ଆସନ୍ତାକାଲିଠୁ ଗଡ଼ିବ ପୁରୀ-ସୋଲାପୁର ସ୍ପେଶାଲ ଏକ୍ସପ୍ରେସ ଟ୍ରେନ
ଓଡ଼ିଶାରୁ ମହାରାଷ୍ଟ୍ରକୁ ଯାତ୍ରୀ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛି । ରିପୋର୍ଟ: ମୀନତି ସିଂହ

Published : August 6, 2026 at 11:04 AM IST
ଭୁବନେଶ୍ବର: ଓଡ଼ିଶାରୁ ମହାରାଷ୍ଟ୍ର ଯାଉଥିବା ଟ୍ରେନଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି(ଅଗଷ୍ଟ 7)ରୁ ଗଡ଼ିବ ପୁରୀ-ସୋଲାପୁର ଜଙ୍କସନ ସ୍ପେଶାଲ ଏକ୍ସପ୍ରେସ । ଓଡ଼ିଶାରୁ ମହାରାଷ୍ଟ୍ର ଅଭିମୁଖେ ବଢ଼ୁଥିବା ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
Special Train Alert
— East Coast Railway (@EastCoastRail) August 5, 2026
To facilitate passenger convenience, a One Way Train on Demand (TOD) Special Express will run from Puri to Solapur Junction on 07.08.2026 (Friday).#SpecialTrain #TrainOnDemand #EastCoastRailway #IndianRailways #ECoRupdate @RailMinIndia pic.twitter.com/uFUvE9I0eS
ଆସନ୍ତାକାଲିଠୁ ଗଡ଼ିବ ଏକ୍ସପ୍ରେସ:
ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୦୮୪୪୫ ପୁରୀ-ସୋଲାପୁର ଜଙ୍କସନ ଏକମୁଖୀ(One Way) ସ୍ପେଶାଲ ଟ୍ରେନ୍ ଆସନ୍ତା ଅଗଷ୍ଟ ୭ (ଶୁକ୍ରବାର) ରାତି ୧୧ଟା ୪୫ ମିନିଟରେ ପୁରୀରୁ ଯାତ୍ରା ଆରମ୍ଭ କରିବ । ଟ୍ରେନ୍ଟି ଅଗଷ୍ଟ ୯ (ରବିବାର) ପ୍ରଭାତ ୪ଟା ୧୫ ମିନିଟରେ ସୋଲାପୁର ଜଙ୍କସନରେ ପହଞ୍ଚିବ ।
କେଉଁଠି କେଉଁଠି ଅଟକିବ ଟ୍ରେନ ?
ଏହି ସ୍ପେଶାଲ ଟ୍ରେନ୍ ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ବିଜୟନଗରମ, ଦୁଭୱାଡା, ବିଜୟୱାଡା ଜଙ୍କସନ, ଗୁଣ୍ଟୁର, ନାଲଗୋଣ୍ଡା, ସିକନ୍ଦରାବାଦ, ୱାଡି ଓ କଲବୁର୍ଗି ଷ୍ଟେସନରେ ରହଣି କରିବ । ଏହାଦ୍ୱାରା ଏହି ଦକ୍ଷିଣ ଓ ମଧ୍ୟ ଭାରତର ସହର ଗୁଡିକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ଜଣକ ବିକଳ୍ପ ହୋଇପାରିବ ।
ଏହି ସ୍ୱତନ୍ତ ଟ୍ରେନ୍ରେ ମୋଟ ୨୨ଟି କୋଚ୍ ରହିବ । ସେଥିରେ ୧୩ଟି ସ୍ଲିପର ଶ୍ରେଣୀ କୋଚ୍, ୭ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ଏବଂ ୨ଟି ଲଗେଜ୍-କମ୍-ଦିବ୍ୟାଙ୍ଗ ବନ୍ଧୁ କୋଚ୍ ସାମିଲ ରହିଛି । ଏହା ଫଳରେ ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଆସନ ବ୍ୟବସ୍ଥା ଉପଲବ୍ଧ ହେବ ।
କେଉଁଠୁ ପାଇପାରିବେ ଟ୍ରେନ ସମ୍ପର୍କରେ ସୂଚନା ?
ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ନ୍ୟାସନାଲ ଟ୍ରେନ୍ ଇନକ୍ୱାରି ସିଷ୍ଟମ (NTES) କିମ୍ବା ରେଳବାଇର ଅଧିକୃତ ପଚରାଉଚରା ସେବା ମାଧ୍ୟମରେ ଟ୍ରେନ୍ର ସର୍ବଶେଷ ସମୟସୂଚୀ ଓ ଚଳାଚଳ ସମ୍ପର୍କିତ ସୂଚନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଓଡ଼ିଶାରୁ ସୋଲାପୁରକୁ ସିଧାସଳଖ ଯାତାୟାତ ପାଇଁ ମାତ୍ର ଦୁଇଟି ନିୟମିତ ଟ୍ରେନ୍ ଚଳାଚଳ କରୁଛି । ମହାରାଷ୍ଟ୍ର ଅଭିମୁଖେ ବଢ଼ୁଥିବା ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଳପଥ ପକ୍ଷରୁ ପୁରୀ–ସୋଲାପୁର ଜଙ୍କସନ୍ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ । ଏହି ସ୍ୱତନ୍ତ୍ର ଟ୍ରେନ୍ ଚାଲିବା ଫଳରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଓଡ଼ିଶାରୁ ସୋଲାପୁରକୁ ସିଧାସଳଖ ଟ୍ରେନ୍ ସେବାର ସଂଖ୍ୟା ତିନିକୁ ବୃଦ୍ଧି ପାଇବ ।
ଏହା ମଧ୍ୟ ପଢନ୍ତୁ: ହରିୟାଣାର ଜିନ୍ଦରୁ ଗଡ଼ିଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି |
ଇଟିଭି ଭାରତ, ଭୁବନେଶ୍ବର

