ETV Bharat / state

ବଲାଙ୍ଗୀରରେ ଜମିଲା ରଙ୍ଗର ପର୍ବ: ହୋଲି ଖେଳିଲେ ଉପମୁଖ୍ୟମନ୍ତ୍ରୀ, କବିଙ୍କ ଲେଖନୀରୁ ଝରିଲା କବିତା

ବଲାଙ୍ଗୀରରେ ଧୂମଧାମରେ ହୋଲି ପାଳନ ହୋଇଛି । ନେତା ମନ୍ତ୍ରୀ ଜନସାଧାରଣ ଏକାଠି ହୋଇ ହୋଲି ଖେଳିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ହୋଲି ବାର୍ତ୍ତା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

Holi 2026
ହୋଲି ଖେଳିଲେ ଉପମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : March 4, 2026 at 4:19 PM IST

2 Min Read
Choose ETV Bharat

ରିପୋର୍ଟ: ଶେଖ ମହମ୍ମଦ ୱାହିଦ

Holi 2026 ବଲାଙ୍ଗୀର: ହୋଲି ପର୍ବରେ ଆଜି ରଙ୍ଗୀନ ହେଲା ସାରା ବଲାଙ୍ଗୀର । ରାଗ ଋଷା ଭୁଲି ଏକାଠି ପାଳୁଛନ୍ତି ହୋଲି ଓ ପରସ୍ପରଙ୍କୁ ଦେଉଛନ୍ତି ହୋଲି ଶୁଭେଚ୍ଛା । ଏ ଅବସରରେ କବିରୁ କଲମରୁ ମଧ୍ୟ ଝରିଯାଇଛି ସୁନ୍ଦର ରଙ୍ଗୀନ କବିତା । ସେପଟେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜ ଘରେ କର୍ମୀ ଓ ଲୋକଙ୍କ ସହ ପାଳିଲେ ହୋଲି । ଦେଲେ ଶୁଭେଚ୍ଛା ବାର୍ତ୍ତା ।

ବଲାଙ୍ଗୀରରେ ଜମିଲା ରଙ୍ଗର ପର୍ବ (ETV Bharat Odisha)

ଆନନ୍ଦ ଉଲ୍ଲାସରେ ହୋଲି ପାଳନ...

ବଲାଙ୍ଗୀର ଜିଲ୍ଲାରେ ହୋଲିର ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଗଳିକନ୍ଦି ସବୁଠି ରଙ୍ଗର ଆସର । ସବୁ ବର୍ଗର ଲୋକ ଏକାଠି ପାଳୁଛନ୍ତି ହୋଲି । ପରସ୍ପରଙ୍କୁ ରଙ୍ଗ ବୋଳିବା ସହ ଜଣାଉଛନ୍ତି ଶୁଭେଚ୍ଛା । ଏଥର ହର୍ବାଲ ରଙ୍ଗ ଓ ଫଗୁ ରଙ୍ଗର ଏଠି ବହୁଳ ବ୍ୟବାହାର ହୋଇଛି । ଲୋକଙ୍କ ମଧ୍ୟରେ ହୋଲିର ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଗୀତ ବାଦ୍ୟ ତାଳେ ତାଳେ ଲୋକେ ରଙ୍ଗ ଖେଳରେ ମଜ୍ଜି ଯାଇଛନ୍ତି । ସେପଟେ ଏହି ଅବସରରେ ସାଧାରଣ ଲୋକ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ହୋଲିର ଶୁଭକାମନା ଜଣାଇଛନ୍ତି । ସେହିପରି କବି କଲମରୁ ମଧ୍ୟ ରଙ୍ଗୀନ କବିତା ବାହାରିଛି । ଯେଉଁଥିରେ ଜଗତରେ ଫଗୁଣର ରଙ୍ଗ ଓ ତାହାର ମହତ୍ତ୍ବ ପ୍ରତିଫଳିତ ହୋଇଛି ।

holi
ଉପମୁଖ୍ୟମନ୍ତ୍ରୀ ଖେଳିଲେ ହୋଲି (ETV Bharat Odisha)

ଏକତାର ପର୍ବ ହୋଲି...

ତେବେ କ୍ଲବପଡା ନିବାସୀ ଯଶବନ୍ତୀ ମିଶ୍ର କହିଛନ୍ତି, ‘ଆଜି ଆମେ ସମସ୍ତେ ମିଳି ମିଶି ହୋଲି ପର୍ବ ପାଳନ କରୁଛୁ । ଏଥର କେବଳ ଫଗୁରେ ଆମେ ହୋଲି ମାନୁଛୁ । ନାଚ ଗୀତରେ ସମସ୍ତେ ମସଗୁଲ ହୋଇଛୁ । ଏହା ଏକତାର ପର୍ବ ଏବଂ ଆମେ ମଧ୍ୟ ଏକାଠି ଆଜି ହୋଲି ପାଳନ କରୁଛୁ ।’

holi
ବଲାଙ୍ଗୀରରେ ହୋଲି ପାଳନ (ETV Bharat Odisha)

ସେହିପରି ବଲାଙ୍ଗୀର ବାସିନ୍ଦା ପିଙ୍କି ଶର୍ମା କହିଛନ୍ତି, ‘ସବୁ ମହିଳା ଝିଅ ଛୁଆ ମିଶିକି ହୋଲି ପର୍ବ ପାଳନ କରୁଛୁ । ସବୁ ରାଗ ରୁଷା ଭୁଲି ଏହି ଏକତା ମୈତ୍ରୀ ପର୍ବରେ ଆମେ ଏକାଠି ହୋଇ ହୋଲି ଖେଳୁଛୁ ।’

କବି ଲେଖନୀରୁ ଝରିଲା କବିତା...

