ETV Bharat / state

ଜେଲ ଗଲେ କୋଟିପତି ଖଣି ଅଧିକାରୀ ଦେବବ୍ରତ, ଖଣି ବାବୁଙ୍କ ଟଙ୍କା ଗଣି ଭିଜିଲାନ୍ସ ନୟାନ୍ତ

ଖଣି ବାବୁଙ୍କ ଘରେ ଟଙ୍କା ଖଣି ! 2026 ଜାନୁଆରୀ 7ରେ ସେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ ।

Dy Director Mines Debabrata Mohanty
ଜେଲ ଗଲେ କୋଟିପତି ଖଣି ଅଧିକାରୀ (ETV Bharat Odisha)
author img

By ETV Bharat Odisha Team

Published : February 25, 2026 at 8:01 PM IST

1 Min Read
Choose ETV Bharat

ଭୁବନେଶ୍ୱର: ଜେଲ ଗଲେ କୋଟିପତି ଖଣି ଅଧିକାରୀ । କଟକ ମଣ୍ଡଳ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଜାମିନ ଆବେଦନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ଗଲେ ଦେବବ୍ରତ । ଦୁଇ ଦିନ ହେବ ଖଣି ବାବୁଙ୍କ ଟଙ୍କା ଗଣି ଗଣି ଭିଜିଲାନ୍ସ ନୟାନ୍ତ ହୋଇଛି ।

Deputy Director of Mines Debabrata Mohanty
ଜେଲ ଗଲେ କୋଟିପତି ଖଣି ଅଧିକାରୀ (ETV Bharat Odisha)

ଖଣି ଅଧିକାରୀ ଗିରଫ-

ଖଣି ବାବୁଙ୍କ ଟଙ୍କା ନେଇ ଭିଜିଲାନ୍ସର ସୂଚନା । ଦେବବ୍ରତ ମହାନ୍ତିଙ୍କୁ ଗିରଫ କରାଯାଇଛି । ପୂର୍ବରୁ ତାଙ୍କ ନାଁରେ ଭିଜିଲାନ୍ସରେ କେସ୍‌ ରୁଜୁ ହୋଇଛି । ପାହାଳରେ ୨ ତାଲା ଘର ତିଆରି ଚାଲିଛି । କନ୍ଧମାଳରେ ୨ ବର୍ଷ ଚାକିରିରେ ଥିଲେ । ଜାନୁଆରୀରୁ କଟକକୁ ଟ୍ରାନ୍ସଫର ହୋଇଥିଲେ । ୧୦ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି । ଏହାସହିତ ପଟିଆ ଶ୍ରୀବିହାରସ୍ଥିତ ଫ୍ଲାଟରୁ ଜବତ ହୋଇଛି ୪ କୋଟି ୨୭ ଲକ୍ଷ ଟଙ୍କା । କଟକ ଅଫିସ ଚାମ୍ବରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି । ଫ୍ଲାଟରୁ ୩୦୫. ୪୦ ଗ୍ରାମ ସୁନା, ୬୦୦ ଗ୍ରାମ ରୁପା ଅଳଙ୍କାର ଠାବ ହୋଇଥିବା ବେଳେ ବ୍ୟାଙ୍କ ଡିପୋଜିଟ୍, ଜୀବନବୀମା, ଅନ୍ୟାନ୍ୟ ନିବେଶ ଠାବ କରିବାକୁ ଖୋଳତାଡ଼ ଜାରି ରହିଛି ।

Deputy Director of Mines Debabrata Mohanty
ଖଣି ବାବୁଙ୍କ ଟଙ୍କା ଗଣି ଗଣି ଭିଜିଲାନ୍ସ ନୟାନ୍ତ (ETV Bharat Odisha)

ଏହା ବି ପଢନ୍ତୁ- ଲାଞ୍ଚ ନେଇ ଗିରଫ ହେଲେ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ, ଚଢ଼ାଉ ବେଳେ 4 କୋଟି ଟଙ୍କା ଜବତ

ସଚନା ଯେ, କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କଠାରୁ 30,000 ଟଙ୍କା ଲାଞ୍ଚ ନେଉଥିଲା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା । ପରେ ଦେବବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ତଢାଉ ସମୟରେ ତାଙ୍କ ଘରୁ 4 କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଧରା ପଡିବା ପରେ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।

ସୋସିଆଲ ମିଡିଆ ଏକ୍ସରେ ଭିଜିଲାନ୍ସର ଅଫିସିଆଲ୍ ପେଜରେ ଲେଖାଯାଇଛି, "ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କଠାରୁ ତାଙ୍କ ବ୍ୟବସାୟକୁ ସୁରୁଖୁରୁରେ ଚଳାଇବାପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗତକାଲି ରାତିରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାହୋଇଥିବା କଟକ ସର୍କଲ ଖଣି ଉପନିର୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରଖାନତଲାସୀରେ ଭୁବନେଶ୍ୱରସ୍ଥିତ ଫ୍ଲାଟରୁ ନଗଦ୪,୨୭,୧୩,୬୦୦-ଟଙ୍କା ମିଳିଛି ।"

ଇଟିଭି ଭାରତ, ଭୁବନେଶ୍ୱର