନ ଥିଲା, ଯାହା ଏବେ ପୂରଣ ହୋଇଛି। ଏଣ୍ଟରପ୍ରିନର୍ସ ଅର୍ଗାନାଇଜେସନ୍ ଓଡ଼ିଶା ପକ୍ଷରୁ ଏହା ମୋର ନିଜ ସହରରେ ପ୍ରଥମ ବୃହତ୍ ଏକକ ପ୍ରଦର୍ଶନୀ। ଏଠାରେ ତିନି ଦଶନ୍ଧି ଧରି ମୋର କଳାତ୍ମକ ପରିଭାଷାରେ ଯେପରି ବିବର୍ତ୍ତନ ଆସିଛି, ତାହାକୁ ସଂଗୃହୀତ ଭାବେ ପ୍ରଦର୍ଶିତ କରାଯାଯାଇଛି। ଏଥିରେ ମିକ୍ସଡ୍ ମିଡିଆ ପେଣ୍ଟିଂ, ସ୍ଥାପତ୍ୟ ଆଧାରିତ କାର୍ଯ୍ୟ, ଇନଷ୍ଟଲେସନ୍, ଡ୍ରଇଂ ଓ ଡିଜିଟାଲ କଳାକୃତି ସମସ୍ତ ମାଧ୍ୟମର ସମାହାର ଘଟିଛି। ଶିବଦାସ ସେନଗୁପ୍ତା ତାଙ୍କ ପ୍ରସ୍ତୁତିରେ ମୋର ବର୍ଣ୍ଣନାତ୍ମକ ଚିତ୍ରଣରୁ ସାଙ୍କେତିକ ଓ ସଂସ୍କୃତି ସମ୍ପନ୍ନ ବିନ୍ୟାସ ପର୍ଯ୍ୟନ୍ତ ଯାତ୍ରାକୁ ଉଲ୍ଲେଖ କରିଥିଲେ।

ଏହି ପ୍ରଦର୍ଶନୀର କେନ୍ଦ୍ରବିନ୍ଦୁ ଥିଲା ୧୬ ଫୁଟର ଅଭିଲେଖ ଆଧାରିତ ରଥ । ଏହି କାମ ପାଇଁ ପ୍ରାୟ ୪ ବର୍ଷ ସମୟ ଲାଗିଛି। ଅନେକ ଲୋକ ଏଥିରେ କାମ କରିଛନ୍ତି ଓ ଅନେକ ଅର୍ଥ ବ୍ୟୟ ହୋଇଛି।

Modern Artist Jagannath Panda from Odisha
ଜଗନ୍ନାଥଙ୍କ ନିଆରା ଚିତ୍ରଭାଷା; ଚିତ୍ରରେ କହନ୍ତି ପୁରାଣରୁ ସହରୀକରଣ, ସମାଜରୁ-ରାଜନୈତିକ ପରିବର୍ତ୍ତନର କଥା (Etv Bharat)

ପ୍ରଶ୍ନ: ଏକକ ପ୍ରଦର୍ଶନୀ କରିବା ପଛରେ ଆପଣଙ୍କ ଲକ୍ଷ୍ୟ କଣ ଥିଲା ?

ଉତ୍ତର: ଏକକ ପ୍ରଦର୍ଶନୀ କରିବା ପଛରେ ମୋର ଲକ୍ଷ୍ୟ ଥିଲ ଏକ ନିଆରା ଅନୁଭୂତି ସଂଗ୍ରହ କରିବା । ଦଶ ବର୍ଷ ତଳୁ ଏହାର ଯୋଜନା କରିଥିଲି। ସଠିକ ସ୍ଥାନ ନ ମିଳିବାରୁ ଅନେକଥର ବାତିଲ ହୋଇଛି। ଏଥିରେ ୪୨ଟି କାମ ରହିଛି। ପରିବେଶରେ ଅସ୍ଥିରତା, ବିସ୍ଥାପନ ଓ ପୌରାଣିକ କାହାଣୀ ଭଳି ବିଷୟବସ୍ତୁ ଏଥିରେ ସ୍ଥାନ ପାଇଛି। ଏହି କାମକୁ ବୁଝିବାକୁ ହେଲେ ଏହାକୁ ଗଭୀର ଭାବରେ ଦେଖିବା ଆବଶ୍ୟକ।

Modern Artist Jagannath Panda from Odisha
ଜଗନ୍ନାଥଙ୍କ ନିଆରା ଚିତ୍ରଭାଷା; ଚିତ୍ରରେ କହନ୍ତି ପୁରାଣରୁ ସହରୀକରଣ, ସମାଜରୁ-ରାଜନୈତିକ ପରିବର୍ତ୍ତନର କଥା (Etv Bharat)

ପ୍ରଶ୍ନ: ‘ଦ ଲଙ୍ଗ୍ ନାଓ ଅଫ୍ ଅସ୍’ — ପରିକଳ୍ପନାର ମୂଳ ଧାରଣା କଣ?