ସେପଟେ ଏହି ଅବସରରେ କବି ସୁଶାନ୍ତ ବାଗ ମଧ୍ୟ ଚୁପ ବସି ପାରି ନାହାନ୍ତି । ତାଙ୍କ କଲମରୁ ମଧ୍ୟ ଫଗୁଣର ରଙ୍ଗ ଝରି ପଡିଛି । ଫଗୁଣ ରଙ୍ଗରେ କେମିତି ସାରା ଜଗତ ରଙ୍ଗେଇ ହୋଇଛି ତାକୁ ନେଇ ସେ ଏକ ସୁନ୍ଦର କବିତା ଦର୍ଶକଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ।

holi
ବଲାଙ୍ଗୀରରେ ହୋଲି ପାଳନ (ETV Bharat Odisha)

ହୋଲି ଖେଳିଲେ ଉପମୁଖ୍ୟମନ୍ତ୍ରୀ:

ପାଟଣାଗଡ଼ ବିଧାୟକ ତଥା ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ନିଜ ଆବାସରେ କର୍ମୀ ଓ ସାଧାରଣ ଲୋକଙ୍କ ସହ ହୋଲି ପର୍ବ ପାଳନ କରିଛନ୍ତି । ଯେଉଁଥିରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଦେବା ସହ ଶାନ୍ତି ଏକତାର ବାର୍ତ୍ତା ଦେଇଛନ୍ତି ।

holi
ବଲାଙ୍ଗୀରରେ ହୋଲି ପାଳନ (ETV Bharat Odisha)

ହୋଲି ଶୁଭେଚ୍ଛା ଦେଲେ:

କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର ଓ ବର୍ତ୍ତମାନ ବିଧାୟକ ରାଜା ପରିବାର କଳିକେଶ ନାରାୟଣଙ୍କ ଅନୁପସ୍ଥିତିରେ ତାଙ୍କ କାର୍ଯ୍ୟାଳୟ ଘର ସବୁ ଖାଁ ଖାଁ ଥିଲା । ଅନ୍ୟପଟେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନିଜ ପାଟଣାଗଡ ସ୍ଥିତ ଆବାସ ରେ କର୍ମୀ ଓ ଲୋକଙ୍କ ସହ ଧୁମ୍ ଧାମରେ ହୋଲି ପାଲନ କରିଛନ୍ତି । ହୋଲିର ଐତିହାସିକ ମହତ୍ତ୍ଵ ସେ ବୁଝାଇବା ସହ ଦେଶ ଓ ଓଡ଼ିଶାବାସୀଙ୍କୁ ସେ ହୋଲିର ଶୁଭେଚ୍ଛା ଜଣାଇଥିଲେ। ସେହିପରି ଏହି ଅବସରରେ ସେ କହିଥିଲେ ଯେ ଲୋକଙ୍କ ଇଚ୍ଛା ଯୋଗୁଁ ଏବେ ଦେଶ ଓ ଓଡ଼ିଶା ଗେରୁଆମୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ହୋଲି ପାଳିଲେ...ଆଖିରେ ନୁହେଁ, ମନର ରଙ୍ଗରେ ରଙ୍ଗେଇ ହେଲେ ଦୃଷ୍ଟିବାଧିତ ପିଲା

ବୃଦ୍ଧାଶ୍ରମରେ ଜମିଲା ହୋଲି: ନାଚି-ଗାଇ ଅନ୍ତେବାସୀ ପାଳିଲେ ରଙ୍ଗର ପର୍ବ

ହୋଲି 2026: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ଓଡ଼ିଆଙ୍କ ସୁଖ-ଶାନ୍ତି କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ

ଶତ୍ରୁ ଉପରେ ବିଜୟ...
ତେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ‘ଶାସ୍ତ୍ର ଅନୁସାରେ ହୋଲିକା ଦହନରେ ରାଜା ହିରଣ୍ୟକଶ୍ୟପ ନିଜ ପୁଅର ହତ୍ୟା ପାଇଁ ଆଦେଶ ଦେଇଥିଲେ । ଯେଉଁଥିରେ ରାକ୍ଷସ ହୋଲିକା ନିଜ କୋଳରେ ନେଇ ପ୍ରହ୍ଲାଦଙ୍କୁ ନିଆଁରେ ପ୍ରବେଶ କରିଥିଲେ । ହେଲେ ଭଗବାନଙ୍କ କୃପାରେ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦ ଅକ୍ଷୟ ସେଠୁ ବାହାରି ଯାଇଥିଲେ । ମନ୍ଦ ଉଦ୍ଦେଶ୍ୟ ରଖିଥିବା ହୋଲିକା ଏଥିରେ ଦହନ ହୋଇଥିଲେ । ଶତ୍ରୁ ଉପରେ ବିଜୟ ହୋଇଥିଲା । ସତ୍ୟ ଧର୍ମ ଜିତି ଥିଲା ସେହି ଦିନଠୁଁ ଆଜି ଯାଏ ଲୋକ ହୋଲିକା ଦହନ କରି ଆସୁଛନ୍ତି । ହୋଲି କେବଳ ବିଜୟର ପ୍ରତୀକ ନୁହେଁ ଆମ ଏକତା ଓ ଅଖଣ୍ଡତାର ମଧ୍ୟ ପ୍ରତୀକ ଅଟେ ।

ଇଟିଭି ଭାରତ, ବଲାଙ୍ଗୀର