ଭାରତକୁ ବଡ ସଫଳତା, ପ୍ରଥମ ଥର NASM-SRର ‘ସଲଭୋ’ ପରୀକ୍ଷଣ ସଫଳ
ଓଡିଶା ସୀମା ବଙ୍ଗୋପସାଗର ଉପକୂଳରେ ଡିଆରଡିଓ ଓ ଭାରତୀୟ ନୌସେନା ସଫଳତାପୂର୍ବକ ପରୀକ୍ଷଣ କରିଛନ୍ତି ।


Published : April 30, 2026 at 11:57 AM IST
ଭୁବନେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ ସଫଳତା । ଡିଆରଡିଓ ଓ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ନାଭାଲ ଆଣ୍ଟି ସିପ୍ ମିସାଇଲ ସର୍ଟ ରେଞ୍ଜ (NASM-SR)ର ପ୍ରଥମ ‘ସଲଭୋ’ (ଏକ ସଙ୍ଗରେ ଏକାଧିକ) ପରୀକ୍ଷଣ ସଫଳତାପୂର୍ବକ କରିଛନ୍ତି । ଓଡିଶା ସୀମା ବଙ୍ଗୋପସାଗର ଉପକୂଳରେ ଭାରତୀୟ ନୌସେନା ଏଥିପାଇଁ ହେଲିକପ୍ଟରର ବ୍ୟବହାର କରିଛି । ଖାସ କଥା ହେଉଛି ଯେ ହେଲିକପ୍ଟର ମଧ୍ୟରୁ ବହୁତ କମ ସମୟ ବ୍ୟବଧାନରେ ଦୁଇଟି ମିସାଇଲ ଉତକ୍ଷେପଣ କରାଯାଇଥିଲା ।
The @DRDO_India & Indian Navy successfully jointly conducted the maiden Salvo launch of Naval Anti-ship Missile-Short Range (NASM-SR) from Indian Navy’s helicopter platform, off the coast of Bay of Bengal in Odisha.
— रक्षा मंत्री कार्यालय/ RMO India (@DefenceMinIndia) April 29, 2026
Raksha Mantri Shri @rajnathsingh complimented DRDO, Indian… pic.twitter.com/oPmiyAOZlG
ଦୁଇଟି ଯାକ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର ତତ୍ତ୍ବାବଧାନରେ ଏହି ପରୀକ୍ଷଣ ସଫଳ ହୋଇଛି । ସାମୁଦ୍ରିକ ଆକ୍ରମଣ କ୍ଷମତା ଓ ସ୍ବଦେଶୀ ପ୍ରତିରକ୍ଷାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ଏହାର ପରୀକ୍ଷଣ କରାଯାଇଛି ।
ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ
ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ DRDO, ଭାରତୀୟ ନୌସେନା, ଭାରତୀୟ ବାୟୁସେନା ଓ ଏହା ସହ ଜଡିତ ସମସ୍ତ ଭାଗିଦାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ‘‘ଏହି ମିସାଇଲର ସଫଳ ପରୀକ୍ଷଣ ପରେ ଭାରତୀୟ ସଶସ୍ତ୍ର ବଳ ଆହୁରି ଶକ୍ତିଶାଳୀ ହେବ’’ । ସେହିପରି ଡିଆରଡିଓ ମୁଖ୍ୟ ସମୀର ଭି କାମତ ମଧ୍ୟ ଏହି ଉପଲବ୍ଧି ପାଇଁ ଟିମକୁ ଶୁଭକାମନା ଜଣାଇଛନ୍ତି ।
.@DRDO_India & @indiannavy successfully conducted the first-ever salvo launch of the Naval Anti-Ship Missile–Short Range (NASM-SR) from a helicopter platform off the Bay of Bengal, Odisha.
— Ministry of Defence, Government of India (@SpokespersonMoD) April 29, 2026
Two missiles fired in quick succession hit waterline targets with precision, meeting all… pic.twitter.com/oKK9zuvf0j
ପ୍ରତିରକ୍ଷା ମନ୍ତ୍ରାଳୟ ଏନେଇ ଏକ୍ସରେ ପୋଷ୍ଟ କରିଛି ଯେ ‘‘ଦୁଇଟି ମିସାଇଲକୁ ଦ୍ରୁତ ଗତିରେ ନିକ୍ଷେପ କରାଯିବା ପରେ ଏହା ଲକ୍ଷ୍ୟକୁ ସଠିକ ଭାବେ ଭେଦ କରିଥିଲା । ଭାରତର ସାମୁଦ୍ରିକ ଆକ୍ରମଣ କ୍ଷମତା ଏବଂ ସ୍ୱଦେଶୀ ପ୍ରତିରକ୍ଷା ନବସୃଜନ ପାଇଁ ଏହା ଏକ ପ୍ରମୁଖ ପ୍ରୋତ୍ସାହନ’’।
NASM-SR ମିସାଇଲ କଣ ?
ହାଇଦ୍ରାବଦ ସ୍ଥିତ ରିସର୍ଚ୍ଚ ସେଣ୍ଟର ଓ ଡିଆରଡିଓର ମିଳିତ ସହଯୋଗରେ ଏହି ମିସାଇଲକୁ ବିକଶିତ କରାଯାଇଛି । NASM-SR ମିସାଇଲରେ ଅତ୍ୟାଧୁନିକ ଓ ସ୍ବଦେଶୀ ଟେକନିକର ବ୍ୟବହାର କରାଯାଇଛି । ଯେପରିକି ସିକର୍, ସମନ୍ୱିତ ଏଭିଓନିକ୍ସ ମଡ୍ୟୁଲ୍, ଉନ୍ନତ ନାଭିଗେସନ୍ ଏବଂ ଫାଇବର-ଅପ୍ଟିକ୍ ଜାଇରୋସ୍କୋପ୍-ଆଧାରିତ ଇନର୍ସିଆଲ୍ ନାଭିଗେସନ୍ ସିଷ୍ଟମ୍ ଏବଂ ରେଡିଓ-ଅଲ୍ଟିମିଟର ବ୍ୟବହାର କରି ମାର୍ଗଦର୍ଶନ ସହିତ ଉନ୍ନତ ନିୟନ୍ତ୍ରଣ ଏବଂ ମାର୍ଗଦର୍ଶନ ଆଲଗୋରିଦମ, ଉଚ୍ଚ-ବ୍ୟାଣ୍ଡୱିଡଥ୍ ଦୁଇ-ପଥ ଡାଟା ଲିଙ୍କ୍ ଆଦି ଏଥିରେ ବିକଶିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ଅଗ୍ନି-3ର ସଫଳ ପରୀକ୍ଷଣ; ରଣନୈତିକ କ୍ଷମତାକୁ କରିବ ଆହୁରି ମଜବୁତ
ଏହା ମଧ୍ୟ ପଢନ୍ତୁ ଏଭଳି ଟେକ୍ନୋଲୋଜି ପ୍ରସ୍ତୁତ କରିବା ଯାହା ପୃଥିବୀରେ କାହା ପାଖରେ ନଥିବ- DRDO DG ବିନୟ କୁମାର ଦାସ