ଉତ୍ତର: ଏହା ମୋର ମୂଳ ପଦ୍ଧତି “ଦ ଆକ୍ଟ ଅଫ୍ କୋଲାଜିଂ” (Collaging ) ଉପରେ ଆଧାରିତ। କୋଲାଜ୍ (collage) କେବଳ ଏକ ଟେକ୍ନିକ୍ ନୁହେଁ; ଏହା ଏକ ଚିନ୍ତନ ପ୍ରଣାଳୀ। ଏହି ପ୍ରଦର୍ଶନୀରେ ପେଣ୍ଟିଂ, ସ୍ଥାପତ୍ୟ, ଇନଷ୍ଟଲେସନ୍, ଡ୍ରଇଂ ଓ ଡିଜିଟାଲ ଉପାଦାନଗୁଡିକୁ ଏକତ୍ର କରାଯାଇଛି। ବର୍ଣ୍ଣନା ଆଧାରିତ ଚିତ୍ରଣରୁ ସାଙ୍କେତିକ ବିନ୍ୟାସ ପର୍ଯ୍ୟନ୍ତ ମୋର ବିବର୍ତ୍ତନକୁ ଏହା ଉପସ୍ଥାପନ କରୁଛି। ପରିବେଶ ଅସ୍ଥିରତା, ସାଂସ୍କୃତିକ ବିସ୍ଥାପନ, ପୌରାଣିକ ସୃଜନ ଓ ସ୍ମୃତିକୁ ନେଇ ଗଭୀର ଭାବନା ଏଥିରେ ରହିଛି। ଓଡ଼ିଶାର ସ୍ଥାପତ୍ୟ, ପର୍ବପର୍ବାଣୀ ଓ ନୃତ୍ୟ ପରମ୍ପରା ମୋତେ ଗଭୀର ଭାବରେ ପ୍ରେରିତ କରିଛି।

First  solo exhibition 'The Long Now Of Us' in bhubaneswar
ଭୁବନେଶ୍ୱରରେ ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ପ୍ରଥମ ବୃହତ୍ ଏକକ ପ୍ରଦର୍ଶନୀ 'The Long Now Of Us" (Etv Bharat)

ପ୍ରଶ୍ନ: ଏହି ପ୍ରଦର୍ଶନୀର ଗୁରୁତ୍ୱ କଣ?

ଉତ୍ତର: ମତେ ଲାଗୁଛି, ଭୁବନେଶ୍ୱରକୁ ଏହି କୃତିଗୁଡିକ ସହ ଫେରିବା ଏକ ଯାତ୍ରାର ଶେଷ ପରି। ‘ଦ ଲଙ୍ଗ୍ ନାଓ ଅଫ ଅସ’ ଏକ ଏମିତି ପ୍ରଦର୍ଶନୀ, ଯେଉଁଠାରେ ଇତିହାସ ଓ ବର୍ତ୍ତମାନ ଏକାଠି ସହାବସ୍ଥାନ କରୁଛନ୍ତି । ମୋର ପ୍ରାରମ୍ଭିକ ଜୀବନର ଅନୁଭୂତି ଏଠାରେ ରୂପ ନେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ | ସେହି ଅନୁଭୂତିକୁ ନିଜ ଲୋକମାନଙ୍କ ସହ ବାଣ୍ଟିବାରେ ଏକ ଗଭୀର ବ୍ୟକ୍ତିଗତ ଓ କଳାତ୍ମକ ଅର୍ଥ ରହିଛି।

First  solo exhibition 'The Long Now Of Us' in bhubaneswar
ଭୁବନେଶ୍ୱରରେ ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ପ୍ରଥମ ବୃହତ୍ ଏକକ ପ୍ରଦର୍ଶନୀ 'The Long Now Of Us" (Etv Bharat)

ପ୍ରଶ୍ନ: ଓଡ଼ିଶାରେ କଳାର ଭବିଷ୍ୟତକୁ ନେଇ କଣ କହିବେ?

ଉତ୍ତର: ନୂଆ ଭବିଷ୍ୟତ ତିଆରି କରିବାକୁ ହେଲେ ବିଭିନ୍ନ ପୀଢିଙ୍କ ମଧ୍ୟରେ ସଂଳାପ ଆବଶ୍ୟକ। କେବଳ ସଂସ୍କୃତିର କଥା କହିଲେ ହେବନି, ତାହାକୁ କାର୍ଯ୍ୟକାରୀ କରିବା ଦରକାର। କଳାକୁ ବଞ୍ଚାଇବା ପାଇଁ ସରକାର ଓ ସମାଜ ଦୁହେଁ ଆଗକୁ ଆସିବା ଆବଶ୍ୟକ।

a
a (a)

ପ୍ରଶ୍ନ: ବିଶ୍ୱଦରବାରରେ ଓଡ଼ିଶାର କଳା କିପରି ପହଁଚିବ?

ଉତ୍ତର : ବିଶ୍ୱ ଦରବାରରେ ପହଞ୍ଚିବା ପୂର୍ବରୁ ନିଜ ମାଟିକୁ ମଜବୁତ କରିବା ଦରକାର। ଶିକ୍ଷାନୁଷ୍ଠାନକୁ ସୁଦୃଢ କରିବା ଓ ଏକ ସୁସ୍ଥ ଆର୍ଟ ଇକୋସିଷ୍ଟମ (ecosystem ) ତିଆରି କରିବା ଦରକାର। କେବଳ ଟ୍ରେନିଂ ସେଣ୍ଟର ହେଲେ ହେବନି; ସମଗ୍ର ପରିବେଶ ତିଆରି କରିବା ଆବଶ୍ୟକ।

Modern Artist Jagannath Panda from Odisha
ଜଗନ୍ନାଥଙ୍କ ନିଆରା ଚିତ୍ରଭାଷା; ଚିତ୍ରରେ କହନ୍ତି ପୁରାଣରୁ ସହରୀକରଣ, ସମାଜରୁ-ରାଜନୈତିକ ପରିବର୍ତ୍ତନର କଥା (Etv Bharat)

ପ୍ରଶ୍ନ: ନୂଆ ପିଲାମାନଙ୍କ ପାଇଁ ସନ୍ଦେଶ?

ଉତ୍ତର: ନୂଆ ପିଢ଼ିକୁ ସମୟ ଓ ପରିବେଶର ସୀମାବଦ୍ଧତା ଭିତରୁ ବାହାରିବାକୁ ହେବ। ସୃଜନଶୀଳ ଚିନ୍ତାଧାରା ସମାଜକୁ ଅନେକ ଫାଇଦା ଦେଇପାରେ। କଷ୍ଟ କରିଲେ ଫଳ ନିଶ୍ଚୟ ମିଳିବ।

Modern Artist Jagannath Panda from Odisha
ଜଗନ୍ନାଥଙ୍କ ନିଆରା ଚିତ୍ରଭାଷା; ଚିତ୍ରରେ କହନ୍ତି ପୁରାଣରୁ ସହରୀକରଣ, ସମାଜରୁ-ରାଜନୈତିକ ପରିବର୍ତ୍ତନର କଥା (Etv Bharat)

ପ୍ରଶ୍ନ: ସରକାରଙ୍କ ଭୂମିକା କଣ ହେବା ଉଚିତ?

ଉତ୍ତର: ସରକାର ଆର୍ଟକୁ ନେଇ ଅଧିକ କାର୍ଯ୍ୟ କରିବା ଆବଶ୍ୟକ। ସଠିକ ଲୋକଙ୍କୁ ସଠିକ ଦାୟିତ୍ୱ ଦେଇ ସଠିକ ପରିକଳ୍ପନା କାର୍ଯ୍ୟକାରୀ କରାଯିବା ଉଚିତ।

Modern Artist Jagannath Panda from Odisha
ଜଗନ୍ନାଥଙ୍କ ନିଆରା ଚିତ୍ରଭାଷା; ଚିତ୍ରରେ କହନ୍ତି ପୁରାଣରୁ ସହରୀକରଣ, ସମାଜରୁ-ରାଜନୈତିକ ପରିବର୍ତ୍ତନର କଥା (Etv Bharat)

ଇଟିଭି ଭାରତ, ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ ରାଜ୍ୟ ବଜେଟରେ ମନମୋହିଲା ଲାଲ ସୁଟକେସ୍, ଜାଣନ୍ତୁ କିଏ ସେ ବିଶ୍ୱକର୍ମା ?

ଏହା ମଧ୍ୟ ପଢନ୍ତୁ ଓଡିଆ ସଂସ୍କୃତିର ପରିଚୟ ପଟ୍ଟଚିତ୍ର; କଳାକୁ ବଞ୍ଚାଇ ରଖିବା ପାଇଁ ଦୁଇଭାଇ ଦେଉଛନ୍ତି ମାଗଣା ତାଲିମ