ETV Bharat / state

ଗାଈ ଚରାଇବାକୁ ଯାଇଥିଲେ, କଚାଡି ମାରିଲା ଦନ୍ତା

ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ । କପିଳାଶ ବନାଞ୍ଚଳର କୃଷ୍ଣକୁମାରପୁର ଗାଁ ନିକଟରେ ଗାଈ ଚରାଳିକୁ ଟେକି କଚାଡି ମାରିଲା ହାତୀ ।

Elephant Attack Death
ହାତୀ (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 3:52 PM IST

1 Min Read
Choose ETV Bharat

Elephant Attack Death ଢେଙ୍କାନାଳ: ପୁଣି ଜୀବନ ନେଲା ଦନ୍ତା । କାଇମାଟି ପଞ୍ଚାୟତ ଲୋଚପଲ୍ଲୀରେ 3 ଜଣଙ୍କୁ ହାତୀ ମାରିବା ମାତ୍ର କିଛିଦିନ ନ ଯାଉଣୁ ପୁଣି ଆଜି କୃଷ୍ଣକୁମାରପୁରରେ ଜଣଙ୍କୁ କଚାଡି ମାରିିଛି ହାତୀ । ଦନ୍ତା ହାତୀ ଆକ୍ରମଣରେ ଜଣେ ଗାଈ ଚରାଳିର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁର ଗ୍ରାମର ୫୫ ବର୍ଷୀୟ ଶତ୍ରୁଘନ ଗଡ଼ନାୟକ ବୋଲି ଜଣାପଡିଛି ।

ଗାଈ ଚରାଇବାକୁ ଯାଇଥିଲେ, କଚାଡି ମାରିଲା ଦନ୍ତା (ETV Bharat Odisha)

କଚାଡି ମାରିଲା ଦନ୍ତା:

କପିଳାଶ ବନାଞ୍ଚଳର କୃଷ୍ଣକୁମାରପୁର ଗ୍ରାମ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଶତ୍ରୁଘନ ସବୁଦିନ ପରି ଆଜି ଗାଈ ଚରାଇବାକୁ ତାଙ୍କ ଗାଁ ପାଖ ଜଙ୍ଗଲ ନିକଟକୁ ଯାଇଥିଲେ । ତେବେ ଜଙ୍ଗଲରୁ ବାହାରକୁ ପଳାଇ ଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଗୋଡ଼ାଇ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ତେବେ କିଛି ଦୂରରେ ଥିବା ଲୋକ ମାନେ ପାଟି କରିବାରୁ ହାତୀଟି ଛାଡି ପଳାଇଯାଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ କପିଳାଶ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ଢେଙ୍କାନାଳ ବନଖଣ୍ଡରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକମାନେ ସେମାନଙ୍କ ଧନ ଜୀବନ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି । ମାତ୍ର ବନ ବିଭାଗ କୌଣସି ବିକଳ୍ପ ସୁରକ୍ଷା ବ୍ୟବସ୍ଥା କରୁନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ଏନେଇ ମୃତକଙ୍କ ପୁଅ ଶ୍ରୀରାମ ଗଡନାୟକ କହିଛନ୍ତି, ‘ ବାପା ଗାଈ ଚରେଇବାକୁ ଯାଇଥିଲେ ଖବର ପାଇଲୁ ହାତୀ କଚାଡି ଦେବାରୁ ତାଙ୍କ ମୃତ୍ୟୁ ହୋଇଛି ।’

ଏହା ମଧ୍ୟ ପଢନ୍ତୁ:

Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର

ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ

କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ, ହାତୀ ଆକ୍ରମଣରେ 3 ମହିଳା ମୃତ

ଟ୍ରେନ ଗତିରେ ବାଧକ ଗଜରାଜ ! ହାତୀ କରିଡର ଯୋଗୁଁ ରାତିରେ ବିଳମ୍ବ ହେଉଛି ଟ୍ରେନ୍

26ରେ ଜଣଙ୍କ ଜୀବନ ନେଇଥିଲା ଦନ୍ତା:

ସୂଚନା ଥାଉକି, ଗତ ୨୬ ତାରିଖରେ ଘର ଭିତରୁ ଜଣେ ଯୁବକଙ୍କୁ ଶୁଣ୍ଢରେ ଘୋଷାରି ଆଣି ଭାରେ ଟେକି କଚାଡି ମାରିଥିଲା ଦନ୍ତା । ଢେଙ୍କାନାଳ ସଦର ବନାଞ୍ଚଳ ନଗାରୀ ଗ୍ରାମରେ ଦନ୍ତାର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା l ଶୋଇଥିବା ବେଳେ ଘରକୁ ଭାଙ୍ଗିରୁଜି ପକାଇବା ସହ ଘର ଭିତରୁ ଜଣଙ୍କୁ ଶୁଣ୍ଢରେ ଘୋଷାରି ଆଣି ଜଣଙ୍କୁ କଚାଡି ମାରିଥିଲା ଦନ୍ତା । ମୃତ ବ୍ୟକ୍ତି ଜଣଙ୍କ ନଗାରୀ ଗ୍ରାମର ୪୭ ବର୍ଷୀୟ କଷ୍ଟୁ ବେହେରା ।

ଇଟିଭି ଭାରତ, ଢେଙ୍କାନାଳ