ETV Bharat / state

ରାଉରକେଲା ବିମାନ କ୍ରାସ: ଘଟଣାସ୍ଥଳରେ DGCA ଟିମ୍‌ର ତଦନ୍ତ, 2 ଆହତ ଏୟାରଲିଫ୍ଟ

ଅଧିକ ତଦନ୍ତ ପାଇଁ ଆଜି ଅପରାହ୍ନରେ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (AAIB) ମଧ୍ୟ ରାଉରକେଲାରେ ପହଞ୍ଚି ତଦନ୍ତ କରିବ । ଆଜି ଦୁଇ ଆହତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି ।

Plane Crash in Rourkela
ରାଉରକେଲା ବିମାନ କ୍ରାସ (ETV Bharat)
author img

By ETV Bharat Odisha Team

Published : January 11, 2026 at 1:48 PM IST

|

Updated : January 11, 2026 at 4:47 PM IST

1 Min Read
Choose ETV Bharat

ଭୁବନେଶ୍ବର/ରାଉରକେଲା: ରାଉରକେଲା ବିମାନ କ୍ରାସ୍‌ ଘଟଣାରେ ତଦନ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଟିମ୍‌ । କେମିତି ହେଲା ଦୁର୍ଘଟଣା ? କାହିଁକି କରାଗଲା ଫୋର୍ସ ଲ୍ୟାଣ୍ଡିଂ ? ସେନେଇ ତଦନ୍ତ ଚାଲିଛି । ଏପଟେ ବରିଷ୍ଠ ଅଧିକାରୀଙ୍କ ସହ ପରିବହନ ସଚିବ ଉଷା ପାଢ଼ୀ ଆଲୋଚନା ଜାରି ରଖିଛନ୍ତି । ଅଧିକ ତଦନ୍ତ ପାଇଁ ଆଜି ଅପରାହ୍ନରେ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (AAIB) ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବ । ସେପଟେ 2 ଆହତ ଏୟାରଲିଫ୍ଟ ହୋଇଛନ୍ତି ।

ଦୁଇ ଆହତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ:

ଅନ୍ୟପଟେ ରାଜ୍ୟ ସରକାରଙ୍କ 2 ଜଣିଆ ଡାକ୍ତରୀ ଟିମ ରାଉରକେଲାରେ ପହଞ୍ଚିଛନ୍ତି । ଆହତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଦୁଇ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି । ଏନେଇ ପରିବହନ ସଚିବ ଉଷା ପାଢୀ କହିଛନ୍ତି, "ଦୁଇ ଆହତ ସବିତା ଅଗ୍ରୱାଲ ଏବଂ ସୁନୀଲ ଅଗ୍ରୱାଲଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି । ସେମାନେ ସ୍ବଇଚ୍ଛାରେ ଏୟାରଲିଫ୍ଟ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସ୍ଥିର ଏବଂ ବିପଦମୁକ୍ତ, ଜୀବନ ପ୍ରତି କୌଣସି ବିପଦ ନାହିଁ। ଜେପି ହସ୍ପିଟାଲରେ 2 ପାଇଲଟ ଓ ଅନ୍ୟ 2 ଯାତ୍ରୀ ଚିକିତ୍ସିତ ଅଛନ୍ତି । ଜଣେ ଯାତ୍ରୀ ଗୁରୁତର ଅଛନ୍ତି ଓ ଅନ୍ୟ 3 ଜଣ ସୁସ୍ଥ ଅଛନ୍ତି । ରାଜ୍ୟ ସରକାର ସବୁ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ ଅଛନ୍ତି ।"

ରାଉରକେଲାରେ ବିମାନ ଦୁର୍ଘଟଣା:

ଶନିବାର ଦିନ 12ଟା 27ରୁ ରାଉରକେଲା ଅଭିମୁଖେ ଉଡାଣ ଭରିଥିଲା ଇଣ୍ଡିଆ ଓ୍ବାନଏୟାରର ବିମାନ । ଏଥିରେ 2 ଜଣ ପାଇଲଟ କ୍ୟାପ୍ଟେନ ନବୀନ କାଦାଙ୍ଗା ଓ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ଓ 4 ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଥିଲେ । ଏୟାରକ୍ରାଫ୍ଟଟି ରାଉରକେଲାରେ 1.15ରେ ପହଞ୍ଚିବାର ଥିଲା । କିନ୍ତୁ ରାଉରକେଲା ଏୟାରଷ୍ଟ୍ରିପ କିଛି କିଲୋମିଟରେ ଦୂରରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଅନୁଭବ କରିଥିଲେ । ତୁରନ୍ତ ଏନେଇ ଏୟାର ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦେଇ ଜଳଦାର ଏକ ସୁରକ୍ଷିତ ସ୍ଥାନରେ ଆପାତକାଳୀନ ଲ୍ୟାଣ୍ଡିଂ କରିଥିଲେ । 9 ସିଟ୍‌ର ବିଶିଷ୍ଟ ଏହି ବିମାନଟି ଦୁର୍ଘଟଣାର ଶିକାର ହେବା ପରେ ପାଇଲଟଙ୍କ ସମେତ ଯାତ୍ରା ଆହତ ହେବାରୁ ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରାଉରକେଲାରେ ବିମାନ ଦୁର୍ଘଟଣା, ପାଇଲଟଙ୍କୁ ମିଶାଇ 6 ଆହତ

ଇଟିଭି ଭାରତ, ଭୁବନେଶ୍ବର

Last Updated : January 11, 2026 at 4:47 PM IST