ETV Bharat / state

ଅନୁଗୋଳ ବନଖଣ୍ଡକୁ ପଡିଛି ଶନିଦଶା ! ବାଘ ପରେ ଗଲା ଦନ୍ତାହାତୀ ଜୀବନ

ଅନୁଗୁଳ ପୋକୁଣ୍ଡା ସେକ୍ସନରେ ଦନ୍ତାହାତୀର ମୃତଦେହ ଠାବ । ଦନ୍ତାର ବୟସ ୧୫ରୁ ୨୦ ବର୍ଷ, ମୃତ୍ୟୁର କାରଣ ଅସ୍ପଷ୍ଟ ।

TUSKER FOUND DEAD
ବାଘ ପରେ ଗଲା ଦନ୍ତାହାତୀ ଜୀବନ (ETV Bharat Odisha)
author img

By ETV Bharat Odisha Team

Published : December 15, 2025 at 10:54 PM IST

2 Min Read
Choose ETV Bharat

ଅନୁଗୋଳ: ହାତୀଙ୍କ ଜୀବନ ପ୍ରତି ବିପଦ । ଅନୁଗୋଳ ବନଖଣ୍ଡକୁ ପଡିଛି ଶନିଦଶା ! ବାଘ ପରେ ଦନ୍ତା ହାତୀର ଜୀବନ ଗଲା । ଗତ 9 ତାରିଖରେ ଅନୁଗୋଳ ବନଖଣ୍ଡରେ ଏକ କଲରପତରିଆ ବାଘର ମୃତ୍ୟୁ ଶିକାରୀ ଫାସରେ ପଡି ହୋଇଥିବା ବେଳେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ କାରଣ ଜଣାପଡି ନଥିବା ବେଳେ କୌଣସି ଶିକାରୀର ଫାସ ନା ଶିକାର ନା ଆଉ କୌଣସି କାରଣ ପାଇଁ ଦନ୍ତାର ମୃତ୍ୟୁ ହୋଇଛି ତାହା ଜଣାପଡି ନାହଁ ।


ଅନୁଗୋଳ ବନାଞ୍ଚଳ ପକୁଣ୍ଡା ସେକ୍ସନ ମାଣିକ ଯୋଡି ଜଙ୍ଗଲ ନନିକଟରୁ ମିଳିଛି ଦନ୍ତାହାତୀ ମୃତଦେହ । ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ । ତେବେ ସୁସ୍ଥ ସବଳ ଦନ୍ତା କେମିତି ମଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି । କିଛି ସ୍ଥାନୀୟ ଲୋକେ ଗୁଳି ମାଡରେ ହାତୀର ମୃତ୍ୟୁ ହୋଇଥିବା କହୁଥିବା ବେଳେ ଅନୁଗୋଳ ଡିଏଫଓ ନୀତିଶ କୁମାର କହିଛନ୍ତି, "ଏନେଇ କି ତନାଘନା ଚାଲିଛି କିଛି ଜଣାପଡି ନାହିଁ । ମୃତ ଦନ୍ତାର ବୟସ 15 ରୁ 20 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମୃତ ହାତୀର ଶରୀରରେ କୌଣସି କ୍ଷତ ଚିହ୍ନ ମିଳି ନାହିଁ । ତେଣୁ ବ୍ୟବଛେଦ ପରେ ମୃତୁର ପ୍ରକୃତ କାରଣ ଜଣା ପଡିବ ।"

ତେବେ ପ୍ରଶ୍ନ ଉଠୁଛି ବାରମ୍ବାର ବନଖଣ୍ଡର ଏକ ନିର୍ଦିଷ୍ଟ ବନାଞ୍ଚଳରେ ଏଭଳି ବନ୍ୟଜନ୍ତୁଙ୍କ ମୃତ୍ୟୁ ପାଇଁ ଦାୟୀ କିଏ । ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ଅଙ୍ଗୁଳି । ସେହିଭଳି ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଲୋକେ ଏହାର ଫଳ ଭୋଗୁଛନ୍ତି । ବିଶେଷ କରି ଚାଷୀ ମାନେ ବହୁ କ୍ଷତି ସହୁଥିବା ବେଳେ ବିଭାଗ ପକ୍ଷରୁ ସେଭଳି କୌଣସି ଆଖି ଦୃଶିୟ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ମଧ୍ୟ ହେଉଛି ।


ଅନୁଗୋଳ ଜିଲାରେ ବିପଦରେ ବନ୍ୟଜନ୍ତୁ-

ସେହିଭଳି ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଲୋକେ ଏହାର ଫଳ ଭୋଗୁଛନ୍ତି । ବିଶେଷ କରି ଚାଷୀ ମାନେ ବହୁ କ୍ଷତି ସହୁଥିବା ବେଳେ ବିଭାଗ ପକ୍ଷରୁ ସେଭଳି କୌଣସି ଆଖି ଦୃଶିୟ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ମଧ୍ୟ ହେଉଛି । ତେବେ ଜିଲାରେ ହାତୀ ମଣିଷ ଲଢେଇ ଚରମ ସୀମାରେ ପହଁଚି ଥିବାବେଳେ ଏଥୁରେ କେବଳ ହାତୀ ନିହେଁ ମଣିଷଙ୍କ ମଧ୍ୟ ଜୀବନ ଯାଉଛି ।


ଗତ ଦୁଇ ବର୍ଷ ମଧ୍ୟରେ ଜିଲାରେ ୨୦ ରୁ ଅଧୁକ ଲୋକଙ୍କ ଜୀବନ ଯାଇଥିବା ବେଳେ ବିଭିନ୍ନ କାରଣ ପାଇଁ ୭ ରୁ ଅଧୁକ ହାତୀ ଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ତଥ୍ୟ ରୁ ଜଣାପଡିଛି। ଗତ କିଛିଦିନ ହେବ ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ମୃତ୍ୟୁ ବିଭାଗୀୟ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।

ଏଠାରେ କେବଳ ହାତୀ ନୁହେଁ ବରଂ କଲରା ପତରିଆ ବାଘ ଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଏକ ତଥ୍ୟ ମୁତାବକ ଜିଲାରେ ମଧ୍ୟ ଗତ ୬ ବର୍ଷ ରେ ୧୧ ଟି କଲରପତରିଆ ବାଘଙ୍କ ମଧ୍ୟ ଜୀବନ ଯାଇଛି । କେତେବେଳେ ଶିକାର ତ ଆଉ କେତେବେଳ ଶିକାରୀ ଫାସରେ ପଡି ସେମାନଙ୍କ ଜୀବନ ଯାଉଥିବା ନଜରକୁ ଆସୁଛି । ଯାହାପ୍ରତି କାହାରି ନଜର ନଥିବା ମଧ୍ୟ ସାମ୍ନା କୁ ଆସୁଛି ।

ଇଟିଭି ଭାରତ, ଅନୁଗୋଳ