ETV Bharat / state

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଉ ଦୁଇ ମାସ ବଢିଲା e-KYC ଅପଡେଟ ଅବଧି

ଏହା ପୂର୍ବରୁ ନଭେମ୍ବର 2 ତାରିଖ  ରାସନକାର୍ଡ e-KYC ଅପଡେଟ ଅବଧିର ଶେଷ  ତାରିଖ ଥିଲା । ଏହି ସମୟ ସୀମାକୁ ବୃଦ୍ଧି କରାଯାଇ ଡିସେମ୍ବର 31 ତାରିଖ ରଖାଯାଇଥିଲା ।

e-kyc deadline extended for 2 months
ଆଉ ଦୁଇ ମାସ ବଢିଲା e-KYC ଅପଡେଟ ଅବଧି (Etv Bharat)
author img

By ETV Bharat Odisha Team

Published : December 31, 2025 at 8:37 PM IST

1 Min Read
Choose ETV Bharat

ଭୁବନେଶ୍ୱର: ରାଜ୍ୟର ସମସ୍ତ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର l e-KYC ପାଇଁ ପୁଣି 2 ମାସ ଅବଧି ବଢ଼ାଇଲେ ସରକାର l ଫେବୃଆରି ମାସ ଯାଏ ଇକେୱାଇସି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର l ଆଜି ସରୁଛି ଇ-କେୱାଇସି ଅବଧି l ଏବେ ସୁଦ୍ଧା 96 ପ୍ରତିଶତ ଇକେ୍ୱାଇସି କରି ସାରିଥିବା ବେଳେ ବାକି 4 ପ୍ରତିଶତ କରି ନାହାନ୍ତି l କଟକ ଏବଂ ଉପକୂଳ ଜିଲ୍ଲା ଗୁଡିକରେ ଅଧିକ ହିତାଧିକାରୀ ଇକେୱାଇସି କରି ନାହାନ୍ତି l ସରକାର ଚାହୁଁଛନ୍ତି କାହାର କାର୍ଡ ନ କଟୁ l ସମସ୍ତେ ଆଉ 2 ମାସ ସମୟ ଭିତରେ ଇକେୱାଇସି କରି ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏବେ ସୁଦ୍ଧା ନୂଆ 8 ଲକ୍ଷ ରାସନ କାର୍ଡ ବାଣ୍ଟି ସାରିଲେଣି ସରକାର l

ଏହା ପୂର୍ବରୁ ନଭେମ୍ବର 2 ତାରିଖ ରାସନକାର୍ଡ e-KYC ଅପଡେଟ ଅବଧିର ଶେଷ ତାରିଖ ଥିଲା । ଏହି ସମୟ ସୀମାକୁ ବୃଦ୍ଧି କରାଯାଇ ଡିସେମ୍ବର 31 ତାରିଖ ରଖାଯାଇଥିଲା । ତଥାପି ଏହି ସମୟସୀମା ମଧ୍ୟରେ ଗ୍ରାହକ ଏହି ଅପ଼ଡେଟ କରି ନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି ଏହାର ଅବଧି ପୁଣି 2 ମାସ ବଢାଇଛନ୍ତି ।

ଆଉ ଦୁଇ ମାସ ବଢିଲା e-KYC ଅପଡେଟ ଅବଧି (Etv Bharat)

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, 2025ର ଶେଷ ଦିନ ଥିଲା ଆଜି । ସମୀକ୍ଷାରୁ ଜଣା ପଡିଥିଲା ଅନେକ ହିତାଧିକାରୀ e-KYC ଅପଡେଟ କରି ନାହାଁନ୍ତି । 96 ପ୍ରତିଶତ ହିତାଧିକାରୀ କରି ସାରିଛନ୍ତି, ଯାହା ଭାରତରେ ସର୍ବାଧିକ । ତେଣୁ ଯେଉଁମାନେ କରି ନାହାଁନ୍ତି ସେମାନଙ୍କ ପାଇଁ ଅବଧି ବଢାଇଛୁ । ତେବେ ଗ୍ରାମାଞ୍ଚଳରେ ଅଧିକ ଲୋକ ଏହା କରିଛନ୍ତି । 8 ଲକ୍ଷ ହିତିଧିକାରୀ କାର୍ଡ ପାଇ ସାରିଲେଣି । ଆଉ ଯେଉଁମାନେ ଅଛନ୍ତି ସେମାନଙ୍କର ଯାଞ୍ଚ କରି ତୁରନ୍ତ ଦେବୁ । ତା ଛଡା ଯେଉଁମାନେ ନୂଆ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ପୁଣି ବଢ଼ିଲା ରାସନ କାର୍ଡ e-KYC ଅପଡେଟ୍ ଅବଧି

ଏହା ମଧ୍ୟ ପଢନ୍ତୁ ଏହିମାନଙ୍କ କଟିଯିବ ରାସନ କାର୍ଡ; ଶୀଘ୍ର କରନ୍ତୁ eKYC ଅପଡେଟ୍‌ - Ration Card eKYC