ନୂଆବର୍ଷରେ ଜାଡ଼, ଘନ କୁହୁଡ଼ି ବଳୟରେ ରାଜଧାନୀ ଭୁବନେଶ୍ବର
ନବବର୍ଷ 2026ରେ ଘନ କୁହୁଡ଼ି ବଳୟରେ ଭୁବନେଶ୍ବର । ଆଗାମୀ 4 ଦିନ ପାଇଁ ଘନ କୁହୁଡ଼ି ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।

Published : January 1, 2026 at 11:44 AM IST
|Updated : January 1, 2026 at 12:10 PM IST
Dense Fog In Bhubaneswar ଭୁବନେଶ୍ବର: ନୂଆବର୍ଷରେ ଶୀତ ଲହରୀରେ ଥରିଲା ସମଗ୍ର ରାଜ୍ୟ । ନବବର୍ଷରେ ଘନ କୁହୁଡ଼ିର ବଳୟରେ ରାଜଧାନୀ ଭୁବନେଶ୍ବର । ଯାତାୟତ ସମୟରେ ଦିଶୁନି ମୁହଁକୁ ମୁହଁ । ଆଗାମୀ 4 ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାକୁ ନେଇ ପାଣିପାଗ ବିଭାଗ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । 2025 ମସିହାର ଶେଷ ଦିନରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 4.3 ରେକର୍ଡ କରାଯାଇଥିଲା । ଆଗାମୀ 24 ଘଣ୍ଟାରେ 14ଟି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ 3ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ (ଆଇଏମଡି) ।
ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ତେଣୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବ । ୨ରୁ ୩ ଦିନ ପରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ପରେ ଶୀତ ସାମାନ୍ୟ କମ୍ ଅନୁଭବ ହେବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି:
ଆଗାମୀ 24 ଘଣ୍ଟା ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ଦିନରେ ରହିଥିବା ୱାର୍ଣ୍ଣିଂ ବିଷୟରେ ଦିଆଯାଇଛି ।

| ତାରିଖ | ୟେଲୋ ୱାର୍ଣ୍ଣିଂ | ଅରେଞ୍ଜ ୱାର୍ଣ୍ଣିଂ |
| ଆଗାମୀ 24 ଘଣ୍ଟା | ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି | ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା |
| 2 ଜାନୁଆରୀ | ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଭଦ୍ରକ, କଟକ, କେନ୍ଦ୍ରାପଡ଼ା | ଜଗତସିଂହପୁର |
| 3 ଜାନୁଆରୀ | କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼ | ପୁରୀ, ଜଗତସିଂହପୁର |
| 4 ଜାନୁଆରୀ | କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ | ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର |

2025 ମସିହାର ଶେଷ ଦିନରେ ଜି . ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 4.3 ରେକର୍ଡ କରାଯାଇଛି । ଏହା ସହିତ ଫୁଲବାଣୀରେ 6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗତ 24 ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ପାରଦ 10 ଡିଗ୍ରୀ ତଳେ ରହିଥିଲା । ଆଗାମୀ 24 ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ପାଇଁ ଏହି ଜିଲ୍ଲାଗୁଡିକୁ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ...
- ଫୁଲବାଣୀ- 6 ଡିଗ୍ରୀ
- ଝାରସୁଗୁଡା- 6 ଡିଗ୍ରୀ
- ରାଉରକେଲା- 7 ଡିଗ୍ରୀ
- ସୁନ୍ଦରଗଡ଼- 8 ଡିଗ୍ରୀ
- କୋରାପୁଟ- 8 ଡିଗ୍ରୀ
- ନବରଙ୍ଗପୁର- 8 ଡିଗ୍ରୀ
- ଭବାନୀପାଟଣା- 9 ଡିଗ୍ରୀ
- ସୋନପୁର- 9 ଡିଗ୍ରୀ
- ବୌଦ୍ଧ- 10 ଡିଗ୍ରୀ
- ଅନୁଗୋଳ- 10 ଡିଗ୍ରୀ
- କେନ୍ଦୁଝର- 10 ଡିଗ୍ରୀ
- ବାରିପଦା- 10 ଡିଗ୍ରୀ
Minimum Temperature Forecast for next 5 days#Odisha #WINTER #temperature pic.twitter.com/X98CboJ4R9
— Meteorological Centre, Bhubaneswar (@mcbbsr) December 31, 2025
ସାରା ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏନେଇ ଦୃଶ୍ୟମାନ କ୍ଷମତା କେତେକ ସ୍ଥାନରେ 200 ମିଟରରୁ କମ୍ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଘନ କୁହୁଡ଼ି ସମୟରେ ସତର୍କତାର ସହିତ ଯାତାୟତ କରିବା ଆବଶ୍ୟକ । ଏନେଇ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।
Warning over the State.
— Meteorological Centre, Bhubaneswar (@mcbbsr) December 31, 2025
Day- 1 to Day-5 : Dense to Very Dense Fog Warning at isolated pockets in the marked districts.
Day-6 & Day-7 : No Warning.#Odisha #fog #foggyweather #COLD pic.twitter.com/jrwpMnYQhq
ଇଟିଭି ଭାରତ, ଭୁବନେଶ୍ବର

